ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତିଙ୍କ ମିଲାଦ-ଉନ-ନବୀ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 29 OCT 2020 4:36PM by PIB Bhubaneswar

ମିଲାଦ-ଉନ-ନବୀ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି :

ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଆମର ମୁସଲମାନ ଭାଇ ଭଉଣୀମାନଙ୍କୁ ଇଦ--ମିଲାଦ ବା ମିଲାଦ-ଉନ-ନବୀ ଭାବେ ପାଳନ କରାଯାଉଥିବା ମହମ୍ମଦଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛି

ଧର୍ମ ପ୍ରବର୍ତ୍ତକ ମହମ୍ମଦ ପ୍ରେମ ଏବଂ ଭାତୃତ୍ଵର ବାର୍ତ୍ତା ଦେଇ ଜଗତକୁ ମାନବିକତାର ପଥରେ ଆଗେଇ ନେଇଥିଲେ ସେ ସମାନତା ଏବଂ ପ୍ରେମକୁ ଆଧାର କରି ଏକ ସମାଜ ଗଠନ କରିବାକୁ ଚାହୁଁଥିଲେ

ପବିତ୍ର କୋରାନରେ ସଂକଳିତ ମହମ୍ମଦଙ୍କ ଶିକ୍ଷା ଅନୁଯାୟୀ, ଆସନ୍ତୁ ସମସ୍ତେ ସମାଜର କଲ୍ୟାଣ ତଥା ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବା

 

**********


(ରିଲିଜ ଆଡି: 1668638) ପରିଦର୍ଶକ କାଉଣ୍ଟର : 226
ଏହି ରିଲିଜ ପଢନ୍ତୁ : Telugu , English , Urdu , Marathi , हिन्दी , Bengali , Punjabi , Tamil