କ୍ୟାବିନେଟ

ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ

ପୋଷ୍ଟ କରାଯିବା ଦିନାଙ୍କ: 04 NOV 2020 3:30PM by PIB Bhubaneswar

ସ୍ୱାସ୍ଥ୍ୟ ଔଷଧପତ୍ର କ୍ଷେତ୍ରରେ ଭାରତ ଇସ୍ରାଏଲ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ଏହି ବୁଝାମଣାପତ୍ରରେ ନିମ୍ନୋକ୍ତ ବିଷୟଗୁଡିକ ସ୍ଥାନ ପାଇଛି

  1. ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ତାଲିମ ଜ୍ଞାନ ବିନିମୟ
  2. ସ୍ଵାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ମାନବ ସମ୍ବଳ ବିକାଶର ସହାୟତା
  3. ଫାର୍ମାସ୍ୟୁଟିକାଲ, ମେଡିକାଲ ସାମଗ୍ରୀ କସ୍ମୋଟିକ୍ସ କ୍ଷେତ୍ରରେ ନିୟନ୍ତ୍ରଣ ସଂକ୍ରାନ୍ତ ତଥ୍ୟ ବିନିମୟ
  4. ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ଜନସ୍ୱାସ୍ଥ୍ୟ ସମସ୍ୟା ନେଇ ପାରସ୍ପରିକ ସହଯୋଗ
  5. ଜଳବାୟୁ ସୁହାଇବା ଭଳି ହସ୍ପିଟାଲ ବା ସବୁଜ ସ୍ୱାସ୍ଥ୍ୟ ସେବାର ବିକାଶ ନେଇ ସହଯୋଗ
  6. ବିଭିନ୍ନ କ୍ଷେତ୍ରରେ ଗବେଷଣା ନେଇ ବୁଝାମଣା
  7. ଉଭୟଙ୍କ ମଧ୍ୟରେ ସହମତିକ୍ରମେ ଅନ୍ୟାନ୍ୟ ସହଯୋଗ

ଉଭୟ ପକ୍ଷ ନିଜ ନିଜ ମଧ୍ୟରେ ଗୋଲ ଟେବୁଲ ବୈଠକ, ପାଠ୍ୟଚକ୍ର, ଆଲୋଚନାଚକ୍ର, କର୍ମଶାଳା ସମ୍ମିଳନୀମାନ ଆୟୋଜନ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମନ୍ଵୟ ବିକାଶ ସୁନିଶ୍ଚିତ କରିବେ

 

***********

 


(ରିଲିଜ ଆଡି: 1670174) ପରିଦର୍ଶକ କାଉଣ୍ଟର : 238