ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚୌରୀଚୌରା ଶତବାର୍ଷିକୀ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ବଜେଟ୍‌ରେ ନୂତନ ଟିକସ ନେଇ ବିଶେଷଜ୍ଞ କଳ୍ପନାଜଳ୍ପନାର ଅନ୍ତ-ପ୍ରଧାନମନ୍ତ୍ରୀ

ପୂର୍ବରୁ ବଜେଟ୍ ଥିଲା ଭୋଟ ବ୍ୟାଙ୍କ ହିସାବ କିତାବର ଗୋଟେ ବହି ବହି ଖାତା, ମାତ୍ର ଏବେ ଦେଶର ଦୃଷ୍ଟିଭଙ୍ଗୀରେ ଘଟିଛି ପରିବର୍ତ୍ତନ-ପ୍ରଧାନମନ୍ତ୍ରୀ

କୃଷକ ସଶକ୍ତିକରଣ ନିମନ୍ତେ ବଜେଟ୍‌ରେ ନିଆଯାଉଛି ଅନେକ ପଦକ୍ଷେପ-ପ୍ରଧାନମନ୍ତ୍ରୀ

ଦେଶ ଆତ୍ମ ନିର୍ଭର ହେଲେ ତାହାହିଁ ହେବ ସ୍ୱାଧୀନତା ସଂଗ୍ରାମୀଙ୍କ ନିମନ୍ତେ ପ୍ରକୃତ ଶ୍ରଦ୍ଧାଞ୍ଜଳି-ପ୍ରଧାନମନ୍ତ୍ରୀ

Posted On: 04 FEB 2021 1:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁର ଅନ୍ତର୍ଗତ ଚୌରୀଚୌରାଠାରେ ଚୌରୀଚୌରା ଶତବାର୍ଷିକୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଚୌରୀଚୌରା ଘଟଣାକୁ ଆଜି ଶହେବର୍ଷ ପୂରଣ ହୋଇଛି ଓ ଏହା ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଚୌରୀଚୌରା ଶତବାର୍ଷିକୀର ସୃତିରେ ପ୍ରଧାନମନ୍ତ୍ରୀ ଏକ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ବୀର ଶହୀଦମାନଙ୍କୁ ପ୍ରଣାମ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚୌରୀ ଚୌରାର ବଳିଦାନ ଦେଶର ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା । ଶହେବର୍ଷ ତଳେ ଚୌରୀଚୌରାରେ ଯେଉଁ ଘଟଣା ଘଟିଥିଲା, ତାହା କେବଳ ଏକ ପୋଡାଜଳା ନ ଥିଲା, ତାର ବାର୍ତ୍ତା ଥିଲା ଖୁବ୍ ସୁଦୂରପ୍ରସାରୀ ବୋଲି ସେ କହିଛନ୍ତି । କେଉଁ ପରିସ୍ଥିତିରେ ପୋଡାଜଳା ଘଟିଥିଲା ଓ ତାର କାରଣ କଣ ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମ ଦେଶର  ଇତିହାସରେ ଏବେ ଚୌରୀଚୌରାର ଐତିହାସିକ ଆନ୍ଦୋଳନକୁ ନାଯ୍ୟ ମାନ୍ୟତା ପ୍ରଦାନ କରାଯାଉଚି । ଆଜିଠାରୁ ଆରମ୍ଭ କରି ଚୌରୀଚୌରାଠାରୁ ଦେଶର ପ୍ରତ୍ୟେକ ଗ୍ରାମ ଏହାର ବର୍ଷବ୍ୟାପୀ ମହୋତ୍ସବ ନିମନ୍ତେ ଐତିହାସିକ ଘଟଣାକୁ ମନେ ପକାଇବେ । ଦେଶ ଯେତେବେଳେ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପାଳନ କରୁଛି, ସେତେବେଳେ ଏହାର ଶତବାର୍ଷିକୀ ପାଳନ ଆହୁରି ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପଡିଛି । ଚୌରୀଚୌରା ଶହୀଦମାନଙ୍କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଅଭାବ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ଚୌରୀ ଚୌରାର ଅମର ଶହୀଦମାନଙ୍କ ନାମ ଇତିହାସ ପୃଷ୍ଠାରେ ନ ରହିପାରେ, ମାତ୍ର ଦେଶର ସ୍ୱାଧୀନତା ପାଇଁ ସେମାନଙ୍କ ରକ୍ତରେ ଦେଶର ମାଟି ନିଶ୍ଚିତ ରଞ୍ଜିତ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି ।

ବାବା ରାଘବ ଦାସ ଓ ମହାତ୍ମା ମଦନମୋହନ ମାଳବ୍ୟ ଯାହାଙ୍କ ଉଦ୍ୟମ ଯୋଗୁଁ ଆଜିର ଏହି ଦିବସରେ 150ଜଣ ସ୍ୱାଧୀନତା ସଂଗ୍ରାମୀ ଫାଶୀ ପାଇବାରୁ ବର୍ତ୍ତୀ ଯାଇଥିଲେ ସେମାନଙ୍କୁ ସ୍ମରଣ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଥିଲେ । ଏହି ଅଭିଯାନରେ ଯେଉଁ  ବିଦ୍ୟାର୍ଥୀମାନେ ସାମିଲ ଅଛନ୍ତି, ସ୍ୱାଧୀନତା ସଂଗ୍ରାମର ଅନେକ ବିଷୟ ନେଇ ଅବଗତ ହୋଇପାରିବେ । ଶିକ୍ଷା ମନ୍ତ୍ରଣାଳୟର ସ୍ୱାଧୀନତା ପ୍ରାପ୍ତିର 75ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମର ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସଂଗ୍ରାମୀଙ୍କ ସମେତ ଅନ୍ୟମାନଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ରଚନା ପାଇଁ ଯୁବ ଲେଖକମାନଙ୍କୁ ନିୟନ୍ତ୍ରଣ ଦେଇଛନ୍ତି । ସ୍ୱାଧୀନତାର ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସ୍ଥାନୀୟ କଳା ଓ ସଂସ୍କୃତିକୁ ଆଧାର କରି କାର୍ଯ୍ୟକ୍ରମମାନ ଆୟୋଜନ କରି୍‌ଥିବାରୁ ଶ୍ରୀମୋଦି ଉତ୍ତରପ୍ରଦେଶ ସରକାରଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।

ଦାସତ୍ୱ କବଳରୁ ମୁକ୍ତି ପାଇଁ ନିରବଚ୍ଛିନ୍ନ ଓ ସମ୍ମଳିତ ସଂଗ୍ରାମ ପାଇଁ ଭାରତକୁ ବିଶ୍ୱର ମହାନଶକ୍ତି ଭାବେ ଗଢି ତୋଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସମ୍ମିଳିତ ଶକ୍ତି ହିଁ ଆତ୍ମନିର୍ଭର ଭାରତ ଅଭିଯାନର ମେରୁ ଖୁଣ୍ଟ ।  କରୋନା ବୈଶ୍ୱିକ ମହାମାରୀ କାଳରେ ଭାରତ 150ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ପଠାଇଥିଲା । ଭାରତ କେତେକ ଦେଶକୁ କରୋନା ଟୀକା ମଧ୍ୟ ପଠାଇଛି ମାନବଜୀବନ ବଞ୍ଚାଇପାରିଛି, ଯାହାକି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗର୍ବିତ କରିବ ।

ଚଳିତ ବଜେଟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୈଶ୍ୱିକ ମହାମାରୀ ଯୋଗୁଁ ଯେଉଁ ଆହ୍ୱାନ ସୃଷ୍ଟି ହୋଇଛି ବଜେଟ ତାହାର ମୁକାବିଲା ନିମନ୍ତେ ପଦକ୍ଷେପ ନିଆଯାଇଛି ।  ନୂତନ ବଜେଟରେ ସାଧାରଣ ନାଗରିକଙ୍କୁ ନୂଆ ଟିକସ ଭାରରେ ଭାରାକ୍ରାନ୍ତ କରିବ ବୋଲି ବିଶେଜ୍ଞମାନଙ୍କ ଧାରଣ ଭୁଲ ପ୍ରମାଣିତ ହୋଇଛି । ଦେଶର ଦୃତପ୍ରଗତି ପାଇଁ ସରକାର ଅଧିକ ଖର୍ଚ୍ଚ ପାଇଁ ନିଷ୍ପତ୍ତି ଦେଇଛନ୍ତି । ସଡକ, ସେତୁ, ରେଲଲାଇନ, ବଜାର ଓ ମଣ୍ଡିଗୁଡିକ ସହ ସଂଯୋଗ ପାଇଁ ନୂତନ ଟ୍ରେନ ଓ ବସ୍ ସେବାଭଳି ଭିତ୍ତିଭୂମି ଲାଗି ଖର୍ଚ୍ଚ କରା ହେବ । ବଜେଟରେ ଯୁବଗୋଷ୍ଠୀ ନିମନ୍ତେ ଉତ୍ତମ ଶିକ୍ଷା ଓ ସୁଯୋଗ  ପାଇଁ ବାଟ ରହିଛି । ଏଥିପାଇଁ ଲକ୍ଷ ଲକ୍ଷ ଯୁବକଯୁବତୀ ନିଯୁକ୍ତି ସୁଯୋଗପାଇବେ । ଆଗରୁ ବଜେଟ୍‌ର ଅର୍ଥ କେବଳ ଯୋଜନା ଥିଲା, ଯାହା କେବେ ତ୍ୱରାନ୍ୱିତ ହେଉ ନଥିଲା । ଆଗରୁ ବଜେଟ ଥିଲା ଭୋଟ ବ୍ୟାଙ୍କର ହିସାବ କିତାବର ଗୋଟେ ବହି ଖାତା, ମାତ୍ର ଏବେ ଦେଶର ଦୃଷ୍ଟି ଭଙ୍ଗୀରେ ପରିବର୍ତ୍ତନ ହୋଇଥିବା ଶ୍ରୀ ମୋଦି କହିଛନ୍ତି ।

ଭାରତରେ ବୈଶ୍ୱିକ ମହାମାରୀର ସଫଳ ମୁକାବିଲା ପରେ ସାର୍ବଜନୀନ ପ୍ରଶଂସାର ପାତ୍ର ହୋଇଥିବା ଆମ ଦେଶ ଗ୍ରାମାଞ୍ଚଳ ଛୋଟ ଛୋଟ ସହରରେ ମେଡିକାଲ ସୁବିଧାକୁ ମଜବୁତ କରିବାକୁ ଚେଷ୍ଟା କରୁଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ବଜେଟରେ ବିପୁଳ ବ୍ୟୟ ବରାଦ ହୋଇଛି । ଜିଲ୍ଲାସ୍ତରରେ ମଧ୍ୟ ନମୁନା ପରୀକ୍ଷଣରେ ବ୍ୟାପକ ବ୍ୟବସ୍ଥା ହୋଇଛି ।

କୃଷକମାନଙ୍କୁ ଦେଶର ପ୍ରଗତିର ମୂଳଦୁଆ ବୋଲି ବର୍ଣ୍ଣନା କରି ଗତ ଛଅବର୍ଷ ମଧ୍ୟରେ ସେମାନଙ୍କ କଲ୍ୟାଣ ଲାଗି କରାଯାଉଥିବା କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ବୈଶ୍ୱିକ ମହାମାରୀର ବିଭିନ୍ନ ଅସୁବିଧା ସତ୍ତ୍ୱେ ଚାଷୀମାନେ ଉତ୍ପାଦନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛନ୍ତି । ଉତ୍ପାଦିତ ସାମଗ୍ରୀ ବିକ୍ରୀ ପାଇଁ ଏକ ହଜାର ମଣ୍ଡିକୁ ଇ-ନାମ ସହ ଯୋଡାଯାଇଛି ।

ଗ୍ରାମୀଣ ଭିତ୍ତିଭୂମି ପାଣ୍ଠିକୁ 40ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା କୃଷକମାନଙ୍କୁ ଆତ୍ମ ନିର୍ଭର କରିବା ସହ କୃଷିକୁ ଲାଭଜନକ କରିପାରିବ । ଗ୍ରାମାଞ୍ଚଳରେ ସ୍ୱାମୀତ୍ୱ ଯୋଜନା ବଳରେ ଜମି ଓ ଆବାସସ୍ଥଳୀର ସ୍ୱତ୍ୱାଧିକାର ନଥିପତ୍ର ମିଳିପାରିବ । ଠିକ୍‌ଠାକ କାଗଜପତ୍ର ଯୋଗୁଁ ଜମିର ଉପଯୁକ୍ତ ମୂଲ୍ୟ ମିଳିବା ସହ ପରିବାର ଚାହିଁଲେ ବ୍ୟାଙ୍କ ଋଣ ମଧ୍ୟ ପାଇବପାରିବେ  ଓ ସେମାନଙ୍କ ଜମିଜମା ଜବରଦଖଲକାରୀ କବଳରୁ ସୁରକ୍ଷିତ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମିଲବନ୍ଦ, ଖରାପ ରାସ୍ତା ଓ ରୁଗ୍‌ଣ ଡାକ୍ତରଖାନା ଯୋଗୁଁ କ୍ଷତିଗ୍ରସ୍ତ ଗୋରଖପୁରର ଜନସାଧାରଣ ମଧ୍ୟ ଏସବୁ ପଦକ୍ଷେପ ଯୋଗୁଁ ସୁବିଧା ପାଇପାରିବେ । ଗୋରଖପୁର ଏକ ନୂତନ ଏମ୍‌ସ ପାଇବାକୁ ଯାଉଛି । ମେଡିକାଲ କଲେଜ ହଜାର ହଜାର ଶିଶୁଙ୍କ ଜୀବନ ରକ୍ଷା କରିପାରୁଛି । ଦେଓରିଆ, କୁଶୀନଗର, ବସ୍ତି, ମହାରାଜନଗର ଓ ସିଦ୍ଧାର୍ଥ ନଗରରେ ନୂତନ ମେଡିକାଲ କଲେଜ ସ୍ଥାପିତ ହେଉଛି । ସେ ଅଞ୍ଚଳରେ ଚାରି ଓ ଛଅଲେନ ବିଶିଷ୍ଟ ସଡକ ଓ ଆଠଟି ସହରରୁ ଗୋରଖପୁରକୁ ବିମାନ ସେବା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟିବାକୁ ଯାଉଛି । କୁଶୀନଗରରେ ନିର୍ମିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ବିମାନ ବନ୍ଦର ଯୋଗୁଁ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ । ଆତ୍ମନିର୍ଭର ଭାରତ ପାଇଁ ଏ ସମସ୍ତ ପରିବର୍ତ୍ତନ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ନିମନ୍ତେ ହେବ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****

SM/SLP



(Release ID: 1695336) Visitor Counter : 223