ଯୋଗାଯୋଗ ମନ୍ତ୍ରଣାଳୟ
ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଡିଜିଟାଲ ପେମେଣ୍ଟ ସେବା ‘ଡାକପେ’ ର ଶୁଭାରମ୍ଭ
ଅନଲାଇନ୍ ପେମେଣ୍ଟ ଏବଂ ଆର୍ଥିକ ସେବାର ବିତରଣକୁ ଡାକପେ ସ୍ଵଦୃଢ଼ କରିବ - କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ
ପୋଷ୍ଟ କରାଯିବା ଦିନାଙ୍କ:
15 DEC 2020 1:58PM by PIB Bhubaneshwar
ଡାକ ବିଭାଗ (ଡିଓପି) ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଏକ ଭର୍ଚୁଆଲ ସମାରୋହ ମାଧ୍ୟମରେ ଆଜି ଏକ ନୂତନ ଡିଜିଟାଲ ପେମେଣ୍ଟ ଆପ୍ ‘ଡାକପେ’ ର ଉନ୍ମୋଚନ କରିଛନ୍ତି। ସମଗ୍ର ଭାରତର ଦୂର ଦୂରାନ୍ତର ଅଞ୍ଚଳରେ ସୁଗମ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ଏହି ଆପ୍ ର ଶୁଭାରମ୍ଭ କରାଯାଇଛି।
ଡାକପେ କେବଳ ଏକ ଡିଜିଟାଲ୍ ପେମେଣ୍ଟ ଆପ୍ ନୁହେଁ ବରଂ ସାରା ଦେଶରେ ବିଶ୍ୱସ୍ତ ଡାକ (‘ଡାକ’) ନେଟୱାର୍କ ମାଧ୍ୟମରେ ଇଣ୍ଡିଆ ପୋଷ୍ଟ ଏବଂ ଆଇପିପିବି ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଡିଜିଟାଲ୍ ଆର୍ଥିକ ସେବା ଅଟେ। ଏହା ସମାଜର ବିଭିନ୍ନ ବର୍ଗର ଆର୍ଥିକ ଆବଶ୍ୟକତା, ଯଥା ପ୍ରିୟଜନଙ୍କ ନିକଟକୁ ଟଙ୍କା ପଠାଇବା, କ୍ୟୁଆର କୋଡ୍ ସ୍କାନ୍ କରି ଦେୟ ପଇଠ / ବ୍ୟବସାୟୀଙ୍କ ପାଇଁ ଡିଜିଟାଲ୍ ଦେୟ ପ୍ରଦାନ, ବାୟୋମେଟ୍ରିକ୍ସ ମାଧ୍ୟମରେ ନଗଦବିହୀନ ଇକୋସିଷ୍ଟମକୁ ସକ୍ଷମ କରିବା ଏବଂ ୟୁଟିଲିଟି ସେବା ଗ୍ରାହକଙ୍କୁ ବିଲ୍ ପେମେଣ୍ଟ ସୁବିଧା ଯୋଗାଇବା ଇତ୍ୟାଦି ପୂରଣ କରିବ |
କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କୋଭିଡ -19 ବିରୋଧୀ ଲଢେଇରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ଯେ ଆଇପିପିବି ର ଏଇପିଏସ ବ୍ୟବସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସେବା ସହାୟତା ବ୍ୟାଙ୍କିଙ୍ଗ ସୁବିଧା ପାଇପାରୁନଥିବା ଲୋଙ୍କକୁ ସଶକ୍ତ କରିପାରିଛି।
“ଡାକପେ” ର ଶୁଭାରମ୍ଭ ଘୋଷଣା କରି କେନ୍ଦ୍ର ସୂଚନା ପ୍ରଯୁକ୍ତି ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, “ଦେଶବ୍ୟାପୀ ଲକଡାଉନ ସମୟରେ ଡିଜିଟାଲ୍ ଏବଂ ଶାରୀରିକ ଭାବରେ ଲୋକମାନଙ୍କୁ ବିଭିନ୍ନ ଡାକ ସେବା ଯୋଗାଇ ଭାରତୀୟ ଡାକ ବିଭାଗ ନିଜ ସକ୍ଷମତାର ପରିଚୟ ଦେଇଛି। ଡାକପେର ଉନ୍ମୋଚନ ଇଣ୍ଡିଆ ପୋଷ୍ଟକୁ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବାର ଉଦ୍ଦେଶ୍ୟକୁ ସଫଳ କରିବା ଦିଗରେ ସହାୟକ ହେବ । ଏହି ଅଭିନବ ସେବା ଅନଲାଇନ ବ୍ୟାଙ୍କିଙ୍ଗ୍ ସେବା ଏବଂ ଡାକ ସେବାକୁ ସଶକ୍ତ କରିବା ସହ ଡାକ ଦ୍ଵାରା ଘର ଘରକୁ ଆର୍ଥିକ ସେବା ଯୋଗେଇ ପାରିବ। ମୋର ବିଶ୍ବାସ ଯେ ଅନଲାଇନ୍ ପେମେଣ୍ଟ ଏବଂ ଆର୍ଥିକ ସେବାର ବିତରଣକୁ ଡାକପେ ସୁଦୃଢ଼ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦର୍ଶନକୁ ସାକାର କରିବ ।”
ଉକ୍ତ କାର୍ଯ୍ୟକ୍ରମରେ ଆଇପିପିବି ବୋର୍ଡର ଚେୟାରମ୍ୟାନ୍ ଏବଂ ସଚିବ (ଡାକ) ପ୍ରଦୀପ୍ତ କୁମାର ବିସୋଇ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।
***
(ରିଲିଜ ଆଡି: 1680847)
ପରିଦର୍ଶକ କାଉଣ୍ଟର : 358
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Tamil
,
Telugu
,
Malayalam