ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅହମଦ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 25 NOV 2020 9:47AM by PIB Bhubaneswar

ଅହମଦ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,  “ଅହମଦ ପଟେଲ ଜୀଙ୍କ ବିୟୋଗରେ ମର୍ମାହତ ସେ ଦୀର୍ଘ ବର୍ଷ ଧରି ସମାଜର ସେବା କରିଛନ୍ତି ତାଙ୍କର ବିଚକ୍ଷଣ ବୁଦ୍ଧି ପାଇଁ ସେ ଜଣାଶୁଣା କଂଗ୍ରେସ ଦଳକୁ ମଜବୁତ କରିବାରେ ତାଙ୍କର ଭୂମିକା ପାଇଁ ସେ ସର୍ବଦା ସ୍ମରଣୀୟ ତାଙ୍କ ପୁତ୍ର ଫଇଜଲଙ୍କ ସହିତ କଥା ହୋଇଛି ଏବଂ ସମବେଦନା ଜଣାଇଛି ଅହମଦ ଭାଇଙ୍କ ଆତ୍ମାର ସଦଗତି କାମନା କରୁଛି

 

**********


(ରିଲିଜ ଆଡି: 1675822) ପରିଦର୍ଶକ କାଉଣ୍ଟର : 201