ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଇପିଏଫଓ ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ 28 ଫେବୃଆରୀ 2021 ପର୍ଯ୍ୟନ୍ତ ଘୁଞ୍ଚିଲା

• ଇପିଏଫଓ ଅଧୀନ 35 ଲକ୍ଷ ପେନସନଭୋଗୀ ହେବେ ଉପକୃତ

Posted On: 28 NOV 2020 3:26PM by PIB Bhubaneshwar

ବର୍ତ୍ତମାନର କୋଭିଡ-19 ମହାମାରୀ ଏବଂ ବୟସ୍କ ଜନସଂଖ୍ୟାଙ୍କ ପ୍ରତି କରୋନା ଭୂତାଣୁର ଅଧିକ ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଅନ୍ତିମ ତାରିଖକୁ 28 ଫେବୃଆରୀ 2021 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ଇପିଏସ 1995 ଅନ୍ତର୍ଗତ ପେନସନ ଉଠାଉଥିବା ତଥା ଯେଉଁମାନଙ୍କର ଫେବୃଆରୀ 28, 2021 ସୁଦ୍ଧା ଜୀବନ ପ୍ରମାଣପତ୍ରର ଅବଧି ଶେଷ ହେଉଛି ସେମାନଙ୍କୁ ଏହି ସୁବିଧା ମିଳିପାରିବ ବର୍ତ୍ତମାନ ପେନସନଭୋଗୀମାନେ ବର୍ଷର 30 ନଭେମ୍ବର ସୁଦ୍ଧା ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ପାଇପାରୁଛନ୍ତି, ଯାହାକି ଜାରି କରାଯିବାର ଏକ ବର୍ଷ ଅବଧି ପର୍ଯ୍ୟନ୍ତ ବୈଧ ରହିବ

ଏପରି ସମସ୍ତ ପେନସନଭୋଗୀମାନେ ଫେବୃଆରୀ 28, 2021 ସୁଦ୍ଧା ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ଜୀବନ ପ୍ରମାଣ ପତ୍ର ଦାଖଲ ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ରହିଛି 3.65 ଲକ୍ଷ ଜନ ସେବା କେନ୍ଦ୍ର (ସିଏସସିଏସ), ପେନସନ ବିତରଣ କରୁଥିବା ବ୍ୟାଙ୍କ ଶାଖା, ଡାକ ବିଭାଗ ଅଧୀନରେ ଆସୁଥିବା 1.36 ଲକ୍ଷ ଡାକ ଘର, 1.90 ଲକ୍ଷ ପୋଷ୍ଟ ମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କ ମାଧ୍ୟମରେ ଏହା ଦାଖଲ କରାଯାଇପାରିବ ନିକଟସ୍ଥ ସିଏସସିକୁ ଠାବ କରିବା ଲାଗି ପେନସନଭୋଗୀମାନେ (https://locator.csccloud.in/) ଲିଙ୍କ ବ୍ୟବହାର କରିପାରିବେ ସେହିପରି ନିଜ ସୁବିଧା ଅନୁସାରେ, ଯେକୌଣସି ସ୍ଥାନରୁ କିମ୍ବା ସେମାନଙ୍କ ଘର ପାଖରେ ଡାକ ଘର ମାଧ୍ୟମରେ ଜୀବନପ୍ରମାଣପତ୍ର ଦାଖଲ କରିବା ଲାଗି (http://ccc.cept.gov.in/covid/request.aspx)ଲିଙ୍କକୁ ବ୍ୟବହାର କରାଯାଇପାରିବ

କେନ୍ଦ୍ର ଶ୍ରମ ନିୟୋଜନ ମନ୍ତ୍ରୀ, ସନ୍ତୋଷ ଗଙ୍ଗୱାର ପେନସନଭୋଗୀଙ୍କ କଲ୍ୟାଣ ପାଇଁ ଇପିଏଫଓ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ବିଭିନ୍ନ ପ୍ରକ୍ରିୟାକୁ ସରଳୀକରଣ କରି ଏହି ସଂଗଠନ ଡିଜିଟାଲ ଇଣ୍ଡିଆ ଡ୍ରାଇଭକୁ ବଡ଼ ପ୍ରୋତ୍ସାହନ ପ୍ରଦାନ କରିଛି ସେହିପରି ଇପିଏଫଓ ପକ୍ଷରୁ 28 ଫେବୃଆରୀ 2021 ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ ଅବଧିକୁ ବଢ଼ାଇ ଦିଆଯାଇଛି ଏହାଦ୍ୱାରା 35 ଲକ୍ଷ ପେନସନଭୋଗୀ ଉପକୃତ ହୋଇପାରିବେ

ଶ୍ରୀ ଗଙ୍ଗୱାର ଆହୁରି କହିଥିଲେ ଯେ , ନଭେମ୍ବର 2020 ସୁଦ୍ଧା ଯେଉଁ ପେନସନଭୋଗୀମାନେ ଜୀବନପ୍ରମାଣପତ୍ର ଦାଖଲ କରିପାରିନାହାନ୍ତି ସେମାନଙ୍କ ଲାଗି ଏହି ପରିବର୍ଦ୍ଧିତ ଅବଧି ମଧ୍ୟରେ ପେନସନ ବନ୍ଦ ହେବ ନାହିଁ

 

*******



(Release ID: 1676839) Visitor Counter : 248