କ୍ୟାବିନେଟ

କୋଲକାତା ମହାନଗରୀ ଓ ଏହାର ପାର୍ଶ୍ଵବର୍ତ୍ତୀ ସହରାଞ୍ଚଳ ପାଇଁ ଉଦ୍ଦିଷ୍ଟ କୋଲକାତା ପୂର୍ବ-ପଶ୍ଚିମ ମେଟ୍ରୋ କରିଡର ପାଇଁ ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟର ଅନୁମୋଦନ

● 16.6 କିଲୋମିଟର ଦୀର୍ଘ ଏହି ପ୍ରକଳ୍ପରେ ରହିଛି 12ଟି ଷ୍ଟେସନ
● କୋଲକାତା ମେଟ୍ରୋ ରେଳ ନିଗମ ଲିମିଟେଡ ଦ୍ଵାରା ତ୍ୱରାନ୍ୱିତ ହୋଇଛି ଏହି ପ୍ରକଳ୍ପ
● ପ୍ରକଳ୍ପ ଯୋଗୁଁ ଟ୍ରାଫିକ ସମସ୍ୟା ଦୂର ହେବା ସହ ସହରୀ ସଂଯୋଗୀକରଣ ସୁଦୃଢ ହେବା ସହ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ମିଳିବ ସୁବିଧା
● 8,575 କୋଟି ଟଙ୍କା ଆକଳନରେ ଏହି ପ୍ରକଳ୍ପ ଆସନ୍ତା ବର୍ଷ ଡିସେମ୍ବରରେ ହେବ ସଂପୂର୍ଣ୍ଣ

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2020 4:26PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଲକାତା ପୂର୍ବ-ପଶ୍ଚିମ ମେଟ୍ରୋ କରିଡରର ସଂଶୋଧିତ ବ୍ୟୟ ଅଟକଳ ଅନୁମୋଦିତ ହୋଇଛି ।

ତ୍ୱରାନ୍ୱିତ ହେବାକୁ ଥିବା କାର୍ଯ୍ୟକ୍ରମ ଓ ଲକ୍ଷ୍ୟ

  • ରେଳ ମନ୍ତ୍ରଣାଳୟ ଅଧିନସ୍ଥ କୋଲକାତା ମେଟ୍ରୋ ରେଳ ନିଗମ ଲିମିଟେଡ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବ ।
  • ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ 8,575 କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ଏଥିରେ ରେଳବାଇର 3,268 କୋଟି 27 ଲକ୍ଷ ଟଙ୍କାର ଅଂଶଧନ ରହିଛି । ପୂର୍ତ୍ତ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟର ଅଂଶଧନ 1,148 କୋଟି 31 ଲକ୍ଷ ଓ ଜାପାନ ଆନ୍ତର୍ଜାତିକ ନିଗମ ସଂସ୍ଥା(ଜାଇକା)ର 4,158.40 କୋଟି ଟଙ୍କାର ଋଣ ରହିଛି ।   
  • ଗତ ଫେବୃୟାରୀ ମାସରେ 5.3 କିଲୋମିଟର ଦୀର୍ଘ କରିଡର କମିଶନଭୁକ୍ତ  ହୋଇଛି ।
  • ଆଉ 1.67 କିଲୋମିଟର ଦୀର୍ଘ ଏହି ମାସ 5 ତାରିଖରେ କମିଶନଭୁକ୍ତ ହୋଇଛି । 
  • ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟ ପ୍ରଭାବ

ଏହି ବୃହତ ପ୍ରକଳ୍ପ କୋଲକତାର ବ୍ୟବସାୟୀକ ପେଣ୍ଠସ୍ଥଳ ପଶ୍ଚିମରେ ହାୱଡା ଓ ପୁର୍ବରେ ସଲ୍ଟ ଲେକ ସିଟି ସହ ସଂଯୋଗ କରିବା ସହ ଉତ୍ତମ ପରିବହନ ସେବା ଯୋଗାଇବ । ଏହି ପ୍ରକଳ୍ପ ସାଧାରଣ ଭିଡ ହ୍ରାସ କରିବା ସହ ମହାନଗରୀ ନିବାସୀଙ୍କ ନିମନ୍ତେ ପରିବେଶ ଅନୁକୂଳ ଯାତାୟାତ ସୁବିଧା ପ୍ରଦାନ କରିବ । ଏହା କୋଲକାତା ଅଞ୍ଚଳର ପରିବହନ ସମସ୍ୟା ଦୂର କରିବା ସହ ଯାତାୟାତ ସମୟକୁ ହ୍ରାସ କରି ଉତ୍ପାଦନତା ବୃଦ୍ଧିରେ ମଧ୍ୟ ସହାୟକ ହେବ । ଏହା ବହୁମୂଖୀ ପରିବନ ବ୍ୟବସ୍ଥା ଯଥା – ମେଟ୍ରୋ, ସହରତଳି ରେଳ, ଜଳ ପରିବହନ, ବସ ସେବା ଇତ୍ୟାଦି ପରିବହନ ବ୍ୟବସ୍ଥାକୁ ସମନ୍ଵିତ କରିବ ।

ପ୍ରକଳ୍ପର ସୁଫଳ

  • ଜନସାଧାରଣଙ୍କୁ ଏକ ଦକ୍ଷ ପରିବେଶ ଅନୁକୂଳ ପରିବହନ ସେବା ଯୋଗାଇବ
  • ଯାତାୟାତ ସମୟ ହ୍ରାସ
  • ଇନ୍ଧନ ସଂରକ୍ଷଣ
  • ସଡକ ଭିତ୍ତିଭୂମିର ସୁରକ୍ଷା
  • ପ୍ରଦୂଷଣ ଓ ଦୁର୍ଘଟଣା ହ୍ରାସ
  • ପରିବହନ ବିକାଶ
  • ଅତିରିକ୍ତ ରାଜସ୍ୱ ଆହରଣ
  • କର୍ମନିଯୁକ୍ତି ସୁଯୋଗ ସୃଷ୍ଟି
  • ଆତ୍ମନିର୍ଭର ଭାରତ ଭୋକାଲ ଫର ଲୋକାଲର ସଫଳ ରୂପାୟନ 

ପୃଷ୍ଟଭୁମି

କୋଲକାତା ପୂର୍ବ-ପଶ୍ଚିମ ମେଟ୍ରୋ କରିଡର ପ୍ରକଳ୍ପ କୋଲକାତା ମହାନଗରୀ ଓ ଏହାର ଆଖପାଖ ସହରାଞ୍ଚଳର ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ । ଏହି ପ୍ରକଳ୍ପ ଭିଡ ହ୍ରାସ କରିବା ସହ ସବୁଦିନ ଲକ୍ଷ ଲକ୍ଷ ଯାତ୍ରୀ ଓ ସେମାନଙ୍କ ଯାତ୍ରା ପାଇଁ ଅନୁକୂଳ ଯାତ୍ରା ପରିବେଶ ସୃଷ୍ଟି କରିବ । ଏହା କୋଲକାତା, ହାୱଡା, ସଲ୍ଟ ଲେକ ସହ ତ୍ଵରିତ ରେଳଯୁକ୍ତ ସଂଯୋଗୀକରଣ ବ୍ୟବସ୍ଥା ଦ୍ଵାରା ସହଜ ଯାତ୍ରା ଉପଲବ୍ଧ କରାଇବ । ଏହା ମେଟ୍ରୋ ରେଳ, ବସ ପରିବହନ ଭଳି ଅନ୍ୟ ପରିବହନ ମାଧ୍ୟମକୁ ସମନ୍ଵିତ କରିବ । 16.6 କିଲୋମିଟର ଦର୍ଘ୍ୟ ଏହି ମେଟ୍ରୋ ରେଳ କରିଡରରେ ହୁବୁଳି ନଦୀ ମାଧୟରେ ଏକ ପାନେଲ ରହିଛି । ଦେଶର ଏହା ଯେକୌଣସି ବଡ ନଦୀରେ ପ୍ରଥମ ପରିବହନ ଟାନେଲ ବୋଲି ଜଣାପଡିଛି ।

 

**********

 

 


(ରିଲିଜ ଆଡି: 1662462) ପରିଦର୍ଶକ କାଉଣ୍ଟର : 232