ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ସର୍ବିୟାର ବେଲଗ୍ରେଡଠାରେ ଡିସେମ୍ବର 12ରୁ ହେବାକୁ ଥିବା କୁସ୍ତି ବିଶ୍ଵ କପ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିବେ ରବି କୁମାର, ଦୀପକ ପୁନିଆଙ୍କ ସମେତ 24 ଜଣ ଖେଳାଳି

● ଗତ ମାର୍ଚ୍ଚ ମାସରେ କୋଭିଡ ସଂକ୍ରମଣ ପରେ ଏହା ହେଉଛି ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା

Posted On: 03 DEC 2020 4:33PM by PIB Bhubaneshwar

24ଜଣ କୁସ୍ତି ପ୍ରତିଯୋଗୀ, 9 ଜଣ ପ୍ରଶିକ୍ଷକ, 3 ସହାୟକ ଓ 3 ରେଫେରିଙ୍କ ସମେତ ଏକ 42ଜଣିଆ ଦଳ ଆସନ୍ତା 12 ରୁ 18 ତାରିଖ ମଧ୍ୟରେ ହେବାକୁ ଥିବା ବରିଷ୍ଠ କୁସ୍ତି ବିଶ୍ଵ କ ନିମନ୍ତେ ସର୍ବିୟାର ବେଲଗ୍ରେଡ ଯାତ୍ରା କରିବେ କରୋନା ବୈଶ୍ଵିକ ମହାମାରୀ ଯୋଗୁଁ ଦେଶବ୍ୟାପୀ ହୋଇଥିବା ଲକଡାଉନ ପରେ ଭାରତର ଏହି କୁସ୍ତି ପ୍ରତିଯୋଗୀ ମାନେ ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗନେବେ

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ସରକାର 90 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ଏଥିରେ ବିମାନ ଯାତ୍ରା, ରହିବା ଖାଦ୍ୟପେୟ ଖର୍ଚ୍ଚ ଅନ୍ତର୍ଭୁକ୍ତ ଏହା ସହିତ ମିଳିତ ବିଶ୍ଵ କୁସ୍ତି ଲାଇସେନ୍ସ ଫି, ଭିସା ଦେୟ, ଖେଳାଳି, ପ୍ରଶିକ୍ଷକ ରେଫରିମାନଙ୍କ ପକେଟ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ନିମ୍ନଲିଖିତ ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ

ପୁରୁଷ ଫ୍ରୀ ଷ୍ଟାଇଲ

ରବି କୁମାର - 57 କେଜି, ରାହୁଲ ଆବାରେ    - 61 କେଜି, ନବୀନ - 70 କେଜି, ଗୌରବ ବାଲିୟାନ - 79 କେଜି, ଦୀପକ ପୁନିଆ - 86 କେଜି, ସତ୍ୟବ୍ରତ କାଡିୟାନ - 97 କେଜି, ସୁମିତ – 125 କେଜି

ପୁରୁଷ ଗ୍ରେକୋ-ରୋମାନ

ଅର୍ଜୁନ ହାଳାକୁର୍କୀ - 55 କେଜି, ଜ୍ଞାନେନ୍ଦ୍ର - 60 କେଜି, ସଚିନ ରାଣା - 63 କେଜି, ଆଶୁ - 67 କେଜି, ଆଦିତ୍ୟ କୁଣ୍ଡୁ - 72 କେଜି, ସାଜନ - 77 କେଜି, ସୁନୀଲ କୁମାର - 87 କେଜି, ହରଦୀପ - 97 କେଜି, ନବୀନ - 130 କେଜି

ମହିଳା

ନିର୍ମଳା ଦେବୀ - 50 କେଜି, ପିଙ୍କି - 55 କେଜି, ଅଂଶୁ - 57 କେଜି, ସରିତା - 59 କେଜି, ସୋନମ - 62 କେଜି, ସାକ୍ଷୀ ମଲ୍ଲିକ - 65 କେଜି, ଗୁରସରଣ ପ୍ରୀତ କୌର - 72 କେଜି, କିରଣ - 76 କେଜି

ଭାରତ କୁସ୍ତିରେ ମୋଟ 4ଟି ଅଲିମ୍ପିକ କୋଟା ହାସଲ କରିଛି ସେମାନଙ୍କ ମଧ୍ୟରେ ବଜରଙ୍ଗ ପୁନିଆ (ପୁରୁଷ ଫ୍ରୀଷ୍ଟାଇଲ – 65 କେଜି), ଭିନେଶ ଫୋଗତ (ମହିଳା – 53 କେଜି), ରବି କୁମାର ଏବଂ ଦୀପକ ପୁନିଆ ଅନ୍ତର୍ଭୁକ୍ତ ଏହାଛଡା ଆସନ୍ତା ବର୍ଷ ମାର୍ଚ୍ଚରେ ଏସିଆ ଯୋଗ୍ୟତା ପ୍ରତିଯୋଗିତା ଓ ଏପ୍ରିଲ 29 ରୁ ମେ 2 ମଧ୍ୟରେ ହେବାକୁ ଥିବା ବିଶ୍ଵ ଯୋଗ୍ୟତା ପ୍ରତିଯୋଗିତାରେ ସେମାନେ 2ଟି ଅଧିକ କୋଟା ହାସଲ କରିବା ପାଇଁ ସୁଯୋଗ ପାଇବେ

 

**********

 

 



(Release ID: 1678119) Visitor Counter : 239