ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ମଧ୍ୟରେ ଟେଲିଫୋନରେ କଥାବାର୍ତ୍ତା

Posted On: 08 FEB 2021 11:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଭାରତ-ଆମେରିକା ରଣନୀତିକ ସହଯୋଗିତାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ ।

ଉଭୟ ନେତା କ୍ଷେତ୍ରୀୟ ବିକାଶ ଓ ବ୍ୟାପକ ଭୂ-ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେମାନେ ଉଲ୍ଲେଖ କରିଥିଲେ କି ଭାରତ-ଆମେରିକା ସହଯୋଗିତା ଗଣତାନ୍ତ୍ରିକ ମୂଲ୍ୟ ଏବଂ ଦ୍ୱିପାକ୍ଷିକ ରଣନୀତିକ ହିତ ପାଇଁ ପ୍ରତିବଦ୍ଧତାରେ ମଜଭୁତ ଭାବେ ଯୋଡ଼ି ହୋଇଛି । ସେମାନେ ନିୟମ ପାଳନକାରୀ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବଂ ମୁକ୍ତ, ଉନ୍ମୁକ୍ତ ଓ ଅନ୍ତର୍ଭୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସୁନିଶ୍ଚିତ କରିବା ପାଇଁ ସମାନ ବିଚାରଧାରା ରଖୁଥିବା ଦେଶଗୁଡ଼ିକ ସହ କାମ କରିବାର ମହତ୍ତ୍ୱକୁ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବାଇଡେନ ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆହ୍ୱାନର ପ୍ରତିକାର ପନ୍ଥା ବାହାର କରିବା ଲାଗି ପରସ୍ପର ସହ ମିଶି କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ୟାରିସ ବୁଝାମଣା ଉପରେ ପୁନଃ ପ୍ରତିବଦ୍ଧତା ଦର୍ଶାଇବା ଲାଗି ରାଷ୍ଟ୍ରପତି ବାଇଡେନଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ଏବଂ ଭାରତ ଦ୍ୱାରା ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଜ ପାଇଁ ନିର୍ଦ୍ଧାରିତ ମହାତ୍ତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡ଼ିକ ବାବଦରେ ସୂଚନା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଚଳିତବର୍ଷ ଏପି୍ରଲରେ କ୍ଲାଇମେଟ ଲିଡର୍ସ ସମିଟ ଆୟୋଜନ ନିମନ୍ତେ ରାଷ୍ଟ୍ରପତିଙ୍କ ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ସେଥିରେ ଅଂଶଗ୍ରହଣ ଲାଗି ଆଗ୍ରହ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନ ଓ ଡକ୍ଟର ଜିଲ ବାଇଡେନଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ, ଯାହାଦ୍ୱାରା ସେମାନେ ନିଜର ସୁବିଧା ଅନୁସାରେ ତୁରନ୍ତ ଭାରତ ଗସ୍ତରେ ଆସିପାରିବେ ।

 

******************

SR



(Release ID: 1696463) Visitor Counter : 148