ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ଏକତାର ପ୍ରତିମୂର୍ତ୍ତି ସ୍ଥଳୀକୁ ରେଳ ସଂଯୋଗ ପର୍ଯ୍ୟଟକଙ୍କ ନିମନ୍ତେ ସୁବିଧା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                17 JAN 2021 2:17PM by PIB Bhubaneshwar
                
                
                
                
                
                
                
ଦେଶର ବିଭିନ୍ନ ସ୍ଥାନରୁ କେଭାଡିଆ ସହ ରେଳ ସଂଯୋଗ ସମସ୍ତଙ୍କ ନିମନ୍ତେ ଏକ ଗୌରବର ସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଦେଶ ବିଭିନ୍ନ ସ୍ଥାନରୁ ଗୁଜରାଟର କେଭାଡିଆକୁ ଆଠଟି ଟ୍ରେନ ଭିଡିଓ କନ୍ଫରେନ୍ସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଶ୍ରୀମୋଦି ଏହା କହିଛନ୍ତି । ଏହାବ୍ୟତୀତ ସେ ଗୁଜରାଟରେ କେତେକ ରେଳବାଇ ସମ୍ପର୍କୀତ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କହିଛନ୍ତି।
କେଭାଡିଆ ସହ ଚେନ୍ନାଇ, ବାରଣାସୀ, ରେୱା, ଦାଦାର ଏବଂ ଦିଲ୍ଳୀ ସହ ନୂତନ ସଂଯୋଗ, କେଭାଡିଆ ଏବଂ ପ୍ରତାପ ନଗର ମଧ୍ୟରେ ମେମୁ ସେବା, ଜାଭୋଇ- ଚାନ୍ଦୋଡ ରେଳଲାଇନ ପ୍ରଶସ୍ତିକରଣ ଓ ଚାନ୍ଦୋଡ କେଭାଡିଆ ମଧ୍ୟରେ ନୂତନ ଲାଇନ କେଭାଡିଆର ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ପର୍ଯ୍ୟଟକ ଓ ସ୍ଥାନୀୟ ଆଦିବାସୀଙ୍କ ନିମନ୍ତେ ଲାଭଦାୟକ ହେବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରିବ । ରେଳଲାଇନ ଆସ୍ଥା ଓ ବିଶ୍ୱାସର ସ୍ଥାନ କର୍ଣ୍ଣୋଲୀ, ପୋଇଚା ଏବଂ ନର୍ମଦାର ଗରୁଡେଶ୍ୱର ସହ ସଂଯୋଗ କରିବ ।
********
SM / SLP 
 
                
                
                
                
                
                (Release ID: 1689541)
                Visitor Counter : 147
                
                
                
                    
                
                
                    
                
                Read this release in: 
                
                        
                        
                            Assamese 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam