ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନଭେମ୍ବର 16ରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ
प्रविष्टि तिथि:
14 NOV 2020 5:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 16 ଅପରାହ୍ନ 12.30ରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ ।
ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜ (1870-1954) ଜୈନ ସନ୍ଥ ଭାବେ ନିଃସ୍ୱାର୍ଥପର ଓ ସମର୍ପିତ ହୋଇ ଭଗବାନ ମହାବୀରଙ୍କ ବାର୍ତ୍ତା ପ୍ରଚାର ପୂର୍ବକ ସାଦାସିଧା ଜୀବନ ଅତିବାହିତ କରିଥିଲେ । ଜନତାଙ୍କ କଲ୍ୟାଣ, ଶିକ୍ଷାର ପ୍ରସାର, ସାମାଜିକ କୁସଂସ୍କାରର ମୂଳୋତ୍ପାଟନ ଲାଗି ସେ ଅହର୍ନିଶ କାମ କରିଛନ୍ତି; ଏଥିସହ ସେ ପ୍ରେରଣାମୂଳକ ସାହିତ୍ୟ (କବିତା, ନିବନ୍ଧ, ଭକ୍ତି ଭଜନ ଓ ସ୍ତବନ) ଲେଖିଛନ୍ତି ଏବଂ ସ୍ୱାଧୀନତା ଆନେ୍ଦାଳନ ଓ ସ୍ୱଦେଶୀ ଉଦ୍ଦେଶ୍ୟରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । ତାଙ୍କର ଏହି ପ୍ରେରଣା ବଳରେ ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ଓ ଅଧ୍ୟୟନ କେନ୍ଦ୍ର ସମେତ 50ରୁ ଅଧିକ ଶିକ୍ଷାନୁଷ୍ଠାନ ସଂଚାଳିତ ହେଉଛି । ତାଙ୍କ ପ୍ରତି ସମ୍ମାନପୂର୍ବକ ପ୍ରତିମୂର୍ତ୍ତିଟି ‘ଷ୍ଟାଚ୍ୟୁ ଅଫ ପିସ୍’ ଭାବେ ଉନ୍ମୋଚିତ ହେବାକୁ ଯାଉଛି । 151 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିଟି ଅଷ୍ଟଧାତୁରେ ନିର୍ମିତ ହୋଇଛି, ଯାହା କି 8ଟି ଧାତୁ । ତନ୍ମଧ୍ୟରେ ପ୍ରମୁଖ ଧାତୁ ଭାବେ ତମ୍ବା ରହିଛି ଏବଂ ଏହାକୁ ରାଜସ୍ଥାନର ପାଲିରେ ଥିବା ବିଜୟ ବଲ୍ଲଭ ସାଧନା କେନ୍ଦ୍ର, ଜେଟପୁରାରେ ସ୍ଥାପିତ କରାଯାଇଛି ।
**********
(रिलीज़ आईडी: 1673037)
आगंतुक पटल : 211
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam