କ୍ୟାବିନେଟ
ଭାରତ ଓ ଜାପାନ ମଧ୍ୟରେ “ନିର୍ଦ୍ଦିଷ୍ଟ କୁଶଳୀ ଶ୍ରମିକ”କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ପୋଷ୍ଟ କରାଯିବା ଦିନାଙ୍କ:
06 JAN 2021 12:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ଜାପାନ ମଧ୍ୟରେ “ନିର୍ଦ୍ଦିଷ୍ଟ କୁଶଳୀ ଶ୍ରମିକ” କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ର ମଞ୍ଜୁରି ଲାଭ କରିଛି । ଭାରତ ସରକାର ଏବଂ ଜାପାନ ସରକାରଙ୍କ ମଧ୍ୟରେ “ନିର୍ଦ୍ଦିଷ୍ଟ କୁଶଳୀ ଶ୍ରମିକ”କୁ ନେଇ ଉପଯୁକ୍ତ ଅପରେଟିଂ ମୌଳିକ ଢ଼ାଞ୍ଚା ବ୍ୟବସ୍ଥା କରିବା ପୂର୍ବରୁ ଏକ ସହଯୋଗ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ବିସ୍ତୃତ ବିବରଣୀ:
ବର୍ତ୍ତମାନର ସହଯୋଗ ବୁଝାମଣା ପତ୍ର ଅନୁସାରେ ଭାରତ ଏବଂ ଜାପାନ ମଧ୍ୟରେ କୁଶଳୀ ଭାରତୀୟ ଶ୍ରମିକମାନଙ୍କୁ ନେଇ ସହଭାଗୀତା ତଥା ସହଯୋଗର ଏକ ଆନୁଷ୍ଠାନିକ ବ୍ୟବସ୍ଥା ଗଠନ କରାଯିବ ଯଦ୍ୱାରା ସେହି କୁଶଳୀ ଭାରତୀୟ ଶ୍ରମିକମାନେ ଜାପାନକୁ ଯାଇପାରିବେ ଏବଂ ସେ ଦେଶ ଦ୍ୱାରା ସେମାନେ ଗ୍ରହଣୀୟ ହେବେ । ସେହି ଶ୍ରମିକମାନଙ୍କୁ ଜାପାନୀ ଭାଷା ପରୀକ୍ଷା ଦେବାକୁ ପଡ଼ିବ । ସେମାନେ ଜାପାନର ନିର୍ଦ୍ଦିଷ୍ଟ ଚଉଦଟି କ୍ଷେତ୍ରରେ କାର୍ଯ୍ୟ କରିବେ । ଏହି ଭାରତୀୟ ଶ୍ରମିକମାନଙ୍କୁ ଜାପାନ ସରକାର ଆବାସିକ ମର୍ଯ୍ୟାଦା “ନିର୍ଦ୍ଦିଷ୍ଟ କୁଶଳୀ ଶ୍ରମିକ” ଭାବେ ଏକ ନୂତନ ପରିଚୟ ପ୍ରଦାନ କରିବେ ।
ପ୍ରବର୍ତ୍ତନ ରଣନୀତି:
ଏହି ସହଯୋଗ ବୁଝାମଣା ପତ୍ର ଅନୁସାରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ଯାହା ଏହାର ପ୍ରବର୍ତ୍ତନ ସଂପର୍କୀତ ସମସ୍ତ କାର୍ଯ୍ୟାବଳୀର ତଦାରଖ କରିବ ।
ମୁଖ୍ୟ ପ୍ରଭାବ:
ଏହି ସହଯୋଗ ବୁଝାମଣା ପତ୍ର କାର୍ଯ୍ୟକାରୀ ହେବା ପରେ ଉଭୟ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ବୃଦ୍ଧି ପାଇବ ଏବଂ ଭାରତରୁ ଶ୍ରମିକ ତଥା କୁଶଳୀ ପେଶାଦାର କର୍ମଚାରୀମାନେ ଜାପାନକୁ ଯାଇ ସେଠାରେ କାର୍ଯ୍ୟ କରିପାରିବେ ।
ହିତଧାରକଗଣ:
କୁଶଳୀ ଭାରତୀୟ ଶ୍ରମିକମାନେ ଜାପାନର ନର୍ସିଂ ସେବା, ଗୃହ ସଫେଇ, ସାମଗ୍ରୀ ପ୍ରକ୍ରିୟାକରଣ ଶିଳ୍ପ, ମେସିନାରୀ ଉତ୍ପାଦନ ଶିଳ୍ପ, ଇଲେକ୍ଟ୍ରିକ୍ ଏବଂ ଇଲେକ୍ଟ୍ରୋନିକ୍ ସୂଚନା ସଂପର୍କୀତ ଶିଳ୍ପ, ନିର୍ମାଣ, ବିମାନସେବା, ଲଜିଂ, କୃଷି, ମତ୍ସ୍ୟଚାଷ, ଖାଦ୍ୟ ଓ ବିଭିନ୍ନ ପାନୀୟ ଉତ୍ପାଦନ ଶିଳ୍ପ ଏବଂ ଖାଦ୍ୟ ସେବା ଶିଳ୍ପରେ କାର୍ଯ୍ୟ କରିବେ ଏବଂ ତାହା ସେଠାରେ ଭାରତୀୟ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଲାଭର ବିଶେଷ ସୁଯୋଗ ପ୍ରଦାନ କରିବ ।
************
SS
(ରିଲିଜ ଆଡି: 1686545)
ପରିଦର୍ଶକ କାଉଣ୍ଟର : 331
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam