ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ବିଶ୍ଵର ସର୍ବବୃହତ କରୋନା ଟୀକାକରଣ ଅଭିଯାନର ଐତିହାସିକ ଶୁଭାରମ୍ଭକୁ ନେଇ ସମସ୍ତ ବୈଜ୍ଞାନିକମାନଙ୍କୁ ଜଣାଇଲେ ଅଭିନନ୍ଦନ
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରୋନା ବିରୋଧୀ ଲଢେଇରେ ଭାରତ ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି
ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଭାରତୀୟ ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ଏବଂ ଆମ ନେତୃତ୍ୱର ଶକ୍ତିକୁ ପ୍ରଦର୍ଶିତ କରୁଛି
ମୋଦୀ ଜୀଙ୍କ ନେତୃତ୍ୱରେ 'ନ୍ୟୁ ଇଣ୍ଡିଆ' ବିପର୍ଯ୍ୟୟକୁ ସୁଯୋଗରେ ଏବଂ ଆହ୍ଵାନକୁ ସଫଳତାରେ ପରିଣତ କରିଛି
ଏହି 'ମେଡ ଇନ ଇଣ୍ଡିଆ' ଟୀକା ଆତ୍ମନିର୍ଭରଶୀଳ ଭାରତର ଦୃଢ ସଂକଳ୍ପକୁ ପ୍ରମାଣିତ କରୁଛି
ମାନବ ସମାଜ ବିରୋଧରେ ସବୁଠୁ ବଡ ସଙ୍କଟକୁ ଦୂର କରିବା ଦିଗରେ ସଫଳତା ପାଇଥିବା ଅଳ୍ପ କେତେକ ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ
ପ୍ରତ୍ୟେକ ଭାରତୀୟ ଏହି ଅଭୂତପୂର୍ବ ଉପଲବ୍ଧି ପାଇଁ ଗର୍ବିତ ଏବଂ ବିଶ୍ଵସ୍ତରରେ ଏକ ନୂତନ ଆତ୍ମନିର୍ଭର ଭାରତର ଉତ୍ଥାନ ହୋଇଛି
ଏହି ଐତିହାସିକ ଦିନରେ, ମୁଁ ଆମର ସମସ୍ତ କରୋନା ଯୋଦ୍ଧାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି
प्रविष्टि तिथि:
16 JAN 2021 2:40PM by PIB Bhubaneshwar
ଦେଶ ଆଜି କୋଭିଡ-19 ବିରୁଦ୍ଧରେ ବିଶ୍ଵର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ ହେବାର ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କରୋନା ଟୀକାକରଣ ଅଭିଯାନ ପାଇଁ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକାଧିକ ଟ୍ଵିଟ ମାଧ୍ୟମରେ ଶ୍ରୀ ଶାହ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ କରୋନା ବିରୋଧୀ ଲଢେଇରେ ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି । ବିଶ୍ଵର ସର୍ବବୃହତ ଟୀକାକରଣ ଅଭିଯାନରେ ଭାରତୀୟ ବୈଜ୍ଞାନିକମାନଙ୍କ ଅପାର ସାମର୍ଥ୍ୟ ଏବଂ ଆମ ନେତୃତ୍ଵର ଶକ୍ତି ପ୍ରଦର୍ଶିତ ହୋଇଛି” ।
ଶ୍ରୀ ଅମିତ ଶାହ କହିଛନ୍ତି, “ମାନବ ସମାଜ ବିରୋଧରେ ସବୁଠାରୁ ବଡ ସଙ୍କଟ ଦୂର କରିବା ଦିଗରେ ସଫଳ ହୋଇଥିବା ଅଳ୍ପ କେତେକ ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଏହି ଅଭୂତପୂର୍ବ ସଫଳତା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ” ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ଦୃଶ୍ୟପଟ୍ଟରେ ଏହା ଏକ ନୂତନ ଆତ୍ମନିର୍ଭର ଭାରତର ଉତ୍ଥାନ ।
କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ମୋଦୀ ଜୀଙ୍କ ନେତୃତ୍ୱରେ ଏହି 'ନୂତନ ଭାରତ' ବିପର୍ଯ୍ୟୟକୁ ସୁଯୋଗ ଏବଂ ଆହ୍ୱାନକୁ ସଫଳତାରେ ପରିଣତ କରିଛି । ଏହି ଐତିହାସିକ ଦିବସରେ ସମସ୍ତ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଉଛି । ଶ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, ଏହି 'ମେଡ ଇନ ଇଣ୍ଡିଆ' ଟୀକା ଆତ୍ମନିର୍ଭର ଭାରତର ଦୃଢ ସଂକଳ୍ପର ପ୍ରମାଣ ।
**********
TRP/
(रिलीज़ आईडी: 1689196)
आगंतुक पटल : 248
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu