ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଜେଇଇ (ମେନ୍) 21-22 ପାଇଁ ଦ୍ୱାଦଶ ଶ୍ରେଣୀରେ 75%ରୁ ଅଧିକ ନମ୍ବର ରଖିବାର ଯୋଗ୍ୟତା ମାନଦଣ୍ଡ କୋହଳ

ପୋଷ୍ଟ କରାଯିବା ଦିନାଙ୍କ: 19 JAN 2021 2:12PM by PIB Bhubaneswar

ଏନଆଇଟି, ଆଇଆଇଟି, ଏସପିଏ ଏବଂ ଅନ୍ୟ ସିଏଫଟିଆଇଗୁଡ଼ିକରେ ନାମ ଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା -ଜେଇଇ ମେନ ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଦ୍ୱାଦଶ ଶ୍ରେଣୀରେ 75%ରୁ ଅଧିକ ନମ୍ବର ରଖିବାର ଯୋଗ୍ୟତା ମାନଦଣ୍ଡକୁ ପରବର୍ତ୍ତୀ 2021-2022 ଶିକ୍ଷା ବର୍ଷ ପାଇଁ ସମ୍ପୂର୍ଣ୍ଣ ଭାବେ କୋହଳ କରାଯାଇଛି ଆଇଆଇଟି ଜେଇଇ (ଆଡଭାନ୍ସ) ସଂକ୍ରାନ୍ତରେ ଏବଂ ବିଗତ ଶିକ୍ଷା ବର୍ଷରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଜେଇଇ (ମେନ) ପରୀକ୍ଷାରେ ଛାତ୍ରଛାତ୍ରୀମାନେ ହାସଲ କରୁଥିବା ରାଙ୍କ/ମେରିଟ ଆଧାରରେ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି), ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇଆଇଇଏସଟି), ଶିବପୁର (ପଶ୍ଚିମବଙ୍ଗ) ଏବଂ ଆଇଆଇଟି ସମେତ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ଅନ୍ୟ ବୈଷୟିକ ସଂସ୍ଥାନରେ ନାମ ଲେଖା ନିମନ୍ତେ ସୁଯୋଗ ମିଳିଥାଏ

ଏହି ସବୁ ଆଇଆଇଟି/ଏନଆଇଟି/ଆଇଆଇଆଇଟି ଏବଂ ଅନ୍ୟ ସିଏଫଟିଆଇଗୁଡ଼ିକରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଜେଇଇ ରାଙ୍କ ଅନୁସାରେ ନାମ ଲେଖାର ସୁଯୋଗ ମିଳୁଥିବା ବେଳେ ସେମାନଙ୍କର ବୋର୍ଡ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ 75%ରୁ ଅଧିକ ନମ୍ବର ରଖିବାକୁ ପଡ଼ିଥାଏ କିମ୍ବା ସେମାନଙ୍କୁ ଶୀର୍ଷ 20 ପର୍ସେଣ୍ଟାଇଲ ମଧ୍ୟରେ ରହିବାକୁ ହୋଇଥାଏ ଅନୁସୂଚୀତ ଜାତି ଏବଂ ଜନଜାତି (ଏସସି/ଏସଟି) ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ଅର୍ଜନ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ 65% ନମ୍ବର ରଖିବାକୁ ପଡ଼ିଥାଏ

ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜେଇଇ (ଆଡଭାନ୍ସ) ପରୀକ୍ଷା ତାରିଖ ଘୋଷଣା କରିବା ସହିତ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି 2021-2022 ଶିକ୍ଷାବର୍ଷରେ ନାମ ଲେଖାଇବା ନିମନ୍ତେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ 75%ରୁ ଅଧିକ ନମ୍ବର ରଖିବା ଲାଗି ରହିଥିବା ଯୋଗ୍ୟତା ମାନଦଣ୍ଡକୁ କୋହଳ କରାଯାଇଛି ବୋଲି ଘୋଷଣା କରିଛନ୍ତି

**********

PS


(ରିଲିଜ ଆଡି: 1689995) ପରିଦର୍ଶକ କାଉଣ୍ଟର : 257