ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ବିମାନ ଚଳାଚଳ ଆରମ୍ଭ ପରଠାରୁ ଯାତ୍ରା କଲେ ସର୍ବାଧିକ ଘରୋଇ ଯାତ୍ରୀ

ଫେବୃଆରୀ 12, 2021ରେ ମୋଟ 2,349 ବିମାନରେ ଯାତ୍ରା କଲେ 2,97,102 ଯାତ୍ରୀ

Posted On: 13 FEB 2021 1:42PM by PIB Bhubaneshwar

ଫେବୃଆରୀ 12, 2021ରେ 2,349ଟି ବିମାନରେ ମୋଟ ଘରୋଇ ଯାତ୍ରୀଙ୍କ ସଂଖ୍ୟା 2,97,102କୁ ବୃଦ୍ଧି ପାଇଛି ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ’ 25, 2020 ପରଠାରୁ ଆରମ୍ଭ ହୋଇଥିବା ଘରୋଇ ବିମାନ ଚଳାଚଳ ମଧ୍ୟରେ ଏହି ସଂଖ୍ୟା ସର୍ବୋଚ୍ଚ । ଶ୍ରୀ ପୁରୀ ସୂଚନା ଦେଇଛନ୍ତି ଯେ, ନିରାପତ୍ତା, ଦକ୍ଷତା ଏବଂ ସମୟ ସାପେକ୍ଷତା ଯୋଗୁଁ ବିମାନ ଯାତ୍ରା ଏକ ପସନ୍ଦଯୋଗ୍ୟ ଯାତ୍ରୀ ପରିବହନ ମାଧ୍ୟମ ଭାବରେ ଉଭା ହେବା ସହିତ ଏହି ସଂଖ୍ୟାଗୁଡିକ କୋଭିଡ ପୂର୍ବ ସ୍ତରକୁ ସ୍ପର୍ଶ କରୁଛି ।

ଫେବୃଆରୀ 12, 2021ରେ ମୋଟ ବିମାନ ଚଳାଚଳ ସଂଖ୍ୟା 4697 ଥିଲା । ବିମାନବନ୍ଦରରେ ସମୁଦାୟ ଯାତ୍ରୀ ପହଞ୍ଚିଥିଲେ 5,93,819 ।

କୋଭିଡ-19 ମହାମାରୀ କାରଣରୁ ମାର୍ଚ୍ଚ 24, 2020 ମଧ୍ୟରାତ୍ରିରୁ (11:59 ରାତ୍ର) ରୁ ଘରୋଇ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା । ମେ’ 25, 2020 ଅର୍ଥାତ ଦୁଇମାସ ପରେ ଏହି ସେବା ପୁନଃପ୍ରଚଳନ ହୋଇଥିଲା ।

 

TRP

 

**********



(Release ID: 1697796) Visitor Counter : 201