ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ଝିଅମାନଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 JAN 2021 12:18PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ଦେଶର ସମସ୍ତ କନ୍ୟା ସନ୍ତାନଙ୍କୁ ଅଭିବାଦନ ଜଣାଇଛନ୍ତି ।

ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ରାଷ୍ଟ୍ରୀୟ କନ୍ୟା ଦିବସରେ, ଦେଶର ସମସ୍ତ ଝିଅମାନଙ୍କୁ ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସଫଳତାକୁ ଅଭିବାଦନ ଜଣାଉଛୁ । କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି ଯାହା ମଧ୍ୟରେ ଶିକ୍ଷା, ଉତ୍ତମ ସ୍ଵାସ୍ଥ୍ୟସେବା ଏବଂ ଲିଙ୍ଗ ସମ୍ବେଦନଶୀଳତାକୁ ବୃଦ୍ଧି କରିବା ଇତ୍ୟାଦି ଅନ୍ତର୍ଗତ” ।

 


 

**********

TRP/


(ରିଲିଜ ଆଡି: 1691832) ପରିଦର୍ଶକ କାଉଣ୍ଟର : 227