ଅର୍ଥ ମନ୍ତ୍ରଣାଳୟ

ଜାତୀୟ ଗବେଷଣା ପ୍ରତିଷ୍ଠାନରେ ଆସନ୍ତା 5ବର୍ଷରେ ଖର୍ଚ୍ଚହେବ 50,000 କୋଟି

ଡିଜିଟାଲ ବ୍ୟବସ୍ଥାରେ ଦେୟକୁ ପ୍ରୋତ୍ସାହନ ଲାଗି 1500 କୋଟି ଟଙ୍କାର ପ୍ରସ୍ତାବିତ ଯୋଜନା

ପ୍ରମୁଖ ଭାରତୀୟ ଭାଷା ଗୁଡିକରେ ଶାସନ ଏବଂ ନୀତି ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ପ୍ରକ୍ରିୟାକୁ ଡିଜିଟାଇଜ କରିବାକୁ ଜାତୀୟ ଭାଷା ଅନୁବାଦ ମିଶନ

ଭାରତୀୟ ଉପଗ୍ରହଗୁଡିକ ସହିତ ବ୍ରାଜିଲିଆନ ଆମାଜୋନିଆ ଉପଗ୍ରହ ବହନ କରିବାକୁ ନିଉ ସ୍ପେଶ୍‍ ଇଣ୍ଡିଆ ଲିମିଟେଡ ଦ୍ୱାରା PSLV-CS51 ଉତ‍କ୍ଷେପଣ । ଡିସେମ୍ବର 2021ରେ ଆରମ୍ଭ ହେବ ଗଗନଯାନ ମିଶନ

ଗଭୀର ସାମୁଦ୍ରିକ ମିଶନ ଲାଗି ବର୍ଷ ପାଇଁ 4000 କୋଟି ଟଙ୍କାର ବଜେଟ୍‍

प्रविष्टि तिथि: 01 FEB 2021 1:41PM by PIB Bhubaneshwar

ଦେଶର ସାମଗ୍ରିକ ଗବେଷଣା ବ୍ୟବସ୍ଥାକୁ ମଜଭୁତ କରିବାକୁ କେନ୍ଦ୍ର ବଜେଟ୍2021-22 ରେ କେତେକ ନୂତନ ଘୋଷଣା କରାଯାଇଛି ଆଜି ସଂସଦରେ ବଜେଟ୍ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଡିଜିଟାଲ ପେମେଣ୍ଟ, ମହାକାଶ ଏବଂ ଗଭୀର ମହାସାଗର ଅନୁସନ୍ଧାନ କ୍ଷେତ୍ର ପାଇଁ ପଦକ୍ଷେପ ଘୋଷଣା କରିଛନ୍ତି

ଜାତୀୟ ଗବେଷଣା ପ୍ରତିଷ୍ଠାନ

ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ଆସନ୍ତା ପାଞ୍ଚ ବର୍ଷ ସକାଶେ 50,000 କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି ସେ ଆହୁରି ମଧ୍ୟ କହିଛନ୍ତି ଏହା ନିଶ୍ଚିତ କରିବ ଯେ ଦେଶର ସାମଗ୍ରିକ ଗବେଷଣା ବ୍ୟବସ୍ଥା ଅଧିକ ସୁଦୃଢ ହେବା ସହିତ ଜାତୀୟ ପ୍ରାଥମିକତା ଉପରେ ଧ୍ୟାନ ଦିଆଯାଇପାରିବ

ଡିଜିଟାଲ ଦେୟ ବୃଦ୍ଧି

ଶ୍ରୀମତୀ ସୀତାରମଣ ଗୃହକୁ ସୂଚନା ଦେଇ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଡିଜିଟାଲ ଦେୟ ବହୁଗୁଣିତ ଭାବେ ବୃଦ୍ଧି ପାଇଥିବାବେଳେ ଏହି ପ୍ରକ୍ରିୟାକୁ ଆଗକୁ ବଢାଇବାକୁ ପଦକ୍ଷେପ ନେବା ଆବଶ୍ୟକ ଡିଜିଟାଲ ଦେୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ସହିତ ଡିଜିଟାଲ କାରବାରକୁ ଆହୁରି ବଢାଇବା ଲାଗି 1500 କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ

Innovation and R&D.jpg

ଜାତୀୟ ଭାଷା ଅନୁବାଦ ମିଶନ (NTLM)

ଜାତୀୟ ଭାଷା ଅନୁବାଦନ ମିଶନ (NTLM) ଭାବେ ନୂତନ ପ୍ରସ୍ତାବ ଦିଆଯାଇଛି ଯାହା ଇଣ୍ଟରନେଟ୍ରେ ଶାସନ ଏବଂ ନୀତି ସଂକ୍ରାନ୍ତୀୟ ଜ୍ଞାନକୁ ଜିଡିଟାଇଜ କରିବ ଏବଂ ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ କରାଇବ

ଭାରତୀର ମହାକାଶ କ୍ଷେତ୍ର

ଅର୍ଥମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି ଯେ ନିଉ ସ୍ପେଶ ଇଣ୍ଡିଆ ଲିମିଟେଡ ( NSIL), ଯାହାକି ମହାକାଶ ବିଭାଗ ଅଧିନରେ ଥିବା ଏକ ରାଷ୍ଟ୍ରାୟତ ସଂସ୍ଥା, ଭାରତର କେତେକ ଛୋଟ ଉପଗ୍ରହ ସହିତ ବ୍ରାଜିଲର ଆମାଜୋନିଆ ଉପଗ୍ରହକୁ PSLV-CS51 ଜରିଆରେ ଉତ୍କ୍ଷେପଣ କରିବ ଡିସେମ୍ବର 2021ରେ ଆରମ୍ଭ ହେବାକୁ ଥିବା ଗଗନଯାନ ମିଶନ ପାଇଁ ଚାରି ଜଣ ଭାରତୀୟ ମହାକାଶଚାରୀଙ୍କୁ ଋଷିଆରେ ଜେନେରିକ ସ୍ପେଶ ଫ୍ଲାଇଟ୍ଦିଗ ଉପରେ ତାଲିମ ପ୍ରଦାନ କରାଯାଉଛି

ଗଭୀର ସାମୁଦ୍ରିକ ମିଶନ

ସାମୁଦ୍ରିକ କ୍ଷେତ୍ରକୁ ଭଲ ଭାବେ ବୁଝିବାପାଇଁ ଗଭୀର ସାମୁଦ୍ରିକ ମିଶନ ଆରମ୍ଭ ସକାଶେ ଶ୍ରୀମତୀ ସୀଥାରମଣ ପାଞ୍ଚ ବର୍ଷ ପାଇଁ ବଜେଟ୍ରେ 4000 କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ଏହି ମିଶନ ଗଭୀର ସମୁଦ୍ରର ସର୍ବେକ୍ଷଣ ଅନୁସନ୍ଧାନ ଏବଂ ଗଭୀର ସମୁଦ୍ରରେ ଥିବା ଜୈବ ବିବିଧିତାର ସଂରକ୍ଷଣ ପ୍ରକଳ୍ପଗୁଡିକୁ ଅର୍ନ୍ତଭୁକ୍ତ କରିବ

***

HS


(रिलीज़ आईडी: 1694288) आगंतुक पटल : 311
इस विज्ञप्ति को इन भाषाओं में पढ़ें: Tamil , English , हिन्दी , Marathi , Manipuri , Bengali , Punjabi , Gujarati , Telugu , Kannada , Malayalam