ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 02 OCT 2020 9:11AM by PIB Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଏହି ମହାନ ସୁପୁତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତି । ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲାଲ ବାହାଦୂର ଶାସ୍ତ୍ରୀ ଯେତିକି ସରଳ ଥିଲେ ତାଙ୍କ ଚିନ୍ତାଧାରା ସେତିକି ଉଚ୍ଚକୋଟୀର ଥିଲା । ସରଳତାର ଏକ ପ୍ରତୀକ ଭାବେ ଆମେ ତାଙ୍କୁ ଦେଖିଥାଉ ଏବଂ ସେ ଦେଶର କଲ୍ୟାଣ ସାଧନ ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ ।

ଭାରତର ଏହି ମହାନ୍ ସୁପୁତ୍ରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରିବା ସହ ଦେଶ ପାଇଁ ତାଙ୍କର ଅବଦାନ ନିମନ୍ତେ ଆମେ ତାଙ୍କ ନିକଟରେ କୃତଜ୍ଞ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********

 


(ରିଲିଜ ଆଡି: 1661070) ପରିଦର୍ଶକ କାଉଣ୍ଟର : 244