ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ମତଦାତା ଦିବସରେ ନିର୍ବାଚନ କମିଶନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 25 JAN 2021 11:19AM by PIB Bhubaneswar

ଆଜି ଜାତୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ କମିଶନଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ସୂଚାରୁ ରୂପେ ନିର୍ବାଚନ ପରିଚାଳନାକୁ ନିଶ୍ଚିତ କରିବା ନିମନ୍ତେ ନିର୍ବାଚନ କମିଶନଙ୍କ ଦୃଷ୍ଟାନ୍ତମୂଳକ ଅବଦାନକୁ ପ୍ରଶଂସା କରିବାକୁ ଜାତୀୟ ମତଦାତା ଦିବସ ହିଁ ପ୍ରକୃଷ୍ଟ ସମୟ । ମତଦାତା ଭାବେ ପଞ୍ଜୀକୃତ ହେବା, ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଏହି ଦିବସରେ ମଧ୍ୟ ଆବଶ୍ୟକତା ରହିଛି’   ।

****

SR


(ରିଲିଜ ଆଡି: 1692139) ପରିଦର୍ଶକ କାଉଣ୍ଟର : 252