ପ୍ରତିରକ୍ଷା ମନ୍ତ୍ରଣାଳୟ

ବାୟୁସେନା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସରୁ 83ଟି ଲଢୁଆ ତେଜସ୍‍ ବିମାନ କିଣିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

Posted On: 13 JAN 2021 5:27PM by PIB Bhubaneshwar

ଭାରତୀୟ ବାୟୁ ସେନା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ବାହାଲ୍ଠାରୁ 83ଟି ହାଲୁକା ଲଢୁଆ ବିମାନ କିଣିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ସେଥିମଧ୍ୟରୁ 73ଟି ତେଜସ୍ଏମ୍କେ-1 ଲଢୁଆ ବିମାନ ଶ୍ରେଣୀର ହୋଇଥିବା ବେଳେ 10ଟି ଏମ୍‍-କେବିମାନ ତାଲିମ ପାଇଁଉଦ୍ଦିଷ୍ଟ ଏହି 83ଟିଯାକ ବିମାନ 45,696 କୋଟି ଟଙ୍କାରେ କିଣାଯିବ ଏହି ବ୍ୟୟରେ ନକ୍ସା ଏବଂ ଭିତ୍ତିଭୂମି ବିକାଶ ବାବଦରେ 1202 କୋଟି ଟଙ୍କା ଅନ୍ତର୍ଭୁକ୍ତ

ଏହି ତେଜସ୍ଶ୍ରେଣୀର ବିମାନର ନିର୍ମାଣ କୌଶଳ ସ୍ୱଦେଶୀ ବିଦ୍ୟାରେ ପ୍ରସ୍ତୁତ ହୋଇଛି ଏହା ଏକ ଅତ୍ୟାଧୁନିକ ଚତୁର୍ଥ ପିଢିର ଯୁଦ୍ଧ ବିମାନ ଏଥିରେ ଆଏସା ରେଡାର ରହିଛି ଯାହା ଦୃଶ୍ୟ ପରିସର ବାହାରେ ଥିବା ସାମଗ୍ରୀ, କ୍ଷେପଣାସ୍ତ୍ର ଶତ୍ରୁର ଘାଟିକୁ ଠାବ କରିବାକୁ ସକ୍ଷମ ଏହା ମଧ୍ୟ ଇଲେକ୍ଟ୍ରୋନିକ ୱାରଫେୟାର ପାଇଁ ସମର୍ଥ ଉଡାଣବେଳେ ମଧ୍ୟ ଏଥିରେ ଆକାଶ ପଥରେ ଇନ୍ଧନ ଭରିବାର ସୁବିଧା ରହିଛି ଭାରତୀୟ ବାୟୁସେନାର ବ୍ୟବହାର ପାଇଁ ଏହା ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି ଏହା ଭାରତୀୟ ଜ୍ଞାନକୌଶଳ ନକ୍ସାରେ ନିର୍ମିତ, ବିକଶିତ ଏବଂ ଉତ୍ପାଦିତ ଏହା ପ୍ରଥମ ସ୍ୱଦେଶୀ ହାଲୁକା ଲଢୁଆ ବିମାନ ଯାହା ଭାରତ ପ୍ରଥମ ଥର ପାଇଁ କିଣିବାକୁ ଯାଉଛି ଏଥିରେ 50 ଶତାଂଶ ଭାରତୀୟ ସାମଗ୍ରୀ ଉପକରଣ ଲାଗିଛି ସମୟକ୍ରମେଏହାକୁ 60 ଶତାଂଶରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି

ଆଜିର ବୈଠକରେ ବାୟୁସେନାର ଭିତ୍ତିଭୂମି ବିକାଶକାର୍ଯ୍ୟକୁ ଅନୁମୋଦନ ମିଳିଛି ଘାଟିର ମୌଳିକସୁବିଧା ସୁଯୋଗ ବୃଦ୍ଧି ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଅଧିକ ସୁବିଧା ମିଳିବଏବଂ ଯୁଦ୍ଧ ବିମାନଗୁଡିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସକ୍ଷମହେବ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତ ନିଜସ୍ୱ କାରିଗରୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ସାମରିକ ଉପକରଣମାନ ଉତ୍ପାଦନ କରିବାକୁ ଗୁରୁତ୍ୱ ଦେଉଛି ସେଥିପାଇଁ ନୂଆ ଟେକ୍ନୋଲଜି ନିର୍ମାଣ କୌଶଳ ଉପଯୋଗ କରାଯାଉଛି ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ଅଗ୍ରଣୀ ସଂସ୍ଥାଭାବେ କାର୍ଯ୍ୟ କରୁଛି ଏହାଛଡା ପ୍ରାୟ 500 ଭାରତୀୟ କଂପାନୀ କ୍ଷୁଦ୍ରଶିଳ୍ପ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ସହକାର୍ଯ୍ୟ କରୁଛନ୍ତି ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବାରେଏହା ସହାୟକ ହେବ ବୋଲି କୁହାଯାଉଛି

 

*****

TM / SLP

 



(Release ID: 1688406) Visitor Counter : 205