ରାଷ୍ଟ୍ରପତିଙ୍କ ସଚିବାଳୟ

ଜାନୁଆରୀ 5ରୁ ସର୍ବସାଧାରଣଙ୍କ ପାଇଁ ପୁନର୍ବାର ଖୋଲିବ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ

ପୋଷ୍ଟ କରାଯିବା ଦିନାଙ୍କ: 01 JAN 2021 4:37PM by PIB Bhubaneswar

କୋଭିଡ-19 କାରଣରୁ ବିଗତ ମାର୍ଚ୍ଚ 13, 2020 ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଆସନ୍ତା ଜାନୁୟାରୀ 5, 2021ରୁ ପୁନର୍ବାର  ଖୋଲିବ । ସୋମବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ଏହା ସବୁ ଦିନ ଖୋଲା ରହିବ । ୱେବସାଇଟ https://presidentofindia.nic.in କିମ୍ବା   https://rashtrapatisachivalaya.gov.in  କିମ୍ବା  https://rbmuseum.gov.in ମାଧ୍ୟମରେ ପରିଦର୍ଶକମାନେ ସେମାନଙ୍କର ସ୍ଲଟ୍ ବୁକ୍ କରିପାରିବେ । ପୂର୍ବ ପରି, ପ୍ରତ୍ୟେକ ଭ୍ରମଣକାରୀଙ୍କ ନାମକରଣ ପଞ୍ଜିକରଣ ପାଇଁ 50/- ଟଙ୍କା ଶୁଳ୍କ ଆଦାୟ କରାଯିବ । ପୂର୍ବରୁ ଉପଲବ୍ଧ ଥିବା ସ୍ପଟ୍ ବୁକିଂ ସୁବିଧାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ।

ସାମାଜିକ ଦୂରତା ନିୟମକୁ ବଜାୟ ରଖିବା ପାଇଁ, ସକାଳ 9:30 – ପୂର୍ବାହ୍ନ 11:00, ପୂର୍ବାହ୍ନ 11:30 - ଅପରାହ୍ନ 1:00, ଅପରାହ୍ନ 1:30 - ଅପରାହ୍ନ 3:00 ଏବଂ ଅପରାହ୍ନ 3:30 - ଅପରାହ୍ନ 5:00 ମଧ୍ୟରେ ସର୍ବାଧିକ 25 ଭ୍ରମଣକାରୀଙ୍କ ପାଇଁ  ଚାରୋଟି ପ୍ରି-ବୁକ୍ ହୋଇଥିବା ସମୟ ସ୍ଲଟ୍ ସ୍ଥିର କରାଯାଇଛି । ଭ୍ରମଣ ସମୟରେ, ପରିଦର୍ଶକମାନଙ୍କୁ କୋଭିଡ ନିଯମାବଳୀ ଅନୁସରଣ କରିବାକୁ ପଡିବ ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବା ଇତ୍ୟାଦି । କୋଭିଡ-19 ସଂକ୍ରମିତ ଲୋକଙ୍କ ପାଇଁ ଏହି ଯାତ୍ରା ନିଷିଦ୍ଧ କରାଯାଇଛି ।

ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସ ସଂଗ୍ରହାଳୟ ବିଷୟ  ହେଉଛି ଏକ ଇଭେଣ୍ଟ ଭିତ୍ତିକ କାହାଣୀ ଯାହା କଳା, ସଂସ୍କୃତି, ଐତିହ୍ୟ ଏବଂ ଇତିହାସର ପ୍ରତୀକ ସୂକ୍ଷ୍ମ ତଥା ଅମୂଲ୍ୟ କଳାକୃତି ପ୍ରଦର୍ଶନ କରିଥାଏ । ଏସଂପର୍କରେ ଅଧିକ ବିବରଣୀ https://rbmuseum.gov.in ୱେବସାଇଟରୁ ପାଇପାରିବେ ।

 

**********

DS/BM/TRP


(ରିଲିଜ ଆଡି: 1685503) ପରିଦର୍ଶକ କାଉଣ୍ଟର : 353