ଶକ୍ତି ମନ୍ତ୍ରଣାଳୟ

ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା (IEA) ସହ କେତେକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ସମ୍ବଳିତ ରାଜିନାମାରେ ସ୍ୱାକ୍ଷର କଲା ଭାରତ

Posted On: 27 JAN 2021 4:56PM by PIB Bhubaneshwar

କେତେକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଭାରତ ସରକାର ଆନ୍ତର୍ଜାତିକ ଶକ୍ତି ସଂସ୍ଥା ସଦସ୍ୟଙ୍କ ସହ ଆଜି ରାଜିନାମା ସ୍ୱାକ୍ଷର କରିଛନ୍ତିପାରସ୍ପରିକ ଆସ୍ଥା ଓ ସହଯୋଗ ଏବଂ ବୈଶ୍ୱିକ ଶକ୍ତି ନିରାପତ୍ତା, ସ୍ଥିରତା ଓ ନିରନ୍ତର ଯୋଗାଣ ଉଦ୍ଦେଶ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ଭାଗିଦାରିତା ଯୋଗୁଁ ଶକ୍ତି କ୍ଷେତ୍ରରେ ବ୍ୟାପକ ଜ୍ଞାନ ବିନିମୟ ଓ ଭାରତ IEAର ପୂର୍ଣ୍ଣକାଳୀନ ସଦସ୍ୟ ହେବା ପାଇଁ ବାଟ ଉନ୍ମୁକ୍ତ କରିବ । ଭାରତ ପକ୍ଷରୁ ଶକ୍ତି ସଚିବ ଶ୍ରୀ ସଞ୍ଜୀବ ନନ୍ଦନ ସାହି ଓ IEA ପକ୍ଷରୁ IEA କାର୍ଯ୍ୟକାରୀ ନିର୍ଦ୍ଦେଶକ ଡକ୍ଟର ଫାତି ବିରୋଲ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି ।

ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସାଧନ ନିମନ୍ତେ ଏହି ଭାଗିଦାରିତାର କାର୍ଯ୍ୟକ୍ରମ ମିଳିତଭାବେ IEA ସଦସ୍ୟ ଓ ଭାରତ ସରକାର ସ୍ଥିର କରିବେ । IEAର ଅଂଶୀଦାର ଭାବେ ପର୍ଯ୍ୟାୟକ୍ରମେ ହାସଲ ହେବାକୁ ଥିବା ସୁବିଧାସୁଯୋଗ ନେଇ ମିଳିତ ଭାବେ କାର୍ଯ୍ୟକରି ସ୍ୱଚ୍ଛଶକ୍ତି ପରିବର୍ତ୍ତନ କାର୍ଯ୍ୟକ୍ରମ(CETP)ର ଲକ୍ଷ୍ୟ ଯଥା ଶକ୍ତି ସୁରକ୍ଷା, ସ୍ୱଚ୍ଛ ଓ ନିରନ୍ତର ଶକ୍ତି, ଶକ୍ତି ଦକ୍ଷତା, ଭାରତରେ ପେଟ୍ରୋଲିୟମ ଭଣ୍ଡାରଣ ଦକ୍ଷତା ବୃଦ୍ଧି ଓ ଗ୍ୟାସଭିତ୍ତିକ ଅର୍ଥନୀତି ଅଭିବୃଦ୍ଧି ଇତ୍ୟାଦି ହାସଲ ପାଇଁ ଭାରତ କାର୍ଯ୍ୟ କରିବ ।

            ଦେଶରେ ସହଯୋଗ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ IEA ସଚିବାଳୟ ଉତ୍ତରଦାୟୀ ରହିବ ଓ ଅଂଶୀଦାରିତା ମଜବୁତ୍ କରିବା ପାଇଁ ଭାରତ ଓ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଆଲୋଚନାକୁ ତ୍ୱରାନ୍ୱିତ କରିବ

ଶକ୍ତି କ୍ଷେତ୍ରରେ ବୈଷୟିକ ସହଯୋଗ ବୃଦ୍ଧି କରି ରାଜିନାମାର ଲକ୍ଷ୍ୟ ହାସଲ ନିମନ୍ତେ ରାଜିନାମା ପରିସର ମଧ୍ୟରେ ଥିବା ନୀତିନିୟମକୁ ଆଧାର କରି ଭାରତ ଆବଶ୍ୟକ ପଦକ୍ଷେପମାନ ନେବ ।

 

*******

SM/ SLP



(Release ID: 1692750) Visitor Counter : 245