ସଂସ୍କୃତି ମନ୍ତ୍ରଣାଳୟ

କୋଭିଡ-19 ପ୍ରତିଷେଧକ ମୂଳକ ପଦକ୍ଷେପ ସହ ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀ ଇତ୍ୟାଦି ଖୋଲିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି

● ଏସଓପି ଅନୁସାରେ ଆସନ୍ତା 10 ତାରିଖଠାରୁ ଖୋଲିବ

Posted On: 05 NOV 2020 4:39PM by PIB Bhubaneshwar

ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଅନଲକ 5.0କୁ ଭିତ୍ତିକରି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ  ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀଗୁଡ଼ିକୁ ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରିଛି । ତେବେ କୋଭିଡ-19କୁ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପଗୁଡିକ ଗ୍ରହଣ କରିବାକୁ ପଡିବ । ଏହି ନିୟମାବଳୀ ଗୁଡିକରେ ଥିବା ଏସଓପି ଅନୁସାରେ ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀ (ଉଭୟ ସ୍ଥାୟୀ ଓ ଅସ୍ଥାୟୀ) ପରିଦର୍ଶକମାନଙ୍କ ପାଇଁ ଖୋଲା ରହିବ । ପର୍ଯ୍ୟାପ୍ତ ସଫେଇ, ପରିଦର୍ଶକ ଓ କର୍ମଚାରୀମାନଙ୍କ ସୁରକ୍ଷା ଓ ଟିକେଟ କ୍ରୟ ଇତ୍ୟାଦି ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ତେବେ ଆବଧାଞ୍ଚଳରେ ଥିବା କୌଣସି ସଂଗ୍ରହାଳୟ ବା କଳା ଗ୍ୟାଲେରୀକୁ ପୁନଃ ନଖୋଲିବା ପାଇଁ ସ୍ପଷ୍ଟ ଭାବେ କୁହାଯାଇଛି । ଏହାଛଡା ପରିସ୍ଥିତିକୁ ଦେଖି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ଅତିରିକ୍ତ ପଦକ୍ଷେପମାନ ନେଇପାରିବେ । କୋଭିଡ-19 ପରିଚାଳନା ସଂକ୍ରାନ୍ତ ଗୃହ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏହି ନିମାବଳୀ ତତ୍କାଳ ଲାଗୁହେବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଂଗ୍ରହାଳୟ, ପ୍ରଦର୍ଶନୀ ଓ କଳା ଗ୍ୟାଲେରୀଗୁଡ଼ିକ ଆସନ୍ତା 10 ତାରିଖଠାରୁ ଖୋଲାଯିବାକୁ ଥିବାବେଳେ ଅନ୍ୟଗୁଡ଼ିକ ସେ ସମସ୍ତ ରାଜ୍ୟ, ସ୍ଥାନୀୟ ଆଇନ, ନିୟମକାନୁନ ଓ ଅନଲକ ମାର୍ଗଦର୍ଶିକା ଅନୁସାରେ ଖୋଲାଯାଇପାରିବ ।

Kindly Click here for SOPs for “Re-opening of Museums, Art Galleries and Exhibitions” on preventive measures to contain spread of COVID-19

କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ସମଗ୍ର ବିଶ୍ଵରେ ସଂଗ୍ରହାଳୟ ଓ କଳା କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି । ମାତ୍ର ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡିକ ଆସ୍ତେ ଆସ୍ତେ ସେମାନଙ୍କର ପରିସର ଖୋଲୁଛନ୍ତି । ତେବେ ପରିଦର୍ଶକ ଓ ସଂସ୍ଥାର କର୍ମଚାରୀମାନଙ୍କ ସୁରକ୍ଷା ପାଇଁ କୋଭିଡ-19 ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ନିୟମାବଳୀ ପାଳନ କରିବା ଅନିବାର୍ଯ୍ୟ କରାଯାଇଛି ।

ସଂସ୍କୃତି ମନ୍ତ୍ରଣାଳୟ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସମସ୍ତ ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡ଼ିକ ଏକ ଆଦେଶ ବଳରେ ଗତ ମାର୍ଚ୍ଚ ମାଠାରୁ ବନ୍ଦ ରହିଛି । ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଆସନ୍ତା 10 ତାରିଖଠାରୁ ସମସ୍ତ ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ଜନସାଧାରଣ ପୁଣି ଥରେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମୟକ୍ରମେ ଅନଲକ ମାର୍ଗଦର୍ଶିକାମାନ ଜାରି କରାଯାଇଥାଏ । ଏହା ସମସ୍ତ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ପାଇଁ ଲାଗୁ ହେବା ସହ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆବଧାଞ୍ଚଳ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥାଏ । ଗତ ଅଗଷ୍ଟ 30ରେ ଜାରି କରାଯାଇଥିବା ଅନଲକ 4.0 ମାର୍ଗଦର୍ଶିକା ଅନୁସାରେ ସାମାଜିକ, ଶୈକ୍ଷିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ଓ ଅନ୍ୟାନ୍ୟ ସମାବେଶ ପାଇଁ ଆବଧାଞ୍ଚଳ ବାହାରେ 100 ଜଣ ପର୍ଯ୍ୟନ୍ତ ଏକତ୍ରିତ ହେବା ପାଇଁ ଅନୁମତି ଦିଆଯାଇଥିଲା । ତେବେ କୋଭିଡ-19ର ମାର୍ଗଦର୍ଶିକା ଯଥା ସାମାଜିକ ଦୂରତ୍ଵ ରକ୍ଷା ଓ ସାନିଟାଇଜେସନ ସହ ଏହା ସେପ୍ଟେମ୍ବର 21ରୁ ଲାଗୁ ହୋଇଥିଲା ।

ଅନଲକ 5.0 ଗତମାସ 30 ତାରିଖ ଦିନ ଜାରି କରାଯାଇଥିବା ବେଳେ ଏହା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସାଂସ୍କୃତିକ ପ୍ରତିଷ୍ଠାନ ପାଇଁ ମାର୍ଗଦର୍ଶିକାର ଆବଶ୍ୟକ ଆଇନକାନୁନ ନିମ୍ନୋକ୍ତ ମତେ ହେବ –

  • ଶତକଡା 50 ପ୍ରତିଶତ ଉପସ୍ଥିତି ସହ ସିନେମା, ଥିଏଟର ଓ ମଲ୍ଟିପ୍ଲେକ୍ସଗୁଡିକ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଆବଧାଞ୍ଚଳ ବାହାରେ ଥିବା ଏଗୁଡିକ ଅକ୍ଟୋବର 15 ତାରିଖରୁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ।
  • ମନୋରଞ୍ଜନ ପାଇଁ ଉଦ୍ୟାନ ଓ ସେ ସମ୍ପର୍କିତ ସ୍ଥାନଗୁଡିକୁ ଅକ୍ଟୋବର 15ରୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଏସଓପି ଜାରି କରାଯାଇଛି ।
  • କେବଳ ଆବଧାଞ୍ଚଳକୁ ଛାଡି ସର୍ବାଧିକ 100 ଜଣ ଲୋକଙ୍କୁ ନେଇ ସାମାଜିକ, ଶୈକ୍ଷିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟାନ୍ୟ ସମାରୋହ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । 100ରୁ ଅଧିକ ଲୋକଙ୍କୁ ନେଇ ଆବଧାଞ୍ଚଳ ବାହାରେ ଅକ୍ଟୋବର 15ରୁ କେତେକ ସର୍ତ୍ତ ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସମାବେଶ ପାଇଁ ଅନୁମତି ମିଳିଛି ।

(କ)     ଯେକୌଣସି ହଲରେ ସର୍ବାଧିକ 50 ପ୍ରତିଶତ ଉପସ୍ଥିତି ଓ 200 ଲୋକଙ୍କ ସମାବେଶ ପାଇଁ ଅନୁମତି ମିଳିଛି । ମୁହଁରେ ମାସ୍କ ପରିଧାନ ସହ ସାମାଜିକ ଦୂରତ୍ଵ ରକ୍ଷା, ଥର୍ମାଲ ସ୍କାନିଂ ସହ ହାଣ୍ଡ ୱାସ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି ।

(ଖ)     ମୁକ୍ତାକାଶ ତଳେ ଆୟୋଜିତ ସମାବେଶ ପାଇଁ ସାମାଜିକ ଦୂରତ୍ଵ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ, ହାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏସବୁ ସମାରୋହରେ କଡାକଡି ଭାବେ ମାର୍ଗଦର୍ଶିକାର ଅନୁପାଳନ ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାରମାନେ ବିସ୍ତୃତ ଏସଓପି ଜାରି କରିବେ ।  

 

**********



(Release ID: 1670448) Visitor Counter : 221