କ୍ୟାବିନେଟ

ଦେଶରେ ଡିଟିଏଚ ସେବା ମାର୍ଗଦର୍ଶିକା ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 23 DEC 2020 4:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (23.12.2020) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଡିଟିଏଚ ପ୍ରସାରଣ ସଂକ୍ରାନ୍ତ ମାର୍ଗଦର୍ଶିକା ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନିଷ୍ପତ୍ତିର ମୌଳିକ ବୈଶିଷ୍ଟତାଗୁଡିକ ହେଲା –

(କ)     ଡିଟିଏଚ ପାଇଁ ଲାଇସେନ୍ସ ଅବଧି ଦଶବର୍ଷ ପରିବର୍ତ୍ତେ 20 ବର୍ଷ ପାଇଁ ଜାରି ହେବ । ତେବେ ଦଶବର୍ଷ ପରେ ଲାଇସେନ୍ସ ଅବଧିର ନବୀକରଣ କରାଯାଇପାରିବ ।

(ଖ)    ଲାଇସେନ୍ସ ବାବଦ ଦେୟ ଜିଆରର  ଶତକଡା ଦଶଭାଗରୁ ଏଜିଆରର ଶତକଡା 8 ଭାଗକୁ ସଂଶୋଧନ କରାଯାଇଛି । ଜିଆର ବାବଦ ଜିଏସଟିକୁ ବାଦ ଦେଇ ଏଜିଆର ହିସାବ କରାଯିବ ।

(ଗ)    ଲାଇସେନ୍ସ ଦେୟ ବର୍ତ୍ତମାନ ବର୍ଷକରେ ଆଦାୟ କରାଯାଉଥିବା ବେଳେ ଏଣିକି ଏହା ଚାରି ମାସରେ ଆଦା କରାଯିବ ।

(ଘ)     ଡିଟିଏଚ ଅପରେଟରମାନଙ୍କୁ ସର୍ବାଧିକ ଶତକଡା 5 ଭାଗ ପର୍ଯ୍ୟନ୍ତ ଚ୍ୟାନେଲ ମୋଟ ଚ୍ୟାନେଲର ସାମର୍ଥ୍ୟ ଅନୁସାରେ ଅନୁମତି ପ୍ରଦାନ କରାଯିବ । ଥରକରେ ଗୋଟିଏ ପିଏସ ଚ୍ୟାନେଲ ନିମନ୍ତେ ଅଣଫେରସ୍ତଯୁକ୍ତ ଦଶ ହଜାର ଟଙ୍କା ଡିଟିଏଚ ଅପରେଟରଙ୍କୁ ଦେବାକୁ ପଡିବ ।

(ଉଁ)     ଡିଟିଏଚ ଅପରେଟରମାନେ ଟିଭି ଚ୍ୟାନେଲର ଟ୍ରାନ୍ସପୋର୍ଟ ଷ୍ଟ୍ରିମ ଓ ଡିଟିଏଚ ପ୍ଲାଟଫର୍ମ ସେୟାର କରିବାକୁ ଚାହୁଁ ନଥିଲେ ତାକୁ ଅନୁମତି ପ୍ରଦାନ କରାଯିବ । ଟିଭି ଚ୍ୟାନେଲ ବିତରକମାନେ ସବ୍ସକ୍ରାଇବରମାନେ ମ୍ୟାନେଜମେଣ୍ଟ ସିଷ୍ଟମ (ଏସଏମଏସ) ଓ ସିଏଏସ ପାଇଁ କମନ ହାର୍ଡୱେର ସେୟାର କରିବାକୁ ଚାହୁଁଥିଲେ ତାକୁ ଅନୁମତି ମିଳିବ ।   

(ଚ)     ଶତକଡା 49 ଭାଗ ବିଦେଶୀ ପୁଞ୍ଜି ନିବେଶ ପାଇଁ ଡିଟିଏଚ ମାର୍ଗଦର୍ଶିକା ସରକାରଙ୍କ ଡିପିଆଇଆଇଟି ନୀତି ସହ ଯୋଡା ହୋଇ ଏଫଡିଆଇ ନୀତିରେ ସମୟକ୍ରମେ ସଂଶୋଧନ କରାହେବ ।

(ଛ)     ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ଜାରି ହେଉଥିବା ଡିଟିଏଚ ମାର୍ଗଦର୍ଶିକା ସହ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।

ଏହି ପ୍ରସ୍ତାବ ଟେଲିକମ କ୍ଷେତ୍ରରେ ଲାଗୁ ହେଉଥିବା ଲାଇସେନ୍ସ ମୁକ୍ତ ନୀତି ସହ ଲାଗୁହେବ । ଯେଉଁ ଅର୍ଥର ପାର୍ଥକ୍ୟ ହେବ ତାହାକୁ ଡିଟିଏଚ ଅପରେଟରମାନେ ଅଧିକ ପ୍ରସାରଣ ଦିଗରେ ବ୍ୟୟ କରିବେ । ପ୍ଲାଟଫର୍ମ ସେବା ନିମନ୍ତେ ପଞ୍ଜୀକୃତ ଦେୟ ହାରାହାରି 12 ଲକ୍ଷ ହେବ । ଡିଟିଏଚ ଅପରେଟରମାନେ ଭିତ୍ତିଭୂମି ସେୟାର କରିବା ଯୋଗୁଁ ଅପରେଟରମାନେ ମାମୁଲି ଉପଗ୍ରହ ଗଠନ ଦେୟ ପଇଠ କରୁଥିବାରୁ ଉପଭୋକ୍ତାମାନଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ପ୍ରଚଳିତ ଏଫଡିଆଇ ନୀତି ଯୋଗୁଁ ଦେଶରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ଡିଟିଏଚ ସାରା ଦେଶରେ କାର୍ଯ୍ୟ କରୁଛି । ଏହି କ୍ଷେତ୍ର ବେଶ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର । ଏହା ପ୍ରତ୍ୟକ୍ଷ ଭାବେ ଡିଟିଏଚ ଅପରେଟର ଓ କଲ ସେଣ୍ଟର ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଉଥିବା ବେଳେ, ତୃଣମୂଳ ସ୍ତରରେ ବେଶୀ ସଂଖ୍ୟାରେ ସ୍ଥାପନକାରୀ ମଧ୍ୟ ପରୋକ୍ଷ ନିଯୁକ୍ତି ପାଇଥାନ୍ତି । ଡିଟିଏଚ ସଂଶୋଧିତ ମାର୍ଗଦର୍ଶିକାରେ ଥିବା ଦୀର୍ଘ ମିଆଦି ଲାଇସେନ୍ସ ଅବଧି, ନବିକରଣୀୟ ସ୍ଵଚ୍ଛତା, ଏଫଡିଆଇ ସୀମା ରିହାତି ଇତ୍ୟାଦି ଡିଟିଏଚ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ ।  

 

**********



(Release ID: 1683143) Visitor Counter : 232