ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ଟୋବର 2ରେ “ବୈଭବ” ସମ୍ମିଳନୀ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 01 OCT 2020 9:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 2 ତାରିଖ ଦିନ ସନ୍ଧ୍ୟା 6.30 ମିନିଟରେ ବୈଶ୍ୱିକ  ଭାରତୀୟ ବୈଜ୍ଞାନିକ (ବୈଭବ) ଶିଖର ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଯୋଗେ ଉଦ୍ଘାଟନ କରିବେ

ବୈଭବସମ୍ମିଳନୀ ଏକ ବୈଶ୍ୱିକ ଭର୍ଚୁଆଲ ସମ୍ମିଳନୀ ଯେଉଁଥିରେ ଦରିଆପାରି ଏବଂ ଆବାସିକ ଭାରତୀୟ ଗବେଷକ ତଥା ଶିକ୍ଷାବିତମାନେ ଅଂଶଗ୍ରହଣ କରିଥାନ୍ତି ଏବଂ ଏହି ସମ୍ମିଳନୀ ଅକ୍ଟୋବର 2 ତାରିଖ ଠାରୁ ଅକ୍ଟୋବର 31, 2020 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଲା ଶିକ୍ଷାନୁଷ୍ଠାନରେ ଏବଂ ଗବେଷଣା ଓ ବିକାଶ ପ୍ରତିଷ୍ଠାନମାନଙ୍କରେ ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିବା ଭାରତୀୟ ବଂଶୋଦ୍ଭବ ବିଶିଷ୍ଟ ଗବେଷକ ଓ ବୈଜ୍ଞାନିକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରି ସେମାନଙ୍କ ସହ କିଭଳି ଭାବେ ସହଯୋଗ ଭିତ୍ତିକ ଗବେଷଣା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ ଏବଂ ସେଥିରୁ ଶୈକ୍ଷିକ ତଥା ବିଜ୍ଞାନ ଓ ପ୍ରଯୁକ୍ତିଗତ ସୁଫଳ ଭାରତକୁ ମିଳିପାରିବ ଯଦ୍ୱାରା ବୈଶ୍ୱିକ ବିକାଶ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇପାରିବ, ସେ ଦିଗରେ ମାନସମନ୍ଥନ କରିବା  

ଏହି ସମ୍ମିଳନୀ ଉଦ୍ଘାଟିତ ହେବା ପରେ ଅନଲାଇନ ମୋଡ଼ରେ ବିଭିନ୍ନ ଶିକ୍ଷାବିତ୍ ଏବଂ ବୈଜ୍ଞାନିକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଅଧିବେଶନରେ ଆଲୋଚନା ଓ ବିଚାରବିମର୍ଶ ଜାରି ରହିବ ଏହି ପ୍ରୟାସରେ ବିବିଧ ସ୍ତରୀୟ ଭାବ ବିନିମୟ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ଯେଉଁଥିରେ ଦରିଆପାରି ବିଶେଷଜ୍ଞ ତଥା ସେମାନଙ୍କର ଭାରତୀୟ ପ୍ରତିପକ୍ଷ ଦୀର୍ଘ ପ୍ରାୟ ଏକ ମାସ କାଳ ଧରି ୱେବିନାର, ଭିଡ଼ିଓ କନଫରେନ୍ସ ଇତ୍ୟାଦି ଜରିଆରେ ଆଲୋଚନା କରିବେ ଏଥିରେ  ବିଶ୍ୱର 55ଟି ରାଷ୍ଟ୍ରର 3000ରୁ ଊର୍ଦ୍ଧ୍ଵ ଭାରତୀୟ ବଂଶୋଦ୍ଭବ ଶିକ୍ଷାବିତ୍ ଓ ବୈଜ୍ଞାନିକ ଏବଂ 10 ହଜାରରୁ ଅଧିକ ଆବାସିକ ଶିକ୍ଷାବିତ୍ ଓ ବୈଜ୍ଞାନିକ ଅଂଶ ଗ୍ରହଣ କରିବେ ସେହିଭଳି ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟାଙ୍କ ନେତୃତ୍ୱରେ ଭାରତର ପ୍ରାୟ 200 ଶୈକ୍ଷିକ ତଥା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଦୀର୍ଘ ଏକ ମାସ (ଅକ୍ଟୋବର) ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି

ଏହି ସମ୍ମିଳନୀରେ 40ଟି ଅଧିକ ଦେଶରୁ 1500ରୁ ଅଧିକ ପାନେଲିଷ୍ଟ, 200 ପ୍ରମୁଖ ଭାରତୀୟ ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଏବଂ ଶୈକ୍ଷିକ ଅନୁଷ୍ଠାନ ଭର୍ଚୁଆଲ୍ ମୋଡ଼ରେ 18ଟି ଭିନ୍ନ ଭିନ୍ନ କ୍ଷେତ୍ର ତଥା 80ଟି ପ୍ରସଙ୍ଗ ଉପରେ 200ରୁ ଅଧିକ ଅଧିବେଶନରେ ଆଲୋଚନା କରିବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର 31, 2020 ତାରିଖ ଦିନ ଏହି ସମ୍ମିଳନୀର ଚୂଡ଼ାନ୍ତ ଅଧିବେଶନ ଅନୁଷ୍ଠିତ ହେବ

 

**********


(Release ID: 1661069) Visitor Counter : 162