ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି, ଆଜି ଏହା 2.83 ଲକ୍ଷରେ ପହଞ୍ଚିଛି

● ଗତ 11 ଦିନ ଧରି କ୍ରମାଗତ ଭାବେ ସକ୍ରିୟ ମାମଲା 30 ହଜାରରୁ କମ

● ବିଗତ 12 ଦିନରେ ଦୈନିକ ମୃତ୍ୟୁ ସଂଖ୍ୟା 400 ରୁ କମ

Posted On: 24 DEC 2020 11:03AM by PIB Bhubaneshwar

ଭାରତର ମୋଟ ସକ୍ରିୟ ମାମଲାଗୁଡ଼ିକର ସଂକୋଚନ ଧାରା ଜାରି ରହିଛି । ଦେଶର ସକ୍ରିୟ ସଂକ୍ରମିତ ମାମଲା ଆଜି 2,83,849 ରେ ପହଞ୍ଚିଛି । ମୋଟ ପଜିଟିଭ ମାମଲା ମଧ୍ୟରେ ସକ୍ରିୟ ମାମଲାର ହାର 2.80% କୁ ହ୍ରାସ ପାଇଛି ।

ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ ସକ୍ରିୟ ମାମଲା 5,391 ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।

ପ୍ରାୟ ଏକ ମାସ (27 ଦିନ) ମଧ୍ୟରେ ଦୈନିକ ଆରୋଗ୍ୟ ମାମଲା ପ୍ରତିଦିନର ନୂତନ ମାମଲାଠାରୁ ଅଧିକ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ କେବଳ 24,712 ଜଣ ବ୍ୟକ୍ତି କୋଭିଡ ସଂକ୍ରମିତ ଥିବା ଜଣାପଡିଛି । ଏହି ସମୟ ମଧ୍ୟରେ 29,791 ଜଣ ନୂତନ ଭାବେ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି ।

ଗତ 11 ଦିନରେ ଭାରତରେ କ୍ରମାଗତ ଭାବରେ 30,000 ରୁ କମ ନୂଆ ମାମଲା ରେକର୍ଡ ହେଉଛି

ମୋଟ ଆରୋଗ୍ୟ ମାମଲା ପାଖାପାଖି 97 ଲକ୍ଷ (96,93,173) ରେ ପହଞ୍ଚିଛି । ସେହିଭଳି ସୁସ୍ଥତା ହାର ମଧ୍ୟ 95.75% କୁ ବୃଦ୍ଧି ପାଇଛି ।

ନୂତନ ଆରୋଗ୍ୟ ମାମଲାଗୁଡ଼ିକର 79.56 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ  ରିପୋର୍ଟ ହୋଇଛି ।

ମହାରାଷ୍ଟ୍ରରେ 7,620 ଟି ନୂତନ ଆରୋଗ୍ୟ ମାମଲା ସହିତ ଦିନର ସର୍ବାଧିକ ଆରୋଗ୍ୟ ମାମଲା ରିପୋର୍ଟ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ କେରଳରେ 4,808 ଲୋକ ସୁସ୍ଥ ହୋଇଥିଲା ବେଳେ, ପଶ୍ଚିମବଙ୍ଗରୁ 2,153 ଲୋକ ସୁସ୍ଥ ହୋଇଛନ୍ତି ।

ନୂତନ ମାମଲାଗୁଡ଼ିକର 76.48 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ  ଅଞ୍ଚଳରୁ ଆସିଛି ।

କେରଳରୁ ସର୍ବାଧିକ ଦୈନିକ ନୂତନ ମାମଲା 6,169  ରିପୋର୍ଟ ହୋଇଛି ଏହା ପଛକୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଯଥାକ୍ରମେ 3,913 ଏବଂ 1,628 ନୂତନ ମାମଲା ଥିବା ଜଣାଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 312 ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂତନ ମୃତ୍ୟୁ ହାର 79.81 ପ୍ରତିଶତ ଅଟେ । ମହାରାଷ୍ଟ୍ରରୁ ସର୍ବାଧିକ 93 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗ ଏବଂ କେରଳରୁ ଯଥାକ୍ରମେ 34 ଏବଂ 22 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଗତ 12 ଦିନରେ 400 ରୁ କମ ସଂକ୍ରମିତଙ୍କ ଦୈନିକ ମୃତ୍ୟୁ ହୋଇଥିବା ପଞ୍ଜିକୃତ ହୋଇଛି ।

 

**********



(Release ID: 1683402) Visitor Counter : 150