ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ବନ୍ଦ ହେବ ନାହିଁ କୌଣସି ରେଡିଓ ଷ୍ଟେସନ

ଖୋଲିବ ଶହେ ଏଫ.ଏମ୍ ଟ୍ରାନ୍ସମିଟର

Posted On: 13 JAN 2021 11:57AM by PIB Bhubaneshwar

ଆକାଶବାଣୀର କେନ୍ଦ୍ର କୌଣସି ରାଜ୍ୟ କିମ୍ବା କୌଣସି ସ୍ଥାନରେ ବନ୍ଦ ହେବ ନାହିଁ ବୋଲି ପ୍ରସାର ଭାରତୀ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି ।

ଦେଶରେ ବିଭିନ୍ନ ଗଣମାଧ୍ୟମରେ ଆକାଶବାଣୀର କେନ୍ଦ୍ର ବନ୍ଦ ହେବା ସର୍ମ୍ପକୀତ ସମ୍ବାଦ ପ୍ରକାଶିତ ହେବା ଘଟଣାକୁ ଗୁରୁତର ସହ ନେଇ ଏସବୁକୁ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର ସୂଚନା ବୋଲି ପ୍ରସାର ଭାରତୀ ସ୍ପଷ୍ଟ କରିଦେଇଛି । ଏ ସମ୍ପର୍କୀତ ସ୍ପଷ୍ଟୀକରଣରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ଆକାଶବାଣୀ କେନ୍ଦ୍ରର କ୍ଷମତା ସଂକୋଚନ କରାଯିବ ନାହିଁ । ସମସ୍ତ କେନ୍ଦ୍ର ସ୍ଥାନୀୟଭାବେ ଭାଷା, ସମାଜ ସଂସ୍କୃତି, ମାନବ ସମ୍ବଳ ବିବିଧତା ସହ ସ୍ଥାନୀୟ ମେଧାକୁ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ପରିବେଷଣ ଚଳାଇ ରଖିବେ । 2021-22 ମସିହାରେ କାର୍ଯ୍ୟକ୍ରମର ସମ୍ପ୍ରସାରଣ ସହିତ ସମଗ୍ର ଦେଶରେ ଶହେରୁ ଅଧିକ ନୂଆ ଏଫ.ଏମ. ରେଡିଓ ଟ୍ରାନ୍ସମିଟର ସ୍ଥାପନ କରାଯିବ । ଆକାଶବାଣୀର କାର୍ଯ୍ୟକ୍ରମକୁ ସୁଦୃଢ କରାଯିବ । ପ୍ରସାର ଭାରତୀ ଅଧିନରେ ବିଭିନ୍ନ ପ୍ରକାରର ‘ମୋଡ’ରେ ଦେଶର ଶହ ଶହ ଆକାଶବାଣୀ କେନ୍ଦ୍ର ବର୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ଏବଂ ଏହା ବିଶ୍ୱର ସର୍ବବୃହତ ଲୋକସେବା ପ୍ରସାରଣ ବ୍ୟବସ୍ଥା । ବର୍ତ୍ତମାନ ଏହି ସମସ୍ତ କେନ୍ଦ୍ର 48ଟି ଉପଗ୍ରହ ରେଡିଓ ଚ୍ୟାନେଲ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ବୋଲି ଏହି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି ।

Newsonair ଆପ୍‌ରେ ପ୍ରାୟ 200ଟି ରେଡିଓ ଷ୍ଟ୍ରିମ ‘ଭୋକାଲ ଫର ଲୋକାଲର’ ବାଖ୍ୟାକୁ ବିଶ୍ୱବ୍ୟାପୀ ପ୍ରସାରଣ କରୁଛନ୍ତି । 2020ମସିହାରେ ୩ଶହ ନିୟୁତ ଶ୍ରୋତା ଏହି ଆପ୍ ବ୍ୟବହାର କରି ରେଡିଓ କାର୍ଯ୍ୟକ୍ରମ ଶୁଣୁଛନ୍ତି । ବର୍ତ୍ତମାନ 24ଘଣ୍ଟିଆ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ ମାଧ୍ୟମରେ ସମ୍ବାଦ ଏବଂ ସମକାଳୀନ ପ୍ରସଙ୍ଗ ପ୍ରସାରଣ କରାଯାଉଛି ।   AIR ରାଗମ୍ ଏବଂ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ୨୪ଘଣ୍ଟିଆ ପ୍ରସାରଣ ହେଉଛି ବୋଲି ମଧ୍ୟ ପ୍ରସାର ଭାରତୀ ପକ୍ଷରୁ ପ୍ରକାଶ ପାଇଛି ।

*****

SSD/ SLP

 

 



(Release ID: 1688360) Visitor Counter : 216