ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୂଟାନରେ ରୂପେ କାର୍ଡ ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

Posted On: 20 NOV 2020 3:51PM by PIB Bhubaneshwar

ମାହାମହିମ ଲୌନଛେନ ଡ଼ା.ଲୋତେ ଶେରିଙ୍ଗ,

ଭୂଟାନ ଏବଂ ଭାରତରୁ ସାମିଲ ହୋଇଥିବା ବିଶିଷ୍ଟ ଅତିଥିଗଣ,

ନମସ୍କାର!

ସମସ୍ତ ଭାରତୀୟଙ୍କ ଭଳି, ମୋ ମନରେ ମଧ୍ୟ ଭୂଟାନ ପ୍ରତି ସ୍ୱତନ୍ତ୍ର ଭଲ ପାଇବା ଏବଂ ବନ୍ଧୁତା ରହିଛି, ଆଉ ଏଥିପାଇଁ ଯେତେବେଳେ ମଧ୍ୟ ଆପଣମାନଙ୍କ ସହିତ ସାକ୍ଷାତ ହେଉଛି, ଏକ ବିଶେଷ ଆପଣାର ଭାବର ଅନୁଭୂତି ହେଉଛି ।

ଭାରତ ଏବଂ ଭୂଟାନର ସ୍ୱତନ୍ତ୍ର ସମ୍ବନ୍ଧ, ଆମର ବିଶେଷ ବନ୍ଧୁତା, ନା କେବଳ ଉଭୟ ରାଷ୍ଟ୍ର ପାଇଁ ହେଉଛି ଅମୂଲ୍ୟ, ବରଂ ବିଶ୍ୱ ପାଇଁ  ହେଉଛି ଏକ ଅତୁଟ ଉଦାହରଣ ମଧ୍ୟ ।

ବିଗତ ବର୍ଷ ମୋର ଭୂଟାନ ଯାତ୍ରା ଅନେକ ସ୍ମୃତି ଗୁଡିକ ସହିତ ଭରି ହୋଇ ରହିଛି । ଗୋଟିଏ ପ୍ରକାରରେ ଏକ ଏକ ମିନିଟ୍ କୌଣସି ନା କୌଣସି ଘଟଣା ନୂଆ ଉତ୍ସାହ, ନୂଆ ଉଦ୍ଦିପନା, ସେହି ଯାତ୍ରା ନିଜକୁ ନିଜ ମଧ୍ୟରେ ବହୁତ ସ୍ମରଣୀୟ ଥିଲା । ଆମେ ନିଜ ସହଯୋଗରେ ଡିଜିଟାଲ, ମହାକାଶ ଏବଂ ବିକଶିତ ହେଉଥିବା ନୂଆ ନୂଆ ଟେକ୍ନୋଲୋଜି ଭଳି କ୍ଷେତ୍ରକୁ ସାମିଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ।

ଏକବିଂଶ ଶତାବ୍ଦିରେ ଉଭୟ ଦେଶ ମଧ୍ୟରେ, ଆଉ ବିଶେଷ କରି ଆମ ଯୁବ ପିଢିମାନଙ୍କ ପାଇଁ, ଏହା ଯୋଗାଯୋଗର ନୂତନ ସୂତ୍ର ହେବ । ମୋର ଭୂଟାନ ଯାତ୍ରା ମଧ୍ୟରେ ଆମ ଦୁଇ ଦେଶ ମଧ୍ୟରେ ରୂପେ କାର୍ଡ ପରିଯୋଜନାର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲୁ ।

ଏହା ଫଳରେ ଭାରତୀୟ ନାଗରିକମାନଙ୍କୁ ଭାରତୀୟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା କାର୍ଡଗୁଡ଼ିକରେ ଭୂଟାନରେ ଦେଣନେଣ କରିବାର ସୁବିଧା ମିଳିଥିଲା । ଏହା ଜାଣି ମୁଁ ଖୁସି ଯେ, ଏ ପର୍ଯ୍ୟନ୍ତ ଭୂଟାନରେ 11,000 ସଫଳ ରୂପେ କାରବାର ହୋଇ ସାରିଛି । ଯଦି କୋଭିଡ଼ ମହାମାରୀ ହୋଇ ନଥାଆନ୍ତା ତାହେଲେ ଏହି ସଂଖ୍ୟା ନିଶ୍ଚିତ ଭାବେ ଏହାଠାରୁ ଢ଼େର ଅଧିକ ହୋଇ ଥାଆନ୍ତା ।

ଆଜି ଆମେ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟର ଶୁଭାରମ୍ଭ କରୁଛୁ । ଆଉ ଏହା ସହିତ ଆମେ ରୂପେ ନେଟୱାର୍କରେ ଭୂଟାନକୁ ଏକ ପୂର୍ଣ୍ଣ ସହଯୋଗୀ ରୂପେ ସ୍ୱାଗତ କରୁଛୁ । ଏହି ଉପଲବ୍ଧି ପାଇଁ ଯେଉଁ ଭୂଟାନୀ ଏବଂ ଭାରତୀୟ ଅଧିକାରଗଣ ପରିଶ୍ରମ କରିଛନ୍ତି, ମୁଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଆଜିଠାରୁ ଭୂଟାନ ଜାତୀୟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ରୂପେ କାର୍ଡଗୁଡ଼ିକର କାର୍ଡଧାରୀ ଭାରତରେ 1 ଲକ୍ଷରୁ ଅଧିକ ଏଟିଏମ ଏବଂ 20 ଲକ୍ଷରୁ ଅଧିକ ପଏଂଟ୍ସ ଅଫ୍ ସେଲ ଟର୍ମିନାଲ ସୁବିଧାର ଉପଯୋଗ କରିପାରିବେ । ମୋର ବିଶ୍ୱାସ ରହିଛି ଯେ ଏହା ଫଳରେ ଭୂଟାନର ଯାତ୍ରୀମାନଙ୍କୁ ଭାରତରେ ଶିକ୍ଷା, ସ୍ୱାସ୍ଥ୍ୟ, ତୀର୍ଥଯାତ୍ରା କିମ୍ବା ପର୍ଯ୍ୟଟନରେ ବହୁତ ସହଯୋଗ ମିଳିପାରିବ ।

ଏହା ଫଳରେ ଭୂଟାନରେ ଡିଜିଟାଲ କାରବାର ବୃଦ୍ଧି କରିବାରେ ମଧ୍ୟ ସହାୟତା ମିଳିବ । ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ କାରବାରରେ ବୃଦ୍ଧି ହେବା ଦ୍ୱାରା କୋଟି-କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି ।

ମହାମହିମ, ବନ୍ଧୁଗଣ,

ମହାକାଶ କ୍ଷେତ୍ର ଆମ୍ଭମାନଙ୍କ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏକ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଅନ୍ୟ ଏକ କ୍ଷେତ୍ର । ଭାରତ ମହାକାଶ ଟେକ୍ନୋଲୋଜିର ଉପଯୋଗ ସର୍ବଦା ବିକାଶ ଉଦ୍ଦେଶ୍ୟର ପୂରଣ ପାଇଁ କରିଛି । ଭାରତ ଏବଂ ଭୂଟାନ ସେହି ଉଦ୍ଦେଶ୍ୟକୁ ନେଇ ବୁଝାମଣା କରିଛନ୍ତି ।

ଗତବର୍ଷ ମୁଁ ଭୂଟାନରେ ଦକ୍ଷିଣ ଏସିଆ ଉପଗ୍ରହର ଉପଯୋଗ ପାଇଁ ଗ୍ରାଉଣ୍ଡ ଅର୍ଥ ଷ୍ଟେସନର ଉଦଘାଟନ କରିଥିଲେ । ମୁଁ ଖୁସି ଯେ ଏହି ଷ୍ଟେସନ ସାହାଯ୍ୟରେ ଭୂଟାନ ପ୍ରସାରଣ ଏବଂ ବିପର୍ଯ୍ୟୟ ପ୍ରଶମନ ପାଇଁ ଦକ୍ଷିଣ ଏସିଆ ଉପଗ୍ରହର ଆହୁରି ଅଧିକ ପ୍ରଭାବଶାଳୀ ଉପଯୋଗ କରି ପାରୁଛନ୍ତି ।

କାଲି ଆମେ ଶାନ୍ତିପୂର୍ଣ୍ଣ ଭାବେ ବାହ୍ୟ ମହାକାଶ ବ୍ୟବହାର କ୍ଷେତ୍ରରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଏକ କାର୍ଯ୍ୟ ଖସଡ଼ା ଦସ୍ତାବେଜ ସ୍ୱାକ୍ଷର କରିଛୁ । ଏହାଦ୍ୱାରା ଦୁଇ ଦେଶର ବିଭିନ୍ନ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗର ମାର୍ଗ ପ୍ରଶସ୍ତ ହେବ ।

ଭାରତ ନିକଟରେ ନିଜର ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଉନ୍ମୁକ୍ତ କରିଛି, ବହୁତ ବଡ଼ ସଂସ୍କାର କରିଛି । ଏହାଦ୍ୱାରା ଦକ୍ଷତା, ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ମିଳିବ ।

ମୁଁ ଏହି କଥା ପାଇଁ ବିଶେଷ ଖୁସି ଯେ ଆସନ୍ତା ବର୍ଷ ଇସ୍ରୋ ଦ୍ୱାରା ଭୂଟାନର ଉପଗ୍ରହକୁ ମହାକାଶକୁ ପଠାଇବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ।

ଏଥିପାଇଁ ଭୂଟାନର ଚାରିଜଣ ଦକ୍ଷ ଯୁବ ମହାକାଶ ଯନ୍ତ୍ରୀ ଡିସେମ୍ବର ମାସରେ ଇସ୍ରୋ ଯିବେ । ମୁଁ ଚାରିଜଣ ଯୁବ ବୈଜ୍ଞାନିକଙ୍କୁ ଅନେକ-ଅନେକ ଶୁଭକାମନା ଜଣାଉଛି । ମୁଁ ଜାଣେ ଯେ ମହାମହିମ ଭୂଟାନ ନରେଶ ନିଜ ଦେଶର ବିକାଶରେ ମହାକାଶ ଟେକ୍ନୋଲୋଜିର ଉପଯୋଗ ବୃଦ୍ଧି ପାଇଁ ହୃଦୟର ସହିତ ପ୍ରବଳ ଇଚ୍ଛାଶକ୍ତି ମଧ୍ୟ ରଖିଛନ୍ତି ଏବଂ ତାହାକୁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ଆଉ ନିଜର ଦୃଷ୍ଟିଭଙ୍ଗୀ ମଧ୍ୟ ରହିଛି ।

ତାଙ୍କର ଏହି ଦୃଷ୍ଟିଭଙ୍ଗୀକୁ ସାକାର କରିବା ପାଇଁ ଭାରତ ନିଜର ଅନୁଭବ ଏବଂ ନିଜର ସୁବିଧାଗୁଡ଼ିକୁ ବିନିମୟ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ । ଏହିଭଳି ଭାବେ ଭୂଟାନରେ ଏକ ଆଇସିଟି ସମ୍ବଳିତ ଜ୍ଞାନ-ଆଧାରିତ ସମାଜ ଏହାର ନିର୍ମାଣ କରିବାର ଉଦ୍ଦେଶ୍ୟର ମଧ୍ୟ ଆମେ ସମର୍ଥନ କରୁଛୁ । ମୁଁ ଭୂଟାନ ପାଇଁ ଥାଇ- ଆନ୍ତର୍ଜାତିକ ଇଂଟରନେଟ ଗେଟୱେ ଉପଲବ୍ଧ କରି ବିଏସଏନଏଲ ସହିତ ବୁଝାମଣାକୁ ହୃଦୟର ସହିତ ସ୍ୱାଗତ କରୁଛି ।

ମହାମହିମ, ବନ୍ଧୁଗଣ,

ଏମିତିରେ ଭଲ ହୋଇ ଥାଆନ୍ତା ଯଦି ଆମେ ଏହି ଖୁସିର ଅବସରରେ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଏକାଠି ମିଶି ଏକ ସମାରୋହକୁ ସମସ୍ୱରୂପରେ ଏହି ଅବସରକୁ ପାଳନ କରି ଥାଆନ୍ତେ । କିନ୍ତୁ କରୋନା କାରଣରୁ ତାହା ସମ୍ଭବ ହୋଇପାରୁ ନାହିଁ ।

କିନ୍ତୁ ଅନ୍ୟ ପକ୍ଷରେ ଦେଖିବା ତେବେ ଗୋଟିଏ ପ୍ରକାରରେ ଏହା ମଧ୍ୟ ଉଚିତ କାରଣ, ଟେକ୍ନୋଲୋଜି କ୍ଷେତ୍ରରେ ଏହି ପଦକ୍ଷେପର ଉଲ୍ଲାସ ମଧ୍ୟ ଆମେ ଟେକ୍ନୋଲୋଜି ସହାୟତାରେ ପାଳନ କରୁଛୁ ।

ଭୂଟାନର ଜନତା ଏବଂ ସରକାର କୋଭିଡ଼ର ସଙ୍କଟ ମୁକାବିଲା ପାଇଁ ଯେଉଁ ଧୈର୍ଯ୍ୟ ଏବଂ ଅନୁଶାସନ ଦେଖାଇଛନ୍ତି, ମୁଁ ତାହାକୁ ଅଭିନନ୍ଦନ ଜଣାଉଛି । ଆଉ ଆପଣ ସମସ୍ତଙ୍କର ଭଲ ସ୍ୱାସ୍ଥ୍ୟ ଏବଂ ସଫଳତା ପାଇଁ ମୋ ତରଫରୁ, ଶହେ ତିରିଶ କୋଟି ହିନ୍ଦୁସ୍ତାନବାସୀଙ୍କ ତରଫରୁ, ମୁଁ ଆପଣ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତାର କାମନା କରୁଛି ।

ମୁଁ ଆପଣଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଏହି କଠିନ ସମୟରେ ଆମେ ଭୂଟାନ ସହିତ ଠିଆ ହୋଇଛୁ, ଆଉ ଆପଣଙ୍କ ଆବଶ୍ୟକତା, ଆମ ପାଇଁ ସଦା ସର୍ବଦା ଉଚ୍ଚତମ ପ୍ରାଥମିକତାରେ ରହିବ ।

ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ-ବହୁତ ଧନ୍ୟବାଦ! ରାଜପରିବାରର ଉତ୍ତମ ସ୍ୱାସ୍ଥ୍ୟର କାମନା କରି ତାଶୀ ଦେଲକ!

 

**********



(Release ID: 1674564) Visitor Counter : 137