ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତୃତୀୟ ବାର୍ଷିକ ବ୍ଲୁମବର୍ଗ ନୂତନ ଆର୍ଥିକ ମଞ୍ଚକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Posted On: 17 NOV 2020 12:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 17.11.2020 ରେ ତୃତୀୟ ବାର୍ଷିକ ବ୍ଲୁମବର୍ଗ ନୂତନ ଆର୍ଥିକ ମଞ୍ଚରେ ନିଜର ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି ।

ବ୍ଲୁମବର୍ଗ ନୂତନ ଆର୍ଥିକ ମଞ୍ଚ 2018ରେ ମାଇକେଲ ବ୍ଲୁମବର୍ଗଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଥିଲା । ବିଶ୍ଵ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ସମସ୍ୟାର ସମାଧାନ ନିମନ୍ତେ ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇ ତାହାର ସମ୍ଭାବ୍ୟ ପନ୍ଥା ନିର୍ଦ୍ଧାରଣ କରିବା ଏହି ମଞ୍ଚର ଉଦ୍ଦେଶ୍ୟ । ଏହାର ଉଦଘାଟନୀ ବୈଠକ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ବାର୍ଷିକ ବୈଠକ ବେଜିଂରେ ଅନୁଷ୍ଠିତ ହୋଇଥିଲା । ମଞ୍ଚରେ ବୈଶ୍ଵିକ ଆର୍ଥିକ ପରିଚାଳନା, ପ୍ରଯୁକ୍ତି ବିଦ୍ୟା, ସହରିକରଣ, ପୁଞ୍ଜି ବଜାର, ଜଳବାୟୁ ପରିବର୍ତ୍ତନ ଓ ଅନ୍ତର୍ଭୂକ୍ତିକରଣ ଉପରେ ଆଲୋଚନା ହୋଇଥାଏ ।

ଚଳିତ ବର୍ଷ କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ଅର୍ଥନୀତିରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିବାରୁ ଏହାକୁ ସୁଦୃଢ କରିବାର ଭବିଷ୍ୟତ କାର୍ଯ୍ୟପନ୍ଥା ଆଲୋଚନାର କେନ୍ଦ୍ରବିନ୍ଦୁ  ହେବାର ସମ୍ଭାବନା ରହିଛି ।

 

**********



(Release ID: 1673516) Visitor Counter : 175