ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁଆରୀ ୩୧ରେ ପ୍ରଧାନମନ୍ତ୍ରୀ ‘ପ୍ରବୁଦ୍ଧ ଭାରତ’ର ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ସମ୍ବୋଧନ କରିବେ

Posted On: 29 JAN 2021 2:04PM by PIB Bhubaneshwar

୨୦୨୧ ଜାନୁଆରୀ ୩୧ ତାରିଖ ଅପରାହ୍ନ ୩ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ’ର ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ଅଦ୍ୱୈତ ଆଶ୍ରମ, ମାୟାବତୀଙ୍କ ଦ୍ୱାରା ଆୟୋଜିତ ହେଉଛି । ରାମକ୍ରିଷ୍ଣ ଅର୍ଡରର ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ” ୧୮୯୬ ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

 

ପ୍ରବୁଦ୍ଧ ଭାରତ’ ସମ୍ପର୍କରେ

ପ୍ରବୁଦ୍ଧ ଭାରତ’ ପତ୍ରିକା ଭାରତର ପ୍ରାଚୀନ ଆଧ୍ୟାତ୍ମିକ ଜ୍ଞାନକୁ ପ୍ରସାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଏହା ପ୍ରଥମେ ଚେନ୍ନାଇ (ପୂର୍ବରୁ ମାଡ୍ରାସ)ରୁ ପ୍ରକାଶ ଆରମ୍ଭ ହୋଇଥିଲା । ଏଠାରୁ ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରକାଶ ପାଇଥିଲାପରେ ଏହା ଆଲମୋରାରୁ ପ୍ରକାଶ ପାଇଥିଲା । ୧୮୯୯ ଏପ୍ରିଲରୁ ଏହା କ୍ରମାଗତ ଭାବେ ଅଦ୍ୱୈତ ଆଶ୍ରମରୁ ପ୍ରକାଶ ପାଇ ଆସୁଛି ।

ଅନେକ ମହାନ ବ୍ୟକ୍ତିତ୍ଵ ସେମାନଙ୍କ ଲେଖା ମାଧ୍ୟମରେ ‘ପ୍ରବୁଦ୍ଧ ଭାରତ’ ପୃଷ୍ଠାରେ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା, ଇତିହାସ, ଦର୍ଶନ ଶାସ୍ତ୍ର, ମନସ୍ତତ୍ତ୍ୱ ବିଜ୍ଞାନ, କଳା ଏବଂ ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗରେ ଏହିସବୁ ଲେଖା ସ୍ଥାନ ପାଇଛି । ବିଗତ ଅତୀତରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାଲ ଗଙ୍ଗାଧର ତିଳକ, ସିଷ୍ଟର ନିବେଦିତା, ଶ୍ରୀ ଅରବିନ୍ଦ, ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଆଦିଙ୍କ ଲେଖା ଏହି ପତ୍ରିକାରେ ସ୍ଥାନ ପାଇଛି ।

ଅଦ୍ୱୈତ ଆଶ୍ରମ ଏହାର ୱେବସାଇଟରେ ଅନଲାଇନରେ ସମ୍ପୂର୍ଣ୍ଣ ‘ପ୍ରବୁଦ୍ଧ ଭାରତ’ ପତ୍ରିକା ପ୍ରକାଶନ ଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଚେଷ୍ଟାରେ ରହିଛି ।

 

**********

SR



(Release ID: 1693277) Visitor Counter : 259