ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ମହାମହିମ ଶବକତ ମିର୍ଜିୟୋଏଭଙ୍କ ମଧ୍ୟରେ ଭର୍ଚୁଆଲ୍ ସମ୍ମିଳନୀ
Posted On:
09 DEC 2020 6:00PM by PIB Bhubaneshwar
ଆସନ୍ତା ଡିସେମ୍ବର 11, 2020 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ମହାମହିମ ଶବକତ ମିର୍ଜିୟୋଏଭଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।
ଭାରତ ଏବଂ ଏକ ମଧ୍ୟ ଏସୀୟ ଦେଶ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ‘ଭର୍ଚୁଆଲ୍ ସମ୍ମିଳନୀ’ ହେବ। ଉଭୟ ନେତା କୋଭିଡ ପରବର୍ତ୍ତୀ ସମୟରେ ଭାରତ-ଉଜବେକିସ୍ତାନ ସଂପର୍କକୁ ମଜବୁତ କରିବା ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ଉପରେ ଆଲୋଚନା କରିବେ। ଉଭୟ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଦୁଇ ନେତା ମତ ବିନିମୟ କରିବେ।
ନିକଟ ଅତୀତରେ ଭାରତ ଏବଂ ଉଜବେକିସ୍ତାନ ଉତ୍ତମ ସମ୍ପର୍କ ବଜାୟ ରଖିଛନ୍ତି। ବିଗତ 2015 ଏବଂ 2016 ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଜବେକିସ୍ତାନ ଗସ୍ତ ଏବଂ 2018 ଏବଂ 2019 ରେ ରାଷ୍ଟ୍ରପତି ମିର୍ଜିୟୋଏଭଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଏକ ନୂତନ ଗତିଶୀଳତା ପ୍ରଦାନ କରିଛି। ଭର୍ଚୁଆଲ୍ ଶିଖର ସମ୍ମିଳନୀ ସହିତ ଅନେକ ଚୁକ୍ତିନାମା/ଏମଓୟୁ ଦୁଇ ଦେଶ ମଧ୍ୟରେ ସାକ୍ଷରିତ ହେବ ବୋଲି ଆଶା କରାଯାଉଛି
***
(Release ID: 1679681)
Read this release in:
English
,
Urdu
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam