ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତର ସକ୍ରିୟ ମାମଲାର ନିମ୍ନଗାମୀ ଧାରା ଅବ୍ୟାହତ ରହିଛି; 179 ଦିନ ପରେ ସଂକ୍ରମିତଙ୍କ ସଂଖ୍ୟା 2.54 ଲକ୍ଷ ତଳେ
କ୍ରମାଗତ ଭାବେ ଗତ 7 ଦିନ ଧରି ଦୈନିକ ମୃତ୍ୟୁ ସଂଖ୍ୟା 300 ରୁ କମ
Posted On:
01 JAN 2021 10:55AM by PIB Bhubaneshwar
ଭାରତର ମୋଟ ସକ୍ରିୟ ମାମଲା କ୍ରମାଗତ ନିମ୍ନଗାମୀ ଧାରା ଅବ୍ୟାହତ ରଖିଛି । ଆଜି ଏହା 2.54 ଲକ୍ଷ (2,54,254) କୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । 179 ଦିନ ପରେ ଏହା ସର୍ବନିମ୍ନ । ଗତ ଜୁଲାଇ 6, 2020 ରେ ସମୁଦାୟ ସକ୍ରିୟ ମାମଲା 2,53,287 ଥିଲା ।
ବର୍ତ୍ତମାନ ଭାରତର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର 2.47 ପ୍ରତିଶତ ରହିଛି ।

ବିଗତ କିଛି ଦିନ ଧରି ଭାରତରେ ଦୈନିକ ନୂତନ ମାମଲା ପ୍ରାୟ 20,000 ପାଖାପାଖି ରହୁଛି । ଗତ 24 ଘଣ୍ଟା ମଧ୍ୟରେ ନୂତନ ମାମଲା 20,035 ଥିବାବେଳେ ଏହି ଅବଧି ମଧ୍ୟରେ 23,181 ଜଣ ଆରୋଗ୍ୟ ଲାଭ କରିଥିବା ପଞ୍ଜୀକୃତ ହୋଇଛି । ଗତ 35 ଦିନ ଧରି ଦୈନିକ ନୂତନ ମାମଲା ଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ରହିବା ଫଳରେ ସକ୍ରିୟ ମାମଲାର କ୍ରମାଗତ ହ୍ରାସ ସୁନିଶ୍ଚିତ ହୋଇଛି ।

ମୋଟ ଆରୋଗ୍ୟ ମାମଲା ପାଖାପାଖି 99 ଲକ୍ଷ (98,83,461) ରହିଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଇ 96 ଲକ୍ଷ ଅତିକ୍ରମ କରିଛି । ଏହା ବର୍ତ୍ତମାନ 96,29,207 ରେ ପହଞ୍ଚିଛି ।
ନୂତନ ଆରୋଗ୍ୟ ଏବଂ ନୂତନ ସକ୍ରିୟ ମାମଲାର ପାର୍ଥକ୍ୟରେ ଉନ୍ନତି ଘଟି ସୁସ୍ଥତା ହାର ଆଜି 96.08% କୁ ବୃଦ୍ଧି ପାଇଛି ।
ନୂତନ ଆରୋଗ୍ୟ ମାମଲାର 77.61% 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ରେକର୍ଡ କରାଯାଇଛି ।
କେରଳରୁ ଗୋଟିଏ ଦିନରେ ସର୍ବାଧିକ 5,376 ଜଣ ନୂତନ ଆରୋଗ୍ୟ ଲାଭ କରିଛନ୍ତି । ଏହା ପଛକୁ ମହାରାଷ୍ଟ୍ରରୁ 3,612 ଲୋକ ଆରୋଗ୍ୟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ 1,537 ଜଣ ସୁସ୍ଥ ହୋଇଛନ୍ତି ।

ନୂତନ ମାମଲାଗୁଡ଼ିକର 80.19% 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
କେରଳ ସର୍ବାଧିକ ଦୈନିକ ନୂତନ ମାମଲା 5,215 ଥିବା ରିପୋର୍ଟ କରିଛି । ଏହା ପଛରେ ମହାରାଷ୍ଟ୍ର 3,509 ଟି ନୂଆ ମାମଲା ଥିବା ଦର୍ଶାଇଛି ।

ଗତ 24 ଘଣ୍ଟା ମଧ୍ୟରେ 256 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ନୂତନ ମୃତ୍ୟୁର 80.47% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
ମହାରାଷ୍ଟ୍ରରୁ ସର୍ବାଧିକ 58 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳ ଏବଂ ପଶ୍ଚିମବଙ୍ଗରୁ ଯଥାକ୍ରମେ 30 ଏବଂ 29 ଜଣଙ୍କର ମୃତ୍ୟୁ ଘଟିଛି ।

ଗତ 7 ଦିନରେ ଦୈନିକ ମୃତ୍ୟୁ ସଂଖ୍ୟା 300ରୁ କମ ହୋଇଛି, ଯାହା ବର୍ତ୍ତମାନ ମୃତ୍ୟୁ ହାରକୁ 1.45%ରେ ପହଞ୍ଚାଇଛି ।

ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀ ଏହି ପାଞ୍ଚଟି ରାଜ୍ୟରେ ମୃତ୍ୟୁ ହାର 63% ରହିଛି ।

**********
MV/SJ/TRP
(Release ID: 1685501)
Visitor Counter : 251
Read this release in:
Tamil
,
Telugu
,
English
,
Urdu
,
Hindi
,
Marathi
,
Bengali
,
Assamese
,
Punjabi
,
Gujarati
,
Kannada
,
Malayalam