ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ଇଣ୍ଡିଆ ମୋବାଇଲ କଂଗ୍ରେସ 2020କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 07 DEC 2020 3:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (08.12.2020) ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) 2020ରେ ଅଭିଭାଷଣ ରଖିବେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ଆସନ୍ତାକାଲି ପୂର୍ବାହ୍ନ 10.45 ମିନିଟରେ ଅନୁଷ୍ଠିତ ହେବ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀ 10 ତାରିଖ ପର୍ଯ୍ୟନ୍ତ ଚାଲିବ

ଆଇଏମସି 2020 ସମ୍ପର୍କରେ ପଦେ..........  

ଆଇଏମସି 2020ର ବିଷୟ ରଖାଯାଇଛି "Inclusive Innovation - Smart, Secure, Sustainable” ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତର ଗଠନ ତଥା ଡିଜିଟାଲ ଅନ୍ତର୍ଭୂକ୍ତିକରଣ ଏବଂ ନିରନ୍ତର ବିକାଶ ଔଦ୍ୟଗିକତାକୁ ସାକାର କରିବା ଏହି ଅଧିବେଶନର ଲକ୍ଷ୍ୟ ଏହାବ୍ୟତୀତ ବିଦେଶୀ ସ୍ଥାନୀୟ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ, ଦୂରସଞ୍ଚାର କ୍ରମବର୍ଦ୍ଧିଷ୍ଣୁ ପ୍ରଯୁକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବା ମଧ୍ୟ ଏହି ଅଧିବେଶନର ଆଉ ଏକ ଲକ୍ଷ୍ୟ

ଆଇଏମସି 2020ରେ ବିଭିନ୍ନ ମନ୍ତ୍ରଣାଳୟ, ଦୂରସଞ୍ଚାର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ବୈଶ୍ଵିକ କାର୍ଯ୍ୟନିର୍ବାହୀ, 5-ଜି ବିଶେଷଜ୍ଞ, କୃତ୍ରିମ ମେଧା, ଇଣ୍ଟରନେଟ ଅଫ ଥିଙ୍ଗସ, ତଥ୍ୟ ବିଶ୍ଳେଷଣ, ପାଣିପାଗ ଆକଳନ, ସାଇବର ସୁରକ୍ଷା, ସ୍ମାର୍ଟ ସିଟି ସ୍ଵୟଂକ୍ରିୟ ବ୍ୟବସ୍ଥା ସମ୍ପର୍କରେ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ

 

**********

 


(रिलीज़ आईडी: 1678906) आगंतुक पटल : 333
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Assamese , Manipuri , Bengali , Gujarati , Tamil , Telugu , Kannada , Malayalam