ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ରାଣ୍ଡ ଚାଲେଞ୍ଜ ବାର୍ଷିକ ବୈଠକ 2020ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
19 OCT 2020 9:51PM by PIB Bhubaneshwar
ନମସ୍ତେ,
ମିଲିଣ୍ଡା ଏବଂ ବିଲଗେଟ୍ସ, ମୋ ମନ୍ତ୍ରିମଣ୍ଡଳର ଡ. ହର୍ଷବର୍ଦ୍ଧନ, ବିଶ୍ୱବ୍ୟାପୀ ପ୍ରତିନିଧିଗଣ, ବୈଜ୍ଞାନିକ, ଗବେଷକ, ଛାତ୍ରଛାତ୍ରୀ ବନ୍ଧୁଗଣ । ଷୋଡଶ ବୃହତ ଆହ୍ୱାନ ସମ୍ପର୍କିତ ବାର୍ଷିକ ବୈଠକରେ ଆପଣମାନଙ୍କ ଗହଣରେ ରହି ମୁଁ ବହୁତ ଖୁସି ।
ବାସ୍ତବିକ କହିବାକୁ ଗଲେ ଏହି ବୈଠକ ଭାରତରେ ହେବାର ଥିଲା । ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଏହା ଭର୍ଚୁଆଲ ପଦ୍ଧତିରେ ହେଉଛି । ପ୍ରଯୁକ୍ତି ବିଦ୍ୟାର ଏପରି ଶକ୍ତି ଅଛି ଯେ ଏ ବୈଶ୍ୱିକ ମହାମାରୀ ମଧ୍ୟ ଆମକୁ ଅଲଗା କରି ପାରିଲା ନାହିଁ । ଏହି କାର୍ଯ୍ୟକ୍ରମ ତାର ନିର୍ଦ୍ଧାରିତ ସୂଚୀ ଅନୁସାରେ ଆରମ୍ଭ ହେଲା । ବିଶାଳ ଆହ୍ୱାନର ସମ୍ମୁଖୀନ ହେଉଥିବା ଗୋଷ୍ଠୀର ଅଙ୍ଗୀକାରବଦ୍ଧତା ଯୋଗୁ ଏହା ସମ୍ଭବପର ହୋଇଛି । ଏହା ଆମର ଦକ୍ଷତା ଓ ଉଦ୍ଭାବନ ପ୍ରତିବଦ୍ଧତାର ନିଦର୍ଶନ ।
ସମାଜର ଭବିଷ୍ୟତ ସୁସଂଗତ ହେବ ଯେତେବେଳେ ଏହା ବିଜ୍ଞାନ ଓ ନୂତନ ଉଦ୍ଭାବନ ଦିଗରେ ଅଧିକ ଗୁରୁତ୍ୱ ଦେବ । ମାତ୍ର ଦୂରଦର୍ଶୀ ନହୋଇ ଏହା କରାଯାଇ ପାରିବ ନାହିଁ । ବିଜ୍ଞାନ ଓ ଉଦ୍ଭାବନ କ୍ଷେତ୍ରରେ ଯଥେଷ୍ଟ ବିନିଯୋଗ ଆବଶ୍ୟକତା ରହିଛି । ସେହିପରି ଏହିସବୁ ଉଦ୍ଭାବନ କ୍ଷେତ୍ରରେ ଜନସହଯୋଗ ଓ ସମନ୍ୱୟ ଆବଶ୍ୟକ । ନିଷ୍କ୍ରିୟ ରହିଲେ ବିଜ୍ଞାନ କେବେ ସମୃଦ୍ଧ ହୋଇପାରିବ ନାହିଁ, ବିରାଟ ଆହ୍ୱାନ ମୂଳକ କାର୍ଯ୍ୟକ୍ରମ ଏହି ଲୋକାଚାରକୁ ଭଲ ଭାବେ ଜାଣିଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବେଶ ପ୍ରଶଂସନୀୟ ।
15 ବର୍ଷରେ ଆପଣମାନେ ଅନେକ ଦେଶକୁ ଏଥିରେ ସାମିଲ କରିଛନ୍ତି । ମାତ୍ର ଏଥିରେ ବିଷୟଗତ ବିବିଧତା ରହିଛି । ମା ଓ ଶିଶୁ ସ୍ୱାସ୍ଥ୍ୟ, କୃଷି, ପୌଷ୍ଟିକତା, ଜଳ, ପରିମଳ ଓ ସ୍ୱଚ୍ଛତା ଭଳି ସମସ୍ୟାର ସମାଧାନ ନିମେନ୍ତ ଆପଣମାନେ ବିଶ୍ୱବ୍ୟାପୀ ବିଦ୍ୱାନମାନଙ୍କ ସହାୟତା ନେଇଛନ୍ତି । ଏହାଛଡା ଏହାର ଅନେକ ପଦକ୍ଷେପ ମଧ୍ୟ ବେଶ ସ୍ୱାଗତଯୋଗ୍ୟ ।
ବନ୍ଧୁଗଣ,
ଏକ ବୈଶ୍ୱିକ ମହାମାରୀ ଆମକୁ ପୁଣି ଥରେ ଏକାଠି କାମ କରିବାର ଗୁରୁତ୍ୱ ଉପରେ ଚିନ୍ତା କରିବାକୁ ସୁଯୋଗ ଦେଇଛି । କହିବାକୁ ଗଲେ, ରୋଗର କୌଣସି ଭୌଗୋଳିକ ସୀମାରେଖା ନାହିଁ । ରୋଗ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗଗତ ପ୍ରଭେଦ ମଧ୍ୟ ଦେଖେନାହିଁ । ରୋଗମାନେ ମୁଁ ବର୍ତ୍ତମାନର ବୈଶ୍ୱିକ ମହାମାରୀ ପରସ୍ଥିତି କଥା କହୁନାହିଁ ଅନେକ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ରହିଛି ଯାହାକି ଜନସାଧାରଣ, ବିଶେଷ କରି ଯୁବଗୋଷ୍ଠୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି ।
ବନ୍ଧୁଗଣ,
ଭାରତରେ ଆମର ଏକ ଶକ୍ତିଶାଳୀ ବୈଜ୍ଞାନିକ ଗୋଷ୍ଠୀ ରହିଛି । ଆମର ଅନେକ ଉତ୍ତମ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟ ରହିଛି, ସେଗୁଡିକ ଆମର ଅମୂଲ୍ୟ ସମ୍ପଦ । ବିଶେଷ କରି ଗତ କେତେ ମାସ ମଧ୍ୟରେ କୋଭିଡ-19ର ମୁକାବିଲା କରିବାରେ ଏହା ପ୍ରମାଣିତ ହୋଇଛି । ରୋଗ ପ୍ରତିହତ କରିବାଠାରୁ ଆରମ୍ଭ କରି ଭିତ୍ତିଭୂମି ସାମର୍ଥ୍ୟ ବୃଦ୍ଧିରେ ମଧ୍ୟ ଏହା ଅଭୂତପୂର୍ଣ୍ଣ ସଫଳତା ହାସଲ କରିଛି ।
ବନ୍ଧୁଗଣ,
ଭାରତର ବିଶାଳତା ଏବଂ ବିବିଧତା ସବୁବେଳେ ବିଶ୍ୱବାସୀଙ୍କୁ ଅନୁସନ୍ଧିତ୍ସୁ କରିଛି । ଆମ ଦେଶର ଜନସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକା ଜନସଂଖ୍ୟାର ପ୍ରାୟ 4 ଗୁଣ । ଆମର ଅଧିକାଂଶ ରାଜ୍ୟର ଜନସଂଖ୍ୟା କେତେକ ୟୁରୋପୀୟ ରାଷ୍ଟ୍ରର ସମକକ୍ଷ । ମାତ୍ର ଜନସାଧାରଣଙ୍କ ସାମୂହିକ ଉଦ୍ୟମ ଯୋଗୁ କୋଭିଡ-19 ମୃତ୍ୟୁ ସଂଖ୍ୟା କମ ରଖିବାରେ ଦେଶ ସକ୍ଷମ ହୋଇଛି । ଆଜି ଆମେ ଦୈନିକ ସଂକ୍ରମଣ ହ୍ରାସ ଦେଖିବାକୁ ପାଉଛୁ । ଭାରତରେ ବିଶ୍ୱର ସର୍ବାଧିକ ଶତକଡା ୮୮ ପ୍ରତିଶତ ସୁସ୍ଥତା ହାର ରହିଛି । ଯେତେବେଳେ ମୋଟ ସଂକ୍ରମିତ ସଂଖ୍ୟା ମାତ୍ର କେତେ ଶହ ଥିଲା ସେତେବେଳେ ଆମ ଦେଶ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଖୁବ ଶୀଘ୍ର ଲକଡାଉନ କଟକଣା ଲାଗୁ କରିଥିଲା । ସେଥିପାଇଁ ଏହା ସମ୍ଭବ ହୋଇଛି । ଭାରତ ପ୍ରଥମେ ଜନସାଧାରଣଙ୍କୁ ମାସ୍କ ବ୍ୟବହାର ନେଇ ସଚେତନ କରାଇଥିଲା । ଭାରତ ରୋଗୀ ଚିହ୍ନଟ ପ୍ରକ୍ରିୟାକୁ ମଧ୍ୟ ଶକ୍ତିଶାଳୀ କରିଥିଲା । ଆରମ୍ଭରୁ ରାପିଡ ଆଣ୍ଟିଜେନ ପରୀକ୍ଷା ମଧ୍ୟ ଆରମ୍ଭ କରାଯାଇଥିଲା । ଭାରତ ମଧ୍ୟ ସିଆରଆଇଏସପିଆର ଗୁଣସୂତ୍ର ସଂପାଦନା ବୈଷୟିକ ଜ୍ଞାନ ମଧ୍ୟ ଉଦ୍ଭାବନ କରିଛି ।
ବନ୍ଧୁଗଣ,
କୋଭିଡ ଟୀକା ବିକାଶରେ ମଧ୍ୟ ଭାରତ ଅଗ୍ରଣୀ ରହିଛି । ଆମ ଦେଶର ୩୦ରୁ ଉର୍ଦ୍ଧ୍ବ ସ୍ୱଦେଶୀ ଟୀକା ମଧ୍ୟ ପ୍ରସ୍ତୁତ କରାଯାଇଛି । ସେଥିରୁ 3ଟିରେ ଅଗ୍ରଗତି ଘଟିଛି । ତେବେ ଆମେ ଏତିକିରେ ବସି ଯାଇ ନାହୁଁ । ଭାରତ ଏକ ନିର୍ଭର ଯୋଗ୍ୟ ଟୀକାର ବିତରଣ ପାଇଁ ମଧ୍ୟ ପଦ୍ଧତିଗତ ବିକାଶ କରୁଛି । ଆମର ଦେଶବାସୀଙ୍କ ଟୀକାକରଣ ନିମନ୍ତେ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡିର ଉପଯୋଗ ମଧ୍ୟ ଆମେ କରିବୁ ।
ବନ୍ଧୁଗଣ,
କୋଭିଡ ଛାଡି ଭାରତର ଗୁଣାତ୍ମକ ଔଷଧ ପତ୍ର ଓ ଟୀକା କମ ଖର୍ଚ୍ଚରେ ପ୍ରସ୍ତୁତ କରିବାର କ୍ଷମତା ମଧ୍ୟ ରହିଛି । ବିଶ୍ୱରେ ବ୍ୟବହୃତ ଶତକଡା 60 ଭାଗ ଔଷଧ ଭାରତରେ ହିଁ ତିଆରି ହୋଇଥାଏ । ଆମେ ଆମର ଇନ୍ଦ୍ରଧନୁଶ ଟୀକାକରଣ କାର୍ଯ୍ୟକ୍ରମରେ ଭାରତରେ ପ୍ରସ୍ତୁତ ରୋଟା ଭାଇରସ ଟୀକାକୁ ଅନ୍ତର୍ଭୁକ୍ତ କରିଛୁ । ମଜଭୁତ ଅଂଶୀଦାରିତା ଯୋଗୁ କିପରି ଦୀର୍ଘସ୍ଥାୟୀ ସଫଳତା ମିଳେ ଏହା ତାହାର ଏକ ଉଦାହରଣ । ଗେଟ୍ସ ଫାଉଣ୍ଡେସନର ମଧ୍ୟ ଏହି ନିର୍ଦ୍ଦିଷ୍ଟ ଉଦ୍ୟମରେ ଏକ ଭୂମିକା ରହିଛି । ଭାରତର ଅଭିଜ୍ଞତା ଓ ଗବେଷଣା ଜ୍ଞାନ ଯୋଗୁ ଆମେ ବୈଶ୍ୱିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ରବିନ୍ଦୁ କହିଲେ ଅତ୍ୟୁକ୍ତି ହେବନାହିଁ । ଏସବୁ କ୍ଷେତ୍ରରେ ଅନ୍ୟ ଦେଶ ମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି କରନ୍ତୁ ଏହା ଆମେ କାମନା କରୁଛୁ ।
ବନ୍ଧୁଗଣ,
ଯେପରି ପ୍ରତ୍ୟେକ ଘର ପାଇପ ଯୋଗେ ପାନୀୟ ଜଳ ପାଇପାରିବେ ତାହା ଆମେ ନିଶ୍ଚିତ କରୁଛୁ । ଏହା ରୋଗର ପ୍ରଭାବ ହ୍ରାସ କରିବାରେ ସହାୟକ ହେବ । ବିଶେଷ କରି ଗ୍ରାମାଂଚଳ ଗୁଡିକରେ ଆମେ ଅଧିକରୁ ଅଧିକ ମେଡିକାଲ କଲେଜ ସ୍ଥାପନ କରୁଛୁ । ଏଥିରେ ଯୁବଗୋଷ୍ଠୀଙ୍କୁ ଅଧିକ ସୁଯୋଗ ମିଳିବ । ଏହାଛଡା ଆମର ଗ୍ରାମାଂଚଳରେ ମଧ୍ୟ ସ୍ୱାସ୍ଥ୍ୟ ସେବା ଉନ୍ନତ ହେବ । ଆମେ ବିଶ୍ୱର ବୃହତ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିଛୁ ଓ ଏହା ଯେପରି ସମସ୍ତଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଯତ୍ନବାନ ଅଛୁ ।
ବନ୍ଧୁଗଣ,
ବ୍ୟକ୍ତିଗତ ସଶକ୍ତିକରଣ ଓ ସାମଗ୍ରୀକ କଲ୍ୟାଣ ପାଇଁ ଆମର ସମ୍ମିଳିତ ଉଦ୍ୟମ କଣ ରହିପାରିବ ନାହିଁ ? ଗେଟ୍ସ ଫାଉଣ୍ଡେସନ ଓ ଅନ୍ୟ କେତେକ ସଂଗଠନ ଏ ଦିଗରେ ବିସ୍ମୟକର କାର୍ଯ୍ୟମାନ କରୁଛନ୍ତି । ତିନି ଦିନ ବ୍ୟାପୀ ଏହି ଆଲୋଚନାଚକ୍ର ଆପଣମାନଙ୍କ ପାଇଁ ଫଳପ୍ରଦ ହେଉ ଏହା ମୁଁ କାମନା କରୁଛି । ଏହି ବିରାଟ ଆହ୍ୱାନମୂଳକ ମଞ୍ଚରୁ ଅନେକ ଚମକପ୍ରଦ ଓ ଉତ୍ସାହଜନକ ଫଳାଫଳ ମିଳୁ ତାହା ମୁଁ ଆଶା କରୁଛି । ବିକାଶ ପାଇଁ ଏହି ଉଦ୍ୟମ ମାନବଧର୍ମୀ ହେଉ, ଆମର ଯୁବଗୋଷ୍ଠୀର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ଏହି ସମ୍ମିଳନୀ ଏକ ସୁଯୋଗ ଦେଉ, ପୁନର୍ବାର ମୁଁ ଆୟୋଜକ ମାନଙ୍କୁ ମତେ ନିମନ୍ତ୍ରଣ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରୁଛି ।
ଧନ୍ୟବାଦ
ଆପଣଙ୍କୁ ଅଶେଷ ଧନ୍ୟବାଦ ।
****************
(Release ID: 1666141)
Visitor Counter : 189
Read this release in:
Gujarati
,
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam