ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତିଙ୍କ ମିଲାଦ-ଉନ-ନବୀ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 29 OCT 2020 4:36PM by PIB Bhubaneswar

ମିଲାଦ-ଉନ-ନବୀ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି :

“ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଆମର ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଇଦ-ଏ-ମିଲାଦ ବା ମିଲାଦ-ଉନ-ନବୀ ଭାବେ ପାଳନ କରାଯାଉଥିବା ମହମ୍ମଦଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛି ।

ଧର୍ମ ପ୍ରବର୍ତ୍ତକ ମହମ୍ମଦ ପ୍ରେମ ଏବଂ ଭାତୃତ୍ଵର ବାର୍ତ୍ତା ଦେଇ ଜଗତକୁ ମାନବିକତାର ପଥରେ ଆଗେଇ ନେଇଥିଲେ । ସେ ସମାନତା ଏବଂ ପ୍ରେମକୁ ଆଧାର କରି ଏକ ସମାଜ ଗଠନ କରିବାକୁ ଚାହୁଁଥିଲେ ।

ପବିତ୍ର କୋରାନରେ ସଂକଳିତ ମହମ୍ମଦଙ୍କ ଶିକ୍ଷା ଅନୁଯାୟୀ, ଆସନ୍ତୁ ସମସ୍ତେ ସମାଜର କଲ୍ୟାଣ ତଥା ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବା ”।

 

**********


(ରିଲିଜ ଆଡି: 1668638) ପରିଦର୍ଶକ କାଉଣ୍ଟର : 247
ଏହି ରିଲିଜ ପଢନ୍ତୁ : Telugu , English , Urdu , Marathi , हिन्दी , Bengali , Punjabi , Tamil