ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 05 OCT 2020 8:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ଇହୁଦୀ ନୂତନ ବର୍ଷ ଏବଂ ସୁକୋଟ ହୁଦୀ ପର୍ବ ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ଇସ୍ରାଏଲବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

କୋଭିଡ-19 ମହାମାରୀ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିକୁ ଉଭୟ ନେତା ସକାରାତ୍ମକ ଭାବରେ ମୂଲ୍ୟାଙ୍କନ କରିଥିଲେ, ବିଶେଷକରି ଗବେଷଣା କ୍ଷେତ୍ର, ନିଦାନ ଉପକରଣ, ପରୀକ୍ଷଣ ଏବଂ ଟୀକା ବିକାଶ କ୍ଷେତ୍ରରେ କେବଳ ଦୁଇ ଦେଶର ଲୋକଙ୍କ ହିତ ପାଇଁ ନୁହେଁ ବରଂ ମାନବିକତାର ମଙ୍ଗଳ ପାଇଁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଘନିଷ୍ଠ ସହଯୋଗର ଗୁରୁତ୍ୱ ଉପରେ ସେମାନେ ସହମତ ହୋଇଥିଲେ

ସେମାନେ ଜଳ, କୃଷି, ସ୍ୱାସ୍ଥ୍ୟ, ବାଣିଜ୍ୟ, ଷ୍ଟାର୍ଟ ଅପ୍ ଏବଂ ନବସୃଜନ କ୍ଷେତ୍ରରେ ଆଗେଇ ଚାଲିଥିବା ସହଯୋଗର ସମୀକ୍ଷା କରିବା ସହିତ ଏହି ସମ୍ପର୍କର ଦୃଢତା ଉପରେ ଆଲୋଚନା ମଧ୍ୟ କରିଥିଲେ

କ୍ଷେତ୍ରୀୟ ତଥା ବିଶ୍ଵସ୍ତରୀୟ ଆହ୍ଵାନ ଏବଂ ସୁଯୋଗ ଉପରେ ମତାମତ ବାଣ୍ଟିବା ସହିତ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ନିୟମିତ ପରାମର୍ଶ ଜାରି ରଖିବାକୁ ଉଭୟେ ସହମତ ହୋଇଥିଲେ

 

**********


(रिलीज़ आईडी: 1661877) आगंतुक पटल : 290
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Kannada , Malayalam