ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 13 ଦିନ ମଧ୍ୟରେ ଦୈନିକ ନୂଆ ମାମଲା 30 ହଜାରରୁ କମ

ବିଗତ 29 ଦିନରେ କ୍ରମାଗତ ଭାବେ ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ମାମଲା ଠାରୁ ଅଧିକ

Posted On: 26 DEC 2020 10:44AM by PIB Bhubaneshwar

ଭାରତରେ ଦୈନିକ କମ ସଂଖ୍ୟକ ନୂତନ ମାମଲା ସହିତ ଆରୋଗ୍ୟ ସଂଖ୍ୟାରେ ବୃଦ୍ଧି ଯୋଗୁଁ ସକ୍ରିୟ ମାମଲା ଏବଂ ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ମୋଟ ଆରୋଗ୍ୟ ମାମଲା ଆଜି 97.5 ଲକ୍ଷ (97,40,108)ର ନିକଟତର ହୋଇଛି । ଭାରତର ସମୁଦାୟ ଆରୋଗ୍ୟ ସଂଖ୍ୟା ବିଶ୍ୱରେ ସର୍ବାଧିକ ।

ବୃଦ୍ଧି ପାଉଥିବା ଆରୋଗ୍ୟ ସଂଖ୍ୟା ଯୋଗୁଁ ଆଜି ଏହି ହାର 95.78% କୁ ଉନ୍ନୀତ ହୋଇଛି । 

ଭାରତରେ ବର୍ତ୍ତମାନ 2,81,667 ସଂଖ୍ୟକ ସକ୍ରିୟ ମାମଲା ଅଛନ୍ତି ଯାହାକି ମୋଟ  ପଜିଟିଭ ମାମଲାର 2.77 ପ୍ରତିଶତ ।

WhatsApp Image 2020-12-26 at 10.09.38 AM.jpeg

ଜାତୀୟ ଅନୁସନ୍ଧାନରୁ ଜଣାଯାଇଛି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର 90% ରୁ ଅଧିକ ।

WhatsApp Image 2020-12-26 at 10.07.00 AM.jpeg

ଗତ 13 ଦିନ ମଧ୍ୟରେ ଦୈନିକ ନୂତନ ମାମଲା 30,000 ରୁ କମ ଥିଲା । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 22,273 ନୂତନ ମାମଲା ପଞ୍ଜିକୃତ ହୋଇଛି ।

WhatsApp Image 2020-12-26 at 9.57.19 AM.jpeg

ଦେଶରେ ରେକର୍ଡ ହୋଇଥିବା ଦୈନିକ ନୂତନ ଆରୋଗ୍ୟ ସଂଖ୍ୟା ଗତ 29 ଦିନରେ ପଞ୍ଜିକୃତ ହୋଇଥିବା ଦୈନିକ ମାମଲା ଅପେକ୍ଷା ଅଧିକ । ଗତ 24 ଘଣ୍ଟା ମଧ୍ୟରେ 22,274 ସଂଖ୍ୟକ ସଂକ୍ରମିତ ରୋଗୀ ଆରୋଗ୍ୟ ହୋଇ ହସ୍ପିଟାଲ ଏବଂ ଘରୋଇ ଚିକିତ୍ସାରୁ ଡିସଚାର୍ଜ  ହୋଇଛନ୍ତି ।

WhatsApp Image 2020-12-26 at 10.01.59 AM.jpeg

ନୂତନ ଆରୋଗ୍ୟ ମାମଲାଗୁଡ଼ିକର 73.56 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ପରିଲକ୍ଷିତ ହୋଇଛି ।

4,506 ଟି ନୂତନ ଆରୋଗ୍ୟ ମାମଲା ସହିତ କେରଳରୁ ସର୍ବାଧିକ ଦିନିକିଆ ଆରୋଗ୍ୟ ସଂଖ୍ୟା ରିପୋର୍ଟ ହୋଇଛି । ପଶ୍ଚିମବଙ୍ଗରେ 1,954 ଲୋକ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରୁ 1,427 ଲୋକ ଆରୋଗ୍ୟ ହୋଇଛନ୍ତି ।

WhatsApp Image 2020-12-26 at 9.52.25 AM.jpeg

ନୂତନ ମାମଲାଗୁଡ଼ିକର 79.16% 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କେରଳ ସର୍ବାଧିକ ଦୈନିକ ନୂତନ ମାମଲା 5,397 ଥିବା ରିପୋର୍ଟ କରିଛି । ଏହା ପଛକୁ ମହାରାଷ୍ଟ୍ରରେ 3,431 ଟି ନୂଆ ମାମଲା ରହିଛି । ସେହିଭଳି ପଶ୍ଚିମବଙ୍ଗ 1,541 ଟି ନୂଆ ମାମଲା ଥିବା ଦର୍ଶାଇଛି ।

WhatsApp Image 2020-12-26 at 9.49.29 AM.jpeg

ଗତ 24 ଘଣ୍ଟା ମଧ୍ୟରେ 251 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ନୂତନ ମୃତ୍ୟୁ ହାର 85.26% ରହିଛି । ମହାରାଷ୍ଟ୍ରରୁ ସର୍ବାଧିକ 71 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଯଥାକ୍ରମେ 31 ଏବଂ 30 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-12-26 at 9.50.48 AM.jpeg

 

**********



(Release ID: 1683871) Visitor Counter : 118