ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗାନ୍ଧୀନଗରଠାରେ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 NOV 2020 7:44PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 21 ତାରିଖ ଶନିବାର ଦିନ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ଯୋଗଦେବେ ପୂର୍ବାହ୍ନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଯୋଗଦେଉଥିବା ବେଳେ ପ୍ରାୟ 2600 ଛାତ୍ରଛାତ୍ରୀ ଏହି ସମାବର୍ତ୍ତନ ସମାରୋହରେ ଡିଗ୍ରୀ ଡିପ୍ଲୋମା ହାସଲ କରିବେ

ସମାବର୍ତ୍ତନ ସମାରୋହ କାଳରେ ପ୍ରଧାନମନ୍ତ୍ରୀ 45 ମେଗାୱାଟ ଯୁକ୍ତ ମନୋକ୍ରିଷ୍ଟାଲାଇନ ସୋଲାର ଫଟୋ ଭୋଲ୍ଟାଇକ ପାନେଲ ଜଳ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିବେ ଏହି ସମାବର୍ତ୍ତନ ସମାରୋହ ବେଳେ ପ୍ରଧାନମନ୍ତ୍ରୀ ଇନୋଭେସନ ଏବଂ ଇନକ୍ୟୁବେସନ ସେଣ୍ଟର, ଟେକ୍ନୋଲୋଜି ବିଜିନେସ ଇନକ୍ୟୁବେସନ, ଟ୍ରାନ୍ସଲେସନ ରିସର୍ଚ ସେଣ୍ଟର ଏବଂ କ୍ରୀଡା ପରିସରକୁ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି

 

**********


(ରିଲିଜ ଆଡି: 1674222) ପରିଦର୍ଶକ କାଉଣ୍ଟର : 227