ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ଆନ୍ତର୍ଜାତିକ ଷ୍ଟାର୍ଟଅପ ସମ୍ମିଳନୀ

ପୋଷ୍ଟ କରାଯିବା ଦିନାଙ୍କ: 14 JAN 2021 3:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆନ୍ତର୍ଜାତିକ ଷ୍ଟାଟ୍‌ଅପ୍ ସମ୍ମିଳନୀ ‘ପ୍ରାରମ୍ଭ’କୁ ଆସନ୍ତା ଜାନୁୟାରୀ 16ତାରିଖ ଦିନ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅପରାହ୍ନ 5ଟା ସମୟରେ ଉଦ୍‌ଘାଟନ କରିବେ । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏହା ଚଳିତ ଜାନୁୟାରୀ 15 ଏବଂ 16ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ଗତ 2018 ମସିହା ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଠମାଣ୍ଡୁଠାରେ ଅନୁଷ୍ଠିତ ଚତୁର୍ଥ ବିମ୍‌ଷ୍ଟେକ୍ ସମ୍ମିଳନୀରେ ଭାରତ ବିମ୍‌ଷ୍ଟେଟ୍ ଷ୍ଟାଟଅପ ସିମ୍ମଳନୀର ଆୟୋଜନ କରିବ ବୋଲି ଘୋଷଣା କରିଥିଲେ । ଗତ 2016 ମସିହା ଜାନୁୟାରୀ 16ତାରିଖ ଦିନ ପ୍ରଧାନମନ୍ତ୍ରୀ ଷ୍ଟାଟ୍‌ଅପ ଇଣ୍ଡିଆ ଇନିସିଏଟିଭର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର 5ବର୍ଷ ପୂର୍ତି ଅବସରରେ ଏହି ବିମ୍‌ଷ୍ଟେଟ ଷ୍ଟାର୍ଟଅପ୍ ସମ୍ମିଳନୀ ‘ପ୍ରାରମ୍ଭ’ ଆୟୋଜିତ ହେଉଛି । ଏଥିରେ 25ଟିରୁ ଅଧିକ ଦେଶର 200ରୁ ଅଧିକ ବିଶ୍ୱସ୍ତରୀୟ ବକ୍ତା ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଏହା ସର୍ବବୃହତ୍ ସମ୍ମିଳନୀ । ଏଥିରେ 24ଟି ଅଧିବେଶନରେ ‘ଷ୍ଟାର୍ଟଅପ୍ ଇକୋ ସିଷ୍ଟମ’କୁ ବିଶ୍ୱବ୍ୟାପୀ ସୁଦୁଢ କରିବାକୁ ବହୁପକ୍ଷୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

*****

 

SSD / SLP

 


(ରିଲିଜ ଆଡି: 1688706) ପରିଦର୍ଶକ କାଉଣ୍ଟର : 270