ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାରିଟାଇମ ଇଣ୍ଡିଆ ସମ୍ମିଳନୀ 2021କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 FEB 2021 6:01PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 2ରେମାରିଟାଇମ ଇଣ୍ଡିଆ ସମ୍ମିଳନୀ 2021’କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବେ

ମାରିଟାଇମ ଇଣ୍ଡିଆ ସମ୍ମିଳନୀ 2021 ସମ୍ବନ୍ଧରେ

ମାର୍ଚ୍ଚ 2 ରୁ ମାର୍ଚ୍ଚ 4, 2021 ମଧ୍ୟରେ ଏକ ଭର୍ଚୁଆଲ ପ୍ଲାଟଫର୍ମ www.maritimeindiasummit.inରେ ମାରିଟାଇମ ଇଣ୍ଡିଆ ସମ୍ମିଳନୀ 2021  କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ଵାରା  ଆୟୋଜିତ ହେଉଛି

ଏହି ସମ୍ମିଳନୀ ପରବର୍ତ୍ତୀ ଦଶନ୍ଧି ଲାଗି ଭାରତର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ ଏବଂ ଭାରତକୁ ବୈଶ୍ଵିକ ସାମୁଦ୍ରିକ କ୍ଷେତ୍ରର ଅଗ୍ରଭାଗରେ ପହଞ୍ଚାଇବା ପାଇଁ ମଧ୍ୟ ସହାୟକ ହେବ ବିଭିନ୍ନ ଦେଶର ବିଶିଷ୍ଟ ବକ୍ତାମାନେ ଏହି ସମ୍ମିଳନୀରେ ଯୋଗଦେବେ ଏବଂ ଭାରତୀୟ ସାମୁଦ୍ରିକ ଡୋମେନରେ ସମ୍ଭାବ୍ୟ ବ୍ୟବସାୟ ସୁଯୋଗ ଏବଂ ନିବେଶ ସୁଯୋଗର ଅନୁସନ୍ଧାନ କରିବେ ବୋଲି ଆଶା କରାଯାଉଛି ଡେନମାର୍କ ହେଉଛି ଏହି ତିନି ଦିନିଆ ଶିଖର ସମ୍ମିଳନୀର ଭାଗିଦାରୀ ଦେଶ

 

**********

TRP/

 


(ରିଲିଜ ଆଡି: 1701709) ପରିଦର୍ଶକ କାଉଣ୍ଟର : 288