ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବ୍ରିଟେନରୁ ଆସିଥିବା ନୋଭେଲ କରୋନା ଭୂତାଣୁର ନୂତନ ଷ୍ଟ୍ରେନ ଉପରେ ସବିଶେଷ ସୂଚନା

ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା 38ରେ ପହଞ୍ଚିଛି

Posted On: 04 JAN 2021 3:39PM by PIB Bhubaneshwar

ବ୍ରିଟେନରେ ଦେଖା ଦେଇଥିବା ନୂତନ ଭାରିଆଣ୍ଟ ଜିନୋମ ଦ୍ଵାରା ମୋଟ 38 ଟି ନମୁନା ସଂକ୍ରମିତ ବୋଲି ଜଣାପଡିଛି ।

ନିମହାନ୍ସ ବେଙ୍ଗାଲୁରୁରୁ 10ଟି, ସିସିଏମବି ହାଇଦ୍ରାବାଦରୁ 3ଟି, ଏନଆଇଭି ପୁଣେରୁ 5ଟି, ଆଇଜିଆଇବି ଦିଲ୍ଲୀରୁ 11ଟି, ଏନସିଡିସି ନୂଆଦିଲ୍ଲୀରୁ 8ଟି ଏବଂ ଏନସିବିଜି କୋଲକାତାରୁ 1ଟି

ଏନସିବିଏସ, ଇନଷ୍ଟେମ, ବେଙ୍ଗାଲୁରୁ, ସିଡିଏଫଡି ହାଇଦ୍ରାବାଦ, ଆଇଏଲଏସ ଭୁବନେଶ୍ୱର, ଏବଂ ଏନସିସି ପୁଣେ ଏପର୍ଯ୍ୟନ୍ତ କୌଣସି ବ୍ରିଟେନର ମ୍ୟୁଟାଣ୍ଟ ଭୂତାଣୁ ପାଇ ନାହାଁନ୍ତି

କ୍ର ସଂ

ସଂସ୍ଥା/ପରୀକ୍ଷାଗାର

ଅଧୀନରେ

ନୂତନ କୋଭିଡ ଷ୍ଟ୍ରେନ ଦ୍ଵାରା ସଂକ୍ରମିତ ବ୍ୟକ୍ତି ସଂଖ୍ୟା

1

ଏନସିଡିସି ନୂଆଦିଲ୍ଲୀ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

8

2

ଆଇଜିଆଇବି ନୂଆଦିଲ୍ଲୀ

ସିଏସଆଇଆର

11

3

ଏନସିବିଜି କଲ୍ୟାଣୀ (କୋଲକାତା)

ଡିବିଟି

1

4

ଏନଆଇଭି ପୁଣେ

ଆଇସିଏମଆର

5

5

ସିସିଏମବି ହାଇଦ୍ରାବାଦ

ସିଏସଆଇଆର

3

6

ନିମହାନ୍ସ ବେଙ୍ଗାଲୁରୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

10

ମୋଟ

38

 

10 ଟି INSACOG ଲ୍ୟାବରେ (ଏନଆଇବିଏମଜି କୋଲକାତା, ଆଇଏଲଏସ ଭୁବନେଶ୍ୱର, ଏନଆଇଭି ଏବଂ ଏନସିସିଏସ ପୁଣେ, ସିସିଏମବି ଏବଂ ସିଡିଏଫଡି ହାଇଦ୍ରାବାଦ, ଇନଷ୍ଟେମ ଏବଂ ନିମହାନ୍ସ ବେଙ୍ଗାଲୁରୁ, ଆଇଜିଆଇବି ଏବଂ ଏନସିଡିସି ଦିଲ୍ଲୀରେ ପଜିଟିଭ ନମୁନା ପରୀକ୍ଷା କରାଯାଉଛି

ଏହି ସମସ୍ତ ବ୍ୟକ୍ତିଙ୍କୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ସ୍ୱାସ୍ଥ୍ୟସେବା ସୁଧାର କେନ୍ଦ୍ରରେ ଏକକ କୋଠରୀରେ ରଖାଯାଇଛି ସେମାନଙ୍କର ଘନିଷ୍ଠ ସମ୍ପର୍କୀୟଙ୍କୁ ମଧ୍ୟ କ୍ଵାରେଣ୍ଟିରେ ରଖାଯାଇଛି ସହ-ଯାତ୍ରୀ, ପାରିବାରିକ ସମ୍ପର୍କ ଏବଂ ଅନ୍ୟମାନଙ୍କ ସହିତ ବିସ୍ତୃତ ଯୋଗାଯୋଗ ଏବଂ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରାଯାଇଛି ଅନ୍ୟ ଏକ ନମୁନା ପାଇଁ ଏକ ଜେନୋମ ସିରିଜ ଉପରେ କାର୍ଯ୍ୟ ମଧ୍ୟ ଚାଲିଛି

ସମଗ୍ର ପରିସ୍ଥିତିକୁ ସତର୍କତାର ସହିତ ତଦାରଖ କରାଯାଉଛି ଏବଂ INSACOG ପରୀକ୍ଷାଗାରଗୁଡିକରେ ଉନ୍ନତ ନିରୀକ୍ଷଣ, ଧାରଣ, ପରୀକ୍ଷା ଏବଂ ନମୁନା ପଠାଇବା ପାଇଁ ନିୟମିତ ବ୍ୟବଧାନରେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଉଛି |

ପରିସ୍ଥିତି ଦୃଷ୍ଟିରୁ ସାବଧାନତା ଅବଲମ୍ବନ କରାଯାଉଛି ଏବଂ INSACOG ଲ୍ୟାବରେ ନମୁନାଗୁଡ଼ିକର ଉନ୍ନତ ନିରୀକ୍ଷଣ, ଆବଦ୍ଧାଞ୍ଚଳ, ପରୀକ୍ଷା ଏବଂ ନମୁନା ପଠାଇବା ପାଇଁ ରାଜ୍ୟମାନଙ୍କୁ ନିୟମିତ ରୂପେ ପରାମର୍ଶ ଦିଆଯାଉଛି

 

**********

MV/TRP(SM)



(Release ID: 1686087) Visitor Counter : 209