ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପଣ୍ଡ କରିଥିବାରୁ ସୁରକ୍ଷା ବଳକୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

प्रविष्टि तिथि: 20 NOV 2020 4:11PM by PIB Bhubaneshwar

ଜୈଶ-ମହମ୍ମଦ ପକ୍ଷରୁ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ଉଦ୍ୟମକୁ ପଣ୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବଳକୁ ଧନ୍ୟବାଦ ଜଣାଇଛନ୍ତି ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ ତୃଣମୂଳ ସ୍ତରରେ ହେଉଥିବା ଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଚେଷ୍ଟା କରାଯାଉଥିଲା ଏକ ଟ୍ଵିଟ  ଯୋଗେ  ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଯେ, “ପାକିସ୍ତାନସ୍ଥିତ ଜୈଶ-ମହମ୍ମଦ ସଂଗଠନର 4 ଜଣ ଆତଙ୍କବାଦୀଙ୍କୁ ନିପାତ କରି ବିପୁଳ ଅସ୍ତ୍ରଶସ୍ତ୍ର ବିସ୍ପୋରକ ସାମଗ୍ରୀ ଜବତ କରିବା ଘଟଣା ଏକ ବିଧ୍ବଂଶକାରୀ ଉଦ୍ୟମକୁ ପ୍ରତିହତ କରାଯାଇଥିବା ସୂଚନା ଦେଉଛି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, “ଆମର  ସୁରକ୍ଷା ବଳ ପୁଣି ଥରେ ଅସାଧାରଣ ସାହାସିକତା ବୃତ୍ତିଗତ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ସତର୍କତା  ଯୋଗୁଁ ସେମାନେ ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ପଦ୍ଧତିକୁ କ୍ଷତି ପହଞ୍ଚାଉଥିବା ଚକ୍ରାନ୍ତକୁ ପ୍ରତିହତ କରିଛନ୍ତି

 

**********


(रिलीज़ आईडी: 1674491) आगंतुक पटल : 294
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam