ରାଷ୍ଟ୍ରପତିଙ୍କ ସଚିବାଳୟ

ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

प्रविष्टि तिथि: 24 DEC 2020 4:51PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଖ୍ରୀଷ୍ଟମାସ ଅବସରରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଖ୍ରୀଷ୍ଟମାସର ଶୁଭ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ବିଶେଷ କରି ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି

ଖ୍ରୀଷ୍ଟମାସ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ଆନନ୍ଦର ସହ ପାଳନ କରିବାର ପର୍ବ  ଏହି ପର୍ବ ସମସ୍ତଙ୍କ ଜୀବନରେ ଶାନ୍ତି, ଶୁଭେଚ୍ଛା ଏବଂ କରୁଣାରେ ଭରି ଦେଇଥାଏ ଏହି ପର୍ବ ଅନ୍ୟମାନଙ୍କ ପ୍ରତି ପ୍ରେମ ଏବଂ ଦୟା ଭାବ ପୋଷଣ କରିବାକୁ ପ୍ରେରଣା ପ୍ରଦାନ କରିଥାଏ

ମୁଁ ଆଶା କରୁଛି ଯେ ଏହି ପର୍ବ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବ ଆସନ୍ତୁ ଏହି ପବିତ୍ର ପର୍ବରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, କରୁଣା ଏବଂ ମାନବିକତାର ଶିକ୍ଷାକୁ ପୁନର୍ବାର ଗ୍ରହଣ କରିବା ଏବଂ ଆମ ଦେଶ ତଥା ସମାଜର କଲ୍ୟାଣ ପାଇଁ ନିଜକୁ ସମର୍ପଣ କରିବା

 

**********

 


(रिलीज़ आईडी: 1683405) आगंतुक पटल : 225
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Punjabi , Tamil , Telugu