ପ୍ରତିରକ୍ଷା ମନ୍ତ୍ରଣାଳୟ
ସ୍ୱଦେଶୀ ବୁଷ୍ଟର ସଂଯୁକ୍ତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ପୋଷ୍ଟ କରାଯିବା ଦିନାଙ୍କ:
30 SEP 2020 2:28PM by PIB Bhubaneswar
ସ୍ୱଦେଶୀ ବୁଷ୍ଟର ଏବଂ ଏୟାରଫ୍ରେମ୍ ସେକ୍ସନ ସହିତ ଅନ୍ୟ କେତେଗୁଡ଼ିଏ “ମେଡ଼୍ ଇନ୍ ଇଣ୍ଡିଆ” ଉପ ପ୍ରଣାଳୀରେ ସଂଯୁକ୍ତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପକ୍ଷମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସକୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସ୍ଥିତ ଆଇଟିଆର ଠାରୁ ଆଜି (30 ସେପ୍ଟେମ୍ବର, 2020) ପୂର୍ବାହ୍ନ 10.30 ମିନିଟ ସମୟରେ ସଫଳତାର ସହିତ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ରେଞ୍ଜର ଲକ୍ଷ୍ୟ ଭେଦ କରିଛି । ସ୍ୱଦେଶୀକରଣର ବିସ୍ତାର ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।
ଭୂପୃଷ୍ଠରୁ ଆକ୍ରମଣ କ୍ଷମତାଧାରୀ ଏହି ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର (ଏଲଏସିଏମ)ର ସର୍ବାଧିକ ଗତି ମାକ 2.8 ଥିବା କୁହାଯାଉଛି ।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ସଫଳତା ସକାଶେ ଡିଆରଡିଓର ସମସ୍ତ ବୈଜ୍ଞାନିକ ତଥା କର୍ମଚାରୀ ଯେଉଁମାନେ କି ବ୍ରହ୍ମୋସ୍ ଟିମରେ ସାମିଲ ସେମାନଙ୍କୁ ବଧେଇ ଜଣାଇଛନ୍ତି । ଡିଡ଼ି ଆର ଏଣ୍ଡ ଡ଼ି ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏଭଳି ସଫଳତା ସକାଶେ ବୈଜ୍ଞାନିକ ଗୋଷ୍ଠୀ ଏବଂ ଏହି ପ୍ରକଳ୍ପ ଟିମକୁ ଶୁଭକାମନା ଜ୍ଞାପନ କରିଛନ୍ତି ।
ଆଜିର ଏହି ସଫଳ ଉତକ୍ଷେପଣ ଦ୍ୱାରା ଆତ୍ମ ନିର୍ଭର ଭାରତର ସଂକଳ୍ପ ସାକାର ହେବା ସହିତ ଶକ୍ତିଶାଳୀ ବ୍ରହ୍ମୋସ୍ ଅସ୍ତ୍ର ବ୍ୟବସ୍ଥା ପାଇଁ ସ୍ୱଦେଶୀ ବୁଷ୍ଟର ଏବଂ ଅନ୍ୟ ସ୍ୱଦେଶୀ ଉପକରଣର ଶୃଙ୍ଖଳାବଦ୍ଧ ଉତ୍ପାଦନର ମାର୍ଗ ପ୍ରଶସ୍ତ ହୋଇପାରିଛି ।
**********
(ରିଲିଜ ଆଡି: 1660362)
ପରିଦର୍ଶକ କାଉଣ୍ଟର : 344
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Malayalam