ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 60 ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କଲା

● କ୍ରମାଗତ ଅଷ୍ଟମ ଦିନରେ ମୃତ୍ୟୁ ସଂଖ୍ୟା 1 ହଜାରରୁ କମ୍
● ସୁସ୍ଥଙ୍କ ମଧ୍ୟରୁ ଅଧାରୁ ଅଧିକ ସର୍ବାଧିକ ମାମଲା ଥିବା 5ଟି ରାଜ୍ୟରୁ

Posted On: 11 OCT 2020 11:35AM by PIB Bhubaneshwar

ଭାରତ ଆଜି ଆଉ ଏକ ଶୀର୍ଷକୁ ଉଠିଛି କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 60 ଲକ୍ଷ (60,77,976) ମାଇଲଖୁଣ୍ଟକୁ ଅତିକ୍ରମ କରିଛି

ଦେଶରେ ନିତିଦିନ ଅଧିକରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହେବା ଦ୍ଵାରା ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 89,154 ଜଣ ସୁସ୍ଥ ହୋଇଛନ୍ତି

ଦେଶବ୍ୟାପୀ ମେଡିକାଲରେ ଆନୁଷଙ୍ଗିକ ବ୍ୟବସ୍ଥାରେ ବିକାଶ, କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ଚିକିତ୍ସା ପଦ୍ଧତିକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ଗ୍ରହଣ, ଡାକ୍ତର, ପାରାମେଡିକ ଏବଂ ସ୍ୱାସ୍ଥ୍ୟ ସେବାର ଆଗୁଆ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

କ୍ରମାଗତ ଆଠ ଦିନ ଧରି ଦେଶରେ ମୃତ୍ୟୁ ସଂଖ୍ୟା 1 ହଜାରରୁ ତଳେ ରହିଛି ଗତ 24 ଘଣ୍ଟା ମଧ୍ୟରେ 918 ଜଣଙ୍କ ମୃତ୍ୟୁ ହୋଇଛି

ଦେଶରେ ମୋଟ କରୋନା ସକ୍ରିୟ ମାମଲା 8,67,496ରେ ରହିଛି ସକ୍ରିୟ ମାମଲା ନିମ୍ନମୁଖୀ ହେବାରେ ଲାଗିଛି ଏବଂ ଗତ 3 ଦିନ ଧରି ଏହା 8 ଲକ୍ଷରୁ ତଳେ ରହିପାରିଛି

ଜାତୀୟ ସୁସ୍ଥ ହାର 86.17%କୁ ବୃଦ୍ଧି ପାଇଛି ଦୈନିକ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ସର୍ବାଧିକ ସୁସ୍ଥ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତ ତାର ସ୍ଥାନ ବଜାୟ ରଖିପାରିଛି ଯେଉଁ 5ଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା (ମୋଟର ସକ୍ରିୟ ମାମଲାର 61%) ରହିଛି ସେଠାରୁ ଅଧାରୁ ଅଧିକ (54.3%) ସୁସ୍ଥ ହୋଇଛନ୍ତି

ନୂତନ ସୁସ୍ଥଙ୍କ ମଧ୍ୟରୁ 80% 10ଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଛତିଶଗଡ଼ରୁ ଆସିଛି

ମହାରାଷ୍ଟ୍ରରେ ସର୍ବାଧିକ 26 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 74,383ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି

ନୂଆ ମାମଲାରୁ 80% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି କେରଳରେ ସର୍ବାଧିକ ନୂଆ ମାମଲା ଆସିଛି ଏହା ପଛକୁ ମହାରାଷ୍ଟ୍ର ରହିଛି ଉଭୟ ରାଜ୍ୟରୁ 11 ହଜାରରୁ ଅଧିକ ନୂଆ ମାମଲା ଆସିଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 918 ଜଣଙ୍କ ମୃତ୍ୟୁ ହୋଇଛି ତନ୍ମଧ୍ୟରୁ 84% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି

308 ମୃତ୍ୟୁ ସହ ମହାରାଷ୍ଟ୍ରରେ ଗତକାଲି ମୋଟ ମୃତ୍ୟୁର 33% ହୋଇଛି ଏହା ପଛକୁ କର୍ଣ୍ଣାଟକରେ 102ଟି ମୃତ୍ୟୁ ହୋଇଛି

 

**********

 



(Release ID: 1663543) Visitor Counter : 158