କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ

ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା

ପୋଷ୍ଟ କରାଯିବା ଦିନାଙ୍କ: 14 JAN 2021 10:38AM by PIB Bhubaneswar

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ତୃତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଦେଶର 6ଶହଟି ଜିଲ୍ଲାରେ ଆରମ୍ଭ ହେଉଛି ଏହି ପର୍ଯ୍ୟାୟରେ କୌଶଳ ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ କୋଭିଡ-19 ସମ୍ପର୍କୀତ କୌଶଳ ଏବଂ ନୂତନ ସମୟ ଉପରେ ଗୁରୁତ୍ୱ ଦେବ

ସ୍କିଲ ଇଣ୍ଡିଆ ମିଶନ ନାମରେ ତୃତୀୟ ପର୍ଯ୍ୟାୟରେ ଏହି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନରେ 2020-2021 ଅବଧି ମଧ୍ୟରେ 948 ଦଶମିକ 90କୋଟି ଟଙ୍କା ଖର୍ଚ୍ଚ ହେବ ସମ୍ପର୍କୀତ ତାଲିମ 729ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଏବଂ 200ଟି ଆଇଟିଆଇରେ ତାଲିମ ଦିଆଯାଇ ଯୁବଗୋଷ୍ଠୀଙ୍କୁ ବୃତ୍ତିଗତ କୁଶଳୀ କରାଯିବ  ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଏହି ଯୋଜନାର ତୃତୀୟ ପର୍ଯ୍ୟାୟର କୋଭିଡ-19ମହାମାରୀକୁ ନେଇ ପରିବେଶ ଅନୁକୂଳ କୌଶଳ ବିକାଶ ନୀତି ଗ୍ରହଣ କରିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015ମସିହା ଜୁଲାଇ 15ତାରିଖ ଦିନସ୍କିଲ ଇଣ୍ଡିଆ ମିଶନ ମିଶନର ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମକୁ ଆଶାତୀତ ଭାବେ ସଫଳତା ମିଳିଥିଲା ଏହି ମିଶନକୁ ନେଇ ଭାରତ ବିଶ୍ୱରକୌଶଳ ରାଜଧାନୀଭାବରେ ପରିଚିତି ଲାଭ କରିଥିଲା ଯୋଜନାର ଏହି ତୃତୀୟ ପର୍ଯ୍ୟାୟକୁ କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଏବଂ ରାଜ୍ୟମନ୍ତ୍ରୀ ଶ୍ରୀ ରାଜକୁମାର ସିଂ ଶୁଭାରମ୍ଭ କରିବେ

*****

SSD / SLP


(ରିଲିଜ ଆଡି: 1688708) ପରିଦର୍ଶକ କାଉଣ୍ଟର : 282