ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅହମ୍ମଦାବାଦର ଜାଇଡସ୍ ବାୟୋଟେକ ପାର୍କ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 NOV 2020 12:45PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟୀକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦ ସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଥିଲେ, “ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟୀକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କଲି । ଏହି କାର୍ଯ୍ୟ ପଛରେ ଥିବା ଟିମର ପ୍ରୟାସକୁ ମୁଁ ପ୍ରଶଂସା କରୁଛି । ଏହି ଯାତ୍ରାରେ ସେମାନଙ୍କୁ ସହାୟତା ଦେବା ଲାଗି ଭାରତ ସରକାର ସେମାନଙ୍କ ସହିତ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।
*********
(ରିଲିଜ ଆଡି: 1676776)
ପରିଦର୍ଶକ କାଉଣ୍ଟର : 240
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam