ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ

Posted On: 01 FEB 2021 6:46PM by PIB Bhubaneshwar

ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ 1ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜାନୁୟାରୀ 29, 2021ରେ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ । ଇସ୍ରାଏଲୀ କୂଟନୀତିଜ୍ଞ ଓ ଦୂତାବାସର ସୁରକ୍ଷା ତଥା ନିରାପତ୍ତାକୁ ଭାରତ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରେ ବୋଲି ପ୍ରଧାନମନ୍ତ୍ରୀମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେବାସହ ଦୋଷୀବ୍ୟକ୍ତିଙ୍କୁ ଖୋଜି ଦଣ୍ଡିତ କରିବାକୁ ସମସ୍ତ ଶକ୍ତି ବିନିଯୋଗ କରାଯିବ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ଭାରତ ଓ ଇସ୍ରାଏଲ ସୁରକ୍ଷା ସଂସ୍ଥାଗୁଡିକ ମଧ୍ୟରେ ଉତମ ସମନ୍ୱୟ ଥିବାରୁ ଉଭୟନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ନିଜ ନିଜ ଦେଶରେ କୋଭିଡ-19 ମହାମାରୀ ଲଢେଇର ଅଗ୍ରଗତି ଓ ଏ କ୍ଷେତ୍ରରେ ସହଯୋଗର ସମ୍ଭାବନା ସମ୍ପର୍କରେ ଦୁଇନେତା ଆଲୋଚନା କରିଥିଲେ ।

****

SR/SLP

         

 



(Release ID: 1694398) Visitor Counter : 182