ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଭାରତର ସୁସ୍ଥତା ହାରରେ ଦ୍ରୁତ ଅଭିବୃଦ୍ଧି; 47.5 ଲକ୍ଷ ଅତିକ୍ରମ କଲା 
                    
                    
                        ●	ନୂତନ ଆରୋଗ୍ୟ ହାରର 73 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ
                    
                
                
                    Posted On:
                25 SEP 2020 4:16PM by PIB Bhubaneshwar
                
                
                
                
                
                
                ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 15 ଲକ୍ଷ ନମୁନା ପରୀକ୍ଷଣ ସହିତ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷା ପଞ୍ଜୀକୃତ କରିଥିବା ବେଳେ ରେକର୍ଡ ସଂଖ୍ୟକ ଆରୋଗ୍ୟ ରୋଗୀଙ୍କ ଧାରା ମଧ୍ୟ ଅବ୍ୟାହତ ରହିଛି ।
ବର୍ତ୍ତମାନ ସୁଦ୍ଧା 47.5 ଲକ୍ଷରୁ ଅଧିକ (47,56,164) ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 81,177 ରୋଗୀ ସୁସ୍ଥ ହୋଇଛନ୍ତି ।
ସକ୍ରିୟ ମାମଲା 9,70,116 ଥିବାବେଳେ ଆରୋଗ୍ୟ ସଂଖ୍ୟା 38 ଲକ୍ଷ (37,86,048) ଅତିକ୍ରମ କରିଛି । 
ଜାତୀୟ ଆରୋଗ୍ୟ ହାରରେ ମଧ୍ୟ ବୃଦ୍ଧି ଜାରି ରହିଛି ।  ଆଜି ଏହି ହାର 81.74 ପ୍ରତିଶତରେ ପହଞ୍ଚିଛି । 
ନୂତନ ସୁସ୍ଥତା ହାରର 73 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ଜଣାପଡିଛି । ଏହି ରାଜ୍ୟଗୁଡିକ ହେଲା - ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମ । 
ଗୋଟିଏ ଦିନରେ 17,000ରୁ ଅଧିକ ସଂଖ୍ୟକ ନୂତନ ଆରୋଗ୍ୟଙ୍କ ସହିତ ମହାରାଷ୍ଟ୍ର ଆଗରେ ଥିବା ବେଳେ ଆନ୍ଧ୍ରପ୍ରଦେଶରୁ 8,000ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । 
ଦେଶରେ ଗତ 24 ଘଣ୍ଟା ମଧ୍ୟରେ 86,052 ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । 
ନୂତନ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ 75 ପ୍ରତିଶତ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ 19,000ରୁ ଅଧିକ  ଥିବାବେଳେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଉଭୟ ରାଜ୍ୟରୁ 7,000ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । 
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,141 ରୋଗୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡିଛି । ମୋଟ ମୃତ୍ୟୁ ସଂଖ୍ୟାର 83 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରିପୋର୍ଟ ହୋଇଛି । 
ଗତକାଲି ରିପୋର୍ଟ ହୋଇଥିବା ନୂତନ ମୃତକଙ୍କ ମଧ୍ୟରୁ 40% ମହାରାଷ୍ଟ୍ରରୁ ରହିଛନ୍ତି ।
 
**********
 
                
                
                
                
                
                (Release ID: 1659143)
                Visitor Counter : 235