ରାଷ୍ଟ୍ରପତିଙ୍କ ସଚିବାଳୟ
ଦୁର୍ଗା ପୂଜା ଉପଲକ୍ଷେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
Posted On:
23 OCT 2020 5:12PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଦୁର୍ଗା ପୂଜା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଏକ ବାର୍ତ୍ତାରେ କହିଛନ୍ତି, “ଦୁର୍ଗା ପୂଜାର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ଥିବା ମୋର ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।
ପୁରୁଣା କାଳରୁ ପାଳନ ହୋଇ ଆସୁଥିବା ଏହି ଦୁର୍ଗା ପୂଜା ସମଗ୍ର ଭାରତରେ ବିଶେଷ କରି ଭାରତର ପୂର୍ବ ଭାଗରେ ଦଶ ଦିନ ଧରି ପାଳନ କରାଯାଏ । ଏହି ପର୍ବ ସମୟରେ ଭକ୍ତମାନେ ଶକ୍ତିର ଦେବୀ – ଦେବୀ ଦୁର୍ଗା, ଜ୍ଞାନର ଦେବୀ - ଦେବୀ ସରସ୍ୱତୀ ଏବଂ ଧନର ଦେବୀ - ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ନାରୀମାନଙ୍କ ପ୍ରତି ଆମର ପରମ୍ପରାଗତ ସମ୍ମାନ ଏହି ଦୁର୍ଗା ପୂଜା ପର୍ବରେ ପ୍ରତିଫଳିତ ହୋଇଥାଏ । ଏହି ଅବସରରେ, ଆମେ ସମସ୍ତେ ଆମର ମହିଳାମାନଙ୍କୁ ସମ୍ମାନ ପ୍ରଦର୍ଶନ କରି ନାରୀଶକ୍ତିକୁ ସଶକ୍ତ କରିବା ପାଇଁ ଏକ ଦୃଢ ସଂକଳ୍ପ ନେବା ଉଚିତ ।
ବିଶ୍ୱାସ କରାଯାଏ ଯେ ଦେବୀ ଦୁର୍ଗା ଦୁଷ୍ଟ ଶକ୍ତି ଉପରେ ବିଜୟ ଲାଭ କରିବା ପାଇଁ ସମସ୍ତ ଦେବତାଙ୍କ ଶକ୍ତିକୁ ସାମୂହିକ ଭାବେ ବ୍ୟବହାର କରିଥିଲେ । ଏହା ଆମକୁ ବାର୍ତ୍ତା ଦେଇଥାଏ ଯେ, ଏହି କଠିନ ସମୟରେ, ଯଦି ଆମେ ଏକଜୁଟ ହୋଇ ଛିଡା ହେବା ତେବେ ଆମେ ସାମ୍ନା କରୁଥିବା ସମସ୍ତ ସଙ୍କଟକୁ ଦୂର କରିପାରିବା” ।
**********
(Release ID: 1667172)
Visitor Counter : 152
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Malayalam