କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ତିନିଜଣ ନୂତନ ସୂଚନା ଆୟୁକ୍ତଙ୍କ ଶପଥ ଗ୍ରହଣ

ପୋଷ୍ଟ କରାଯିବା ଦିନାଙ୍କ: 07 NOV 2020 2:34PM by PIB Bhubaneswar

ଦେଶର ମୁଖ୍ୟ ସୂଚନା ଆୟୁକ୍ତ ଶ୍ରୀ ୱାଇ କେ ସିହ୍ନା ଆଜି 3ଜଣ ନୂତନ ସୂଚନା ଆୟୁକ୍ତଙ୍କୁ ଶପଥପାଠ କରାଇଛନ୍ତି କେନ୍ଦ୍ର  ମୁଖ୍ୟ ସୂଚନା ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶପଥଗ୍ରହଣ ସମାରୋହରେ ଶ୍ରୀ ହିରାଲାଲ ସାମାରିଆ, ଶ୍ରୀମତୀ ସରୋଜ ପୁନହାନି ଏବଂ ଶ୍ରୀ ଉଦୟ ମହୁରକରଙ୍କୁ  ଶ୍ରୀ ସିହ୍ନା ଶପଥପାଠ କରାଇଥିଲେ ଏଥିସହ ମୁଖ୍ୟ ସୂଚନା ଆୟୁକ୍ତଙ୍କ ସମେତ କେନ୍ଦ୍ରୀୟ ସୂଚନା ଆୟୁକ୍ତଙ୍କ ସଂଖ୍ୟା 8କୁ ବୃଦ୍ଧି ପାଇଛି

ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ହିରାଲାଲ ସାମାରିଆ ପୂର୍ବରୁ କେନ୍ଦ୍ର ସରକାରଙ୍କ ଶ୍ରମ ନିୟୋଜନ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି ସିଭିଲ ଇଞ୍ଜିନିୟରିଂ ସ୍ନାତକ ଶ୍ରୀ ସାମାରିଆଙ୍କ ପ୍ରଶାସନିକ ପରିଚାଳନା ଦକ୍ଷତା ରହିଛି ଭାରତ ଅଡିଟ ଏବଂ ଏକାଉଣ୍ଟ ସେବାର ଶ୍ରୀମତୀ ସରୋଜ ପୁନହାନି  ସୂଚନା ଆୟୁକ୍ତ ଭାବେ ଯୋଗଦେବା ପୂର୍ବରୁ ଭାରତ ସରକାରଙ୍କ ଉପମହାନିୟନ୍ତ୍ରକ ଓ ସମୀକ୍ଷକ ପଦର କାର୍ଯ୍ୟଭାର ସମ୍ଭାଳି ଥିଲେ କଳାରେ ସ୍ନାତକ ଶ୍ରୀମତୀ ସରୋଜଙ୍କ ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ରହିଛି

ସୁନାମଧନ୍ୟ ସାମ୍ବାଦିକ ଶ୍ରୀ ଉଦୟ ମହୁରକର ସୂଚନା ଆୟୁକ୍ତ ଭାବେ ଯୋଗଦେବା ପୂର୍ବରୁ ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ ଉପସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିଲେ ଭାରତୀୟ ଇତିହାସ, ସଂସ୍କୃତି ପ୍ରତ୍ନତତ୍ଵରେ ସ୍ନାତକ ଶ୍ରୀ ମହୁରକର ମହାରାଜା ସାୟାଜୀ ରାଓ ବିଶ୍ଵବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ ଶ୍ରୀ ମହୁରକରଙ୍କ ଗଣମାଧ୍ୟମ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଛି

 

**********


(ରିଲିଜ ଆଡି: 1671093) ପରିଦର୍ଶକ କାଉଣ୍ଟର : 237